ମହମ୍ମଦ ସିରାଜଙ୍କୁ ଜାତିଗତ ଆକ୍ଷେପ, ଅଭିଯୋଗ ଦାଖଲ କଲା ଟିମ ଇଣ୍ଡିଆ

ସିଡ୍‌ନୀ: ପୁଣିଥରେ ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡ(ଏସସିଜି)ରେ ଭାରତୀୟ ଖେଳାଳି ଜାତିଗତ ଆକ୍ଷେପର ସମ୍ମୁଖୀନ ହୋଇଛନ୍ତି। ୧୩ ବର୍ଷ ତଳେ ଏହି ଏସ୍‌ସିଜିରେ ହରଭଜନ ସିଂହ ଓ ଆଣ୍ଡ୍ର୍ୟୁ ସାଇମଣ୍ଡସଙ୍କ ମଧ୍ୟରେ ଜାତିଗତ ଆକ୍ଷେପକୁ ନେଇ ବିବାଦ ଦେଖାଯାଇଥିଲା। ଆଜି ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟର ତୃତୀୟ ଦିନରେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜ ଜାତିଗତ ଆପେକ୍ଷର ସମ୍ମୁଖୀନ ହୋଇଛନ୍ତି। ସିରାଜ ଫିଲ୍ଡିଂ କରୁଥିବା ବେଳେ ଦର୍ଶକ ଭାବେ ଗ୍ୟାଲେରିରେ ବସିଥିବା କିଛି ଅଷ୍ଟ୍ରେଲୀୟ ସମର୍ଥକ ତାଙ୍କୁ […]

fde

Hemant Lenka
  • Published: Saturday, 09 January 2021
  • , Updated: 09 January 2021, 05:40 PM IST

ସିଡ୍‌ନୀ: ପୁଣିଥରେ ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡ(ଏସସିଜି)ରେ ଭାରତୀୟ ଖେଳାଳି ଜାତିଗତ ଆକ୍ଷେପର ସମ୍ମୁଖୀନ ହୋଇଛନ୍ତି। ୧୩ ବର୍ଷ ତଳେ ଏହି ଏସ୍‌ସିଜିରେ ହରଭଜନ ସିଂହ ଓ ଆଣ୍ଡ୍ର୍ୟୁ ସାଇମଣ୍ଡସଙ୍କ ମଧ୍ୟରେ ଜାତିଗତ ଆକ୍ଷେପକୁ ନେଇ ବିବାଦ ଦେଖାଯାଇଥିଲା। ଆଜି ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟର ତୃତୀୟ ଦିନରେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜ ଜାତିଗତ ଆପେକ୍ଷର ସମ୍ମୁଖୀନ ହୋଇଛନ୍ତି।

ସିରାଜ ଫିଲ୍ଡିଂ କରୁଥିବା ବେଳେ ଦର୍ଶକ ଭାବେ ଗ୍ୟାଲେରିରେ ବସିଥିବା କିଛି ଅଷ୍ଟ୍ରେଲୀୟ ସମର୍ଥକ ତାଙ୍କୁ ଜାତିଗତ ଆକ୍ଷେପ କରିଥିଲେ। ଏ ସମ୍ପର୍କରେ ଭାରତୀୟ ଖେଳାଳିମାନେ ଅମ୍ପାୟାରଙ୍କ ନିକଟରେ ବିଧିବଦ୍ଧ ଭାବେ ଅଭିଯୋଗ ଦାଖଲ କରିଛନ୍ତି। ଏସସିଜିରେ ବସି କିଛି ଦର୍ଶକ ମଦ ପିଇବା ସହ ସିରାଜଙ୍କୁ ତାଙ୍କ ଜାତିକୁ ନେଇ ଅତ୍ୟନ୍ତ ଅସ୍ୟଭ ଭାଷା ପ୍ରୟୋଗ କରିଥିଲେ। ଯାହା ତାଙ୍କୁ ଅତ୍ୟନ୍ତ କଷ୍ଟ ଦେଇଥିଲା।

ସେ ତୁରନ୍ତ ଏ ସମ୍ପର୍କରେ ବରିଷ୍ଠ ଖେଳାଳି ଓ ଅଧିନାୟକ ଅଜିଙ୍କ୍ୟ ରାହଣେଙ୍କୁ ଜଣାଇଥିଲେ। ରାହଣେ ଫିଲ୍ଡ ଅମ୍ପାୟାରଙ୍କ ଆଗରେ ଏନେଇ ବିଧିବଦ୍ଧ ଭାବେ ଅଭିଯୋଗ କରିଥିଲେ। ତୃତୀୟ ଦିବସରେ ଶେଷ ସେସନରେ ସିରାଜ ଫାଇନ ଲେଗ୍‌ ବାଉଣ୍ଡରୀରେ ଫିଲ୍ଡିଂ କରୁଥିବା ବେଳେ ଏଭଳି ଘଟିଥିବା ଜଣାପଡ଼ିଛି।

Related story