ମୋହାଲି ଟେଷ୍ଟ: ୧୦୮ ରନରେ ଦକ୍ଷିଣ ଆଫିକାକୁ ହରାଇଲା ଭାରତ

ମୋହାଲି: ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟରେ ଭାରତୀୟ ସ୍ପିନରଙ୍କ କମାଲ ଦେଖିବାକୁ ମିଳିଛି। ସ୍ପିନରଙ୍କ ଦମଦାର ପ୍ରଦର୍ଶନ ବଳରେ ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୧୦୮ ରନରେ ପରାସ୍ତ କରି ୪ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି ଭାରତୀୟ ଟିମ୍। ଅଶ୍ୱିନ, ଜାଡେଜା ଏବଂ ଅମିତ ମିଶ୍ରଙ୍କ ସ୍ପିନରେ ଧରାଶାୟୀ ହେଲେ ପ୍ରୋଟିଆଜ୍ ବ୍ୟାଟସମ୍ୟାନ୍ । ଏହି ୩ ସ୍ପିନର ଦକ୍ଷିଣ ଆଫ୍ରିକା ଦଳର ୧୯ଟି ୱିକେଟ ଅକ୍ତିଆର କରିଥିବା ବେଳେ ବରୁନ ଆରୋନଙ୍କୁ ଗୋଟିଏ […]

jadeja

jadeja

Rakesh Mallick
  • Published: Saturday, 07 November 2015
  • Updated: 07 November 2015, 11:49 AM IST

Sports

Latest News

ମୋହାଲି: ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟରେ ଭାରତୀୟ ସ୍ପିନରଙ୍କ କମାଲ ଦେଖିବାକୁ ମିଳିଛି। ସ୍ପିନରଙ୍କ ଦମଦାର ପ୍ରଦର୍ଶନ ବଳରେ ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୧୦୮ ରନରେ ପରାସ୍ତ କରି ୪ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି ଭାରତୀୟ ଟିମ୍। ଅଶ୍ୱିନ, ଜାଡେଜା ଏବଂ ଅମିତ ମିଶ୍ରଙ୍କ ସ୍ପିନରେ ଧରାଶାୟୀ ହେଲେ ପ୍ରୋଟିଆଜ୍ ବ୍ୟାଟସମ୍ୟାନ୍ । ଏହି ୩ ସ୍ପିନର ଦକ୍ଷିଣ ଆଫ୍ରିକା ଦଳର ୧୯ଟି ୱିକେଟ ଅକ୍ତିଆର କରିଥିବା ବେଳେ ବରୁନ ଆରୋନଙ୍କୁ ଗୋଟିଏ ୱିକେଟ୍ ମିଳିଛି । ଭାରତର ରବୀନ୍ଦ୍ର ଜାଡେଜା ମ୍ୟାନ ଅଫ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।

ପ୍ରଥମ ଇନିଂସରେ ଭାରତ ୨୦୧ ରନ କରିଥିବା ବେଳେ ଦକ୍ଷିଣ ଆଫ୍ରିକା ୧୮୪ ରନରେ ଅଲ ଆଉଟ ହୋଇଯାଇଥିଲା । ୧୭ ରନର ଅଗ୍ରଣୀ ନେଇ ପଡିଆକୁ ଓହ୍ଲାଇ ଥିବା ଭାରତୀୟ ଦଳ ଦ୍ୱିତୀୟ ଇନିଂସରେ ୨୦୦ ରନ କରି ଅଲଆଉଟ ହୋଇଯାଇଥିଲା । ୨୧୮ ରନର ଟାର୍ଗେଟ ନେଇ ପଡିଆକୁ ଓହ୍ଲାଇ ଥିବା ଦକ୍ଷିଣ ଆଫ୍ରିକା ଦଳ ମାତ୍ର ୩୯.୫ ଓଭରରେ ୧୦୯ ରନ କରି ଅଲଆଉଟ ହୋଇଯାଇଥିଲା। ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ସର୍ବାଧିକ ୫ଟି ୱିକେଟ୍ ନେଇଥିବା ବେଳେ ରବିଚନ୍ଦ୍ରନ ଅଶ୍ୱୀନଙ୍କୁ ୩ଟି, ଅମିତ ମିଶ୍ର ଓ ବରୁଣ ଆରୋନଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଛି । ମ୍ୟାଚରେ ଅଶ୍ୱୀନ ଓ ଜାଡେଜା  ୮ଟି ଲେଖାଏଁ ୱିକେଟ୍ ନେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos