ଆଇସିସି ଟେଷ୍ଟ ରାଙ୍କିଙ୍ଗ୍‌: ଟପ୍‌-୧୦ରେ ମହମ୍ମଦ ଶାମି

ଦୁବାଇ: ଭାରତୀୟ ପେସର ମହମ୍ମଦ ଶାମି ଆଇସିସି ଟେଷ୍ଟ ରାଙ୍କିଙ୍ଗର ଟପ୍‌-୧୦ରେ ପ୍ରବେଶ କରିଛନ୍ତି। ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ବିପକ୍ଷରେ ଦମଦାର ପ୍ରଦର୍ଶନ କରିଥିବା ଶାମି ଦଶମ ସ୍ଥାନରେ ପହଞ୍ଚିଛନ୍ତି। ବୋଲରଙ୍କ ରାଙ୍କିଙ୍ଗରେ ଅଫ୍ ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନ୍ ନବମ ଓ ଯଶପ୍ରୀତ ବୁମ୍ରା ଚତୁର୍ଥ ସ୍ଥାନରେ ରହିଛନ୍ତି। ଶାମି ଦକ୍ଷିଣ ଆଫ୍ରିକା ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୧୩ ୱିକେଟ୍ ନେଇଥିବା ବେଳେ ବାଂଲାଦେଶ ବିପକ୍ଷ ଦୁଇଟି ଟେଷ୍ଟରେ ୯ ୱିକେଟ୍ ହାସଲ […]

shami

shami

Ranjit Kumar Jena
  • Published: Wednesday, 04 December 2019
  • Updated: 04 December 2019, 04:53 PM IST

Sports

Latest News

ଦୁବାଇ: ଭାରତୀୟ ପେସର ମହମ୍ମଦ ଶାମି ଆଇସିସି ଟେଷ୍ଟ ରାଙ୍କିଙ୍ଗର ଟପ୍‌-୧୦ରେ ପ୍ରବେଶ କରିଛନ୍ତି। ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ବିପକ୍ଷରେ ଦମଦାର ପ୍ରଦର୍ଶନ କରିଥିବା ଶାମି ଦଶମ ସ୍ଥାନରେ ପହଞ୍ଚିଛନ୍ତି। ବୋଲରଙ୍କ ରାଙ୍କିଙ୍ଗରେ ଅଫ୍ ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନ୍ ନବମ ଓ ଯଶପ୍ରୀତ ବୁମ୍ରା ଚତୁର୍ଥ ସ୍ଥାନରେ ରହିଛନ୍ତି। ଶାମି ଦକ୍ଷିଣ ଆଫ୍ରିକା ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୧୩ ୱିକେଟ୍ ନେଇଥିବା ବେଳେ ବାଂଲାଦେଶ ବିପକ୍ଷ ଦୁଇଟି ଟେଷ୍ଟରେ ୯ ୱିକେଟ୍ ହାସଲ କରିଥିଲେ।

ୱେଷ୍ଟଇଣ୍ଡିଜ୍ ଗସ୍ତ ପରଠାରୁ କ୍ରିକେଟରୁ ବାହାରେ ଥିବା ବୁମ୍ରା ନିଜର ଚତୁର୍ଥ ସ୍ଥାନ କାଏମ ରଖିଛନ୍ତି। ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ବିପକ୍ଷ ସିରିଜରେ ଶାମି, ଈଶାନ୍ତ ଶର୍ମା ଓ ଉମେଶ ଯାଦବଙ୍କ ପ୍ରଦର୍ଶନ ମୁଖ୍ୟ ଆକର୍ଷଣ ଥିଲା। ଏହି ତିନି ପେସର ସ୍ପିନରଙ୍କୁ ସୁହାଉଥିବା ପିଚରେ ଆକର୍ଷଣୀୟ ପ୍ରଦର୍ଶନ କରିଥିଲେ।

୨୦୧୩ରେ ଡେବ୍ୟୁ କରିଥିବା ଶାମି ଏପର୍ଯ୍ୟନ୍ତ ୪୭ ଟେଷ୍ଟରେ ୧୭୫ ୱିକେଟ୍ ନେଇଛନ୍ତି। ୱେଷ୍ଟଇଣ୍ଡିଜ୍ କ୍ୟାପଟେନ୍ ଜେସନ୍ ହୋଲ୍ଡର୍ ବୋଲରଙ୍କ ରାଙ୍କିଙ୍ଗରେ ତୃତୀୟ ସ୍ଥାନକୁ ଉଠିଛନ୍ତି। ପାକିସ୍ତାନ ବିପକ୍ଷ ଟେଷ୍ଟ ସିରିଜରେ ଭଲ ପ୍ରଦର୍ଶନ କରିଥିବା ମିଚେଲ୍ ଷ୍ଟାର୍କ ଚାରୋଟି ସ୍ଥାନ ଉଠି ୧୪ଶ ସ୍ଥାନରେ ପହଞ୍ଚିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos