ନିର୍ବନ୍ଧ କଥା ବାପା-ମା'ଙ୍କୁ ଲୁଚାଇଥିଲେ ହାର୍ଦ୍ଦିକ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନିଜ ଭାବିପତ୍ନୀ ନତାଶାଙ୍କ ସହ ଚଳିତ ବର୍ଷ ଜାନୁଆରୀରେ ନିର୍ବନ୍ଧ କରିଥିଲେ। କିନ୍ତୁ ଏହି କଥା ନିଜ ବାପା ଓ ମା’ଙ୍କୁ ଜଣାନଥିଲେ। ଜଣାଶୁଣା କମେଣ୍ଟେଟର ହର୍ଷା ଭୋଗଲେଙ୍କ ଏକ ଶୋ’ରେ ଭିଡିଓ ଚାଟ୍ ବେଳେ ହାର୍ଦ୍ଦିକ ଏହାର ଖୁଲାସା କରିଛନ୍ତି। ଏହି ଶୋ’ରେ ହାର୍ଦ୍ଦିକ କହିଥିଲେ, ନିବର୍ନ୍ଧ କଥା ମୋ ବାପା-ମା’ ଜାଣିନଥିଲେ। ଏପରିକି ବଡ଼ ଭାଇ କୃନାଲଙ୍କୁ ମୁଁ ନିବର୍ନ୍ଧର ଦୁଇ ଦିନ ପୂର୍ବରୁ […]

hardik

Ranjit Kumar Jena
  • Published: Thursday, 04 June 2020
  • , Updated: 04 June 2020, 03:50 PM IST

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନିଜ ଭାବିପତ୍ନୀ ନତାଶାଙ୍କ ସହ ଚଳିତ ବର୍ଷ ଜାନୁଆରୀରେ ନିର୍ବନ୍ଧ କରିଥିଲେ। କିନ୍ତୁ ଏହି କଥା ନିଜ ବାପା ଓ ମା'ଙ୍କୁ ଜଣାନଥିଲେ। ଜଣାଶୁଣା କମେଣ୍ଟେଟର ହର୍ଷା ଭୋଗଲେଙ୍କ ଏକ ଶୋ'ରେ ଭିଡିଓ ଚାଟ୍ ବେଳେ ହାର୍ଦ୍ଦିକ ଏହାର ଖୁଲାସା କରିଛନ୍ତି। ଏହି ଶୋ'ରେ ହାର୍ଦ୍ଦିକ କହିଥିଲେ, ନିବର୍ନ୍ଧ କଥା ମୋ ବାପା-ମା' ଜାଣିନଥିଲେ। ଏପରିକି ବଡ଼ ଭାଇ କୃନାଲଙ୍କୁ ମୁଁ ନିବର୍ନ୍ଧର ଦୁଇ ଦିନ ପୂର୍ବରୁ ଜଣାଇଥିଲି। ମୁଁ ଭାଇଙ୍କୁ ନିବର୍ନ୍ଧ କରିବା କଥା କହିଥିଲି।

ମୁଁ କୃନାଲଙ୍କୁ କହିଥିଲି, ମୋ ଜୀବନରେ ଜଣେ ଏଣ୍ଟ୍ରି କରିଛନ୍ତି, ଯାହାଙ୍କୁ ମୁଁ ବହୁତ ଭଲ ପାଏ। ମୋତେ ଲାଗୁଛି ମୁଁ ତାଙ୍କ ସହ ରହିବା ପରେ ବହୁତ କିଛି ଶିଖିବାକୁ ପାଇଛି ଏବଂ ଧୀରେ ଧୀରେ ଭଲ ମଣିଷ ହେବାରେ ଲାଗିଛି। ଗୋଟିଏ ପଟେ ମୁଁ ନିଜକୁ ରଖୁଛି ଏବଂ ଅନ୍ୟପଟେ ତାଙ୍କୁ ପ୍ରାଥମିକତା ଦେଉଛି।

ହାର୍ଦ୍ଦିକ ଆହୁରି କହିଛନ୍ତି, ମୁଁ ଯେତେବଳେ ନତାଶାଙ୍କୁ ଭେଟିଲି, ସେ ମୋ ବିଷୟରେ କିଛି ବି ଜାଣିନଥିଲେ। ନତାଶା ମୋତେ ଆଦୌ ଜାଣିନଥିଲେ ଏବଂ ମୁଁ ତାଙ୍କ ସହ କଥା ହୋଇ ମୋ ବିଷୟରେ ସବୁକିଛି କହିଥିଲି।

ସୂଚନାଯୋଗ୍ୟ, କିଛି ଦିନ ତଳେ ହାର୍ଦ୍ଦିକ ସୋଶାଲ ମିଡିଆରେ ନତାଶାଙ୍କ ସହ ଏକ ଫଟୋ ଶେଆର କରିଥିଲେ। ଯେଉଁଥିରେ ସେ ଉଲ୍ଲେଖ କରିଥିଲେ ଯେ ଏପର୍ଯ୍ୟନ୍ତ ନତାଶାଙ୍କ ସହ ମୋର ଯାତ୍ରା ବହୁତ ଭଲ ରହିଆସିଛି ଏବଂ ଆଗକୁ ଏହା ଆହୁରି ମଜଭୁତ୍ ହେବାକୁ ଯାଉଛି। ଆମେ ଜଲଦି ଏକ ନୂଆ ଜୀବନକୁ ସ୍ୱାଗତ କରିବାକୁ ଯାଉଛୁ। ଆମେ ନିଜ ଜୀବନର ଜଣେ ନୂଆ ଚେହେରାକୁ ନେଇ ବହୁତ ଖୁସି ଅଛୁ। ଏଥିପାଇଁ ଆମେ ସମସ୍ତଙ୍କ ଆଶୀର୍ବାଦ ଓ ପ୍ରାର୍ଥନା ଲୋଡ଼ୁଛୁ।"

Related story