ମୋହାଲି ଟେଷ୍ଟ: ଇଂଲଣ୍ଡ ୨୮୩ରେ ଅଲ୍‌ଆଉଟ୍‌, ଭାରତ ୨୭୧/୬

ମୋହାଲି: ମୋହାଲି ଟେଷ୍ଟର ପ୍ରଥମ ପାଳିରେ ଇଂଲଣ୍ଡ ୨୮୩ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିବା ବେଳେ ଆଜି ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତୀୟ ଦଳ ୬ ୱିକେଟ୍ ହରାଇ ୨୭୧ ରନ୍ କରିଛି। ପ୍ରଥମେ ବ୍ୟାଟିଂ କରି ଗତକାଲି ଖେଳ ଶେଷ ସୁଦ୍ଧା ୨୬୮/୮ କରିଥିବା ଇଂଲଣ୍ଡ ଆଜି ଆଉ ମାତ୍ର ୧୫ ରନ୍‌ କରି ଶେଷ ଦୁଇ ୱିକେଟ୍‌ ହରାଇଥିଲା। ଦଳ ପକ୍ଷରୁ ଜେ. ବାରିଷ୍ଟୋ ସର୍ବାଧିକ ୮୯ ରନ୍‌ ଏବଂ ଜେ. […]

india-enland

Rakesh Mallick
  • Published: Sunday, 27 November 2016
  • , Updated: 27 November 2016, 05:35 PM IST

ମୋହାଲି: ମୋହାଲି ଟେଷ୍ଟର ପ୍ରଥମ ପାଳିରେ ଇଂଲଣ୍ଡ ୨୮୩ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିବା ବେଳେ ଆଜି ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତୀୟ ଦଳ ୬ ୱିକେଟ୍ ହରାଇ ୨୭୧ ରନ୍ କରିଛି।

ପ୍ରଥମେ ବ୍ୟାଟିଂ କରି ଗତକାଲି ଖେଳ ଶେଷ ସୁଦ୍ଧା ୨୬୮/୮ କରିଥିବା ଇଂଲଣ୍ଡ ଆଜି ଆଉ ମାତ୍ର ୧୫ ରନ୍‌ କରି ଶେଷ ଦୁଇ ୱିକେଟ୍‌ ହରାଇଥିଲା। ଦଳ ପକ୍ଷରୁ ଜେ. ବାରିଷ୍ଟୋ ସର୍ବାଧିକ ୮୯ ରନ୍‌ ଏବଂ ଜେ. ବୋଟଲର ୪୩ ରନ୍‌ କରି ଆଉଟ୍‌ ହୋଇଥିଲେ। ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଭାରତୀୟ ବୋଲରଙ୍କୁ ସମ୍ମୁଖୀନ ହୋଇପାରି ନ ଥିଲେ।

ଭାରତ ପକ୍ଷରୁ ମହମ୍ମଦ ସାମୀ ୩ଟି ୱିକେଟ୍‌ ନେଇଥିବା ବେଳେ ଉମେଶ ଯାଦବ, ଜୟନ୍ତ ଯାଦବ, ରବୀନ୍ଦ୍ର ଜାଡେଜା ୨ଟି ଲେଖାଏଁ ଏବଂ ରବିଚନ୍ଦ୍ରନ ଅଶ୍ୱିନ ଗୋଟିଏ ୱିକେଟ୍‌ ନେଇଛନ୍ତି।

ଇଂଲଣ୍ଡ ଭଳି ଭାରତ ମଧ୍ୟ ପ୍ରଥମ ପାଳିରେ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦୁଇ ଓପନ୍‌ର ବିଫଳ ହୋଇଥିଲେ। ମୁରଲୀ ବିଜୟ ୩୮ଟି ବଲ୍‌ରୁ ମାତ୍ର ୧୨ ରନ୍ କରି ୧୪.୪ ଓଭରରେ କ୍ୟାଚ୍ ଆଉଟ୍ ହୋଇଯାଇଥିଲେ। ଆଠ ବର୍ଷ ପରେ ପୁଣି ଟେଷ୍ଟ୍‌ ଟିମ୍‌କୁ ଫେରିଥିବା ୱିକେଟ୍ କିପର ପାର୍ଥିବ ପଟେଲ୍ ୮୫ଟି ବଲ୍‌ରୁ ୪୨ ରନ୍ କରି ଆଉଟ୍ ହୋଇଥିଲେ। ଚେତେଶ୍ୱର ପୂଜାର ୧୦୪ଟି ବଲ୍‌ରୁ ୫୧ ରନ୍ କରି ଆଉଟ୍ ହୋଇଥିବା ବେଳେ ଅଧିନାୟକ ବିରାଟ କୋହଲି ୬୨ ରନ୍ କରିଥିଲେ। ଆଜିଙ୍କ୍ୟ ରାହାଣେ ଶୂନରେ ଆଉଟ୍ ହୋଇଥିଲେ। ଏହି ମ୍ୟାଚ୍‌ରେ ଟେଷ୍ଟ୍ ଡେବ୍ୟୁ କରିଥିବା କରୁଣ ନାୟାର ୪ଟି ବଲ୍‌ରୁ ୪ ରନ୍ କରି ରନ୍ ଆଉଟ୍ ହୋଇଥିଲେ। ତେବେ ରବିଚନ୍ଦ୍ରନ ଅଶ୍ୱିନ ଓ ରବିନ୍ଦ୍ର ଜାଡେଜା ଯଥାକ୍ରମେ ୫୭ ଓ ୩୧ ରନ୍ କରି ନଟ୍‌ଆଉଟ୍ ଅଛନ୍ତି। ସେମାନେ ଆସନ୍ତାକାଲି ମ୍ୟାଚ୍‌କୁ ଆଗେଇ ନେବେ।

୫ଟି ମ୍ୟାଚ୍ ବିଶିଷ୍ଟ ଏହି ଟେଷ୍ଟ ସିରିଜ୍‌ରେ ଭାରତ ୧-୦ରେ ଆଗୁଆ ରହିଛି। ରାଜକୋଟରେ ଖେଳା ଯାଇଥିବା ପ୍ରଥମ ମ୍ୟାଚ୍ ଡ୍ର’ ରହିଥିଲା। ତେବେ ବିଶାଖାପାଟଣାରେ ଖେଳା ଯାଇଥିବା ଦ୍ୱିତୀୟ ମ୍ୟାଚ୍‌ ଭାରତ ଜିତି ଯାଇଥିଲା।

Related story