ନିଲାମୀ ପୂର୍ବରୁ ଏହି କ୍ରିକେଟ୍‌ରଙ୍କ ଉପରେ ସମସ୍ତଙ୍କ ନଜର: ଭାଙ୍ଗିପାରନ୍ତି ନିଜ ରେକର୍ଡ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଯୁବରାଜ ସିଁ ଫିଟ୍‌ନେସ୍‌ ଟେଷ୍ଟରେ ପାସ୍‌ ହେବା ପରେ ବି ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ଭାରତୀୟ ଦଳରେ ସ୍ଥାନ ପାଇ ନାହାଁନ୍ତି। ଦୀର୍ଘଦିନ ଧରି ଟିମ୍ ଇଣ୍ଡିଆରେ ସ୍ଥାନ ପାଇ ନଥିବା ଯୁବି କିନ୍ତୁ ପ୍ରୟାସ ଛାଡ଼ିନାହାଁନ୍ତି। ଯୁବିଙ୍କ ପାଖରେ ଆହୁରି ଅନେକ କ୍ରିକେଟ୍‌ ବାକି ରହିଛି। ଯୁବରାଜ ଜୋନାଲ ଟି-ଟ୍ୱେଣ୍ଟି ଲିଗ୍‌ ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରି ଟିମ୍‌କୁ ବିଜୟୀ କରାଇଛନ୍ତି। ଜୋନାଲ ଟି-ଟ୍ୱେଣ୍ଟି ଲିଗ୍‌ ମ୍ୟାଚ୍‌ରେ […]

sports final

sports final

Rakesh Mallick
  • Published: Wednesday, 10 January 2018
  • Updated: 10 January 2018, 04:06 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଯୁବରାଜ ସିଁ ଫିଟ୍‌ନେସ୍‌ ଟେଷ୍ଟରେ ପାସ୍‌ ହେବା ପରେ ବି ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ଭାରତୀୟ ଦଳରେ ସ୍ଥାନ ପାଇ ନାହାଁନ୍ତି। ଦୀର୍ଘଦିନ ଧରି ଟିମ୍ ଇଣ୍ଡିଆରେ ସ୍ଥାନ ପାଇ ନଥିବା ଯୁବି କିନ୍ତୁ ପ୍ରୟାସ ଛାଡ଼ିନାହାଁନ୍ତି। ଯୁବିଙ୍କ ପାଖରେ ଆହୁରି ଅନେକ କ୍ରିକେଟ୍‌ ବାକି ରହିଛି। ଯୁବରାଜ ଜୋନାଲ ଟି-ଟ୍ୱେଣ୍ଟି ଲିଗ୍‌ ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରି ଟିମ୍‌କୁ ବିଜୟୀ କରାଇଛନ୍ତି। ଜୋନାଲ ଟି-ଟ୍ୱେଣ୍ଟି ଲିଗ୍‌ ମ୍ୟାଚ୍‌ରେ ଦିଲ୍ଲୀ ବିପକ୍ଷରେ ପଂଜାବ ୨ ରନ୍‌ରେ ବିଜୟୀ ହୋଇଛି। ଯେଉଁଥିରେ ଯୁବି ୪୦ ବଲରେ ୪ଟି ଚୌକା ଓ ଗୋଟିଏ ଛକା ସହ ଅପରାଜିତ ୫୦ ରନ୍‌ କରିଥିଲେ। ଅନ୍ୟପଟେ ଗମ୍ଭୀର ମଧ୍ୟ ଏହି ମ୍ୟାଚ୍‌ରେ ଅର୍ଦ୍ଧଶତକ କରିଛନ୍ତି। ଗମ୍ଭୀର ୫୪ ବଲରୁ ୬୬ରନ୍‌ର ପାଳି ଖେଳିଥିଲେ।

ଆଇପିଏଲ୍‌ ନିଲାମୀ ପୂର୍ବରୁ ଯୁବି ଓ ଗମ୍ଭୀରଙ୍କ ଏହି ପାଳି ଫ୍ରାଞ୍ଚାଇଜ୍‌ଙ୍କ ଦୃଷ୍ଟି ଆକର୍ଷଣ କରିଛି। ସେପଟେ ସୁରେଶ ରାଇନା ଜୋନାଲ ମ୍ୟାଚ୍‌ରେ ଫ୍ଲପ୍‌ ରହିଛନ୍ତି। ସେ ଦୁଇଟି ମ୍ୟାଚ୍‌ ଖେଳି ଗୋଟିକରେ ୧୩ ରନ୍‌ କରିଥିବା ବେଳେ ଅନ୍ୟ ମ୍ୟାଚ୍‌ରେ ୧ ରନ କରିଛନ୍ତି।

ସେପଟେ ପ୍ରତ୍ୟେକ ଫ୍ରାଞ୍ଚାଇଜ୍‌ ପାଇଁ ଡେଡ୍‌ଲାଇନ୍‌ ରହିଥିଲା ଖେଳାଳିଙ୍କୁ ରିଟେନ୍ ପାଇଁ। ଜାନୁଆରୀ ୪ ତାରିଖ ସନ୍ଧ୍ୟା ୫ଟା ପୂର୍ବରୁ ନିଜ ନିଜ ପସନ୍ଦର ଖେଳାଳିଙ୍କୁ ରିଟେନ୍‌ କରିପାରିବେ। ହେଲେ ସନରାଇଜର୍ସ ହାଇଦ୍ରାବାଦ ଯୁବିଙ୍କୁ ରିଟେନ୍‌ କରିନାହିଁ। ୨୦୧୬ରେ ଆଇପିଏଲ୍‌ ଚାମ୍ପିୟନ ହାଇଦ୍ରାବାଦ ଯୁବିଙ୍କୁ ୭କୋଟି ଟଙ୍କାରେ କିଣିଥିଲା। ଯୁବି ସେହି ସିଜନରେ ୧୦ଟି ମ୍ୟାଚ୍‌ ଖେଳି ୨୩୬ ରନ୍‌ କରିଥିଲେ। ୨୦୧୭ରେ ହାଇଦ୍ରାବାଦ ପକ୍ଷରୁ ଖେଳି ଯୁବି ୧୨ଟି ମ୍ୟାଚରୁ ୨୫୨ ରନ କରିଥିଲେ।

ତେଣୁ ସୟଦ ମୁସ୍ତାକ୍‌ ଅଲ୍ଲି ମ୍ୟାଚ୍‌ରେ ଖେଳାଳିଙ୍କ ପ୍ରଦର୍ଶନକୁ ଆଖି ଆଗରେ ରଖି ବିଭିନ୍ନ ଫ୍ରାଞ୍ଚାଇଜ୍‌ ଏଥର ନିମାମୀ ପ୍ରକ୍ରିୟାରେ ସେମାନଙ୍କୁ କିଣିବେ। ବିଶେଷ କରି ସବୁଠୁ ଅଧିକ ନଜର ରହିବ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଯୁବରାଜଙ୍କ ଉପରେ। ୨୦୧୮ ଆଇପିଏଲ୍‌ ପୂର୍ବରୁ ଯୁବି ଆଇପିଏଲ୍‌ ଇତିହାସରେ ସବୁଠୁ ଦାମୀ କ୍ରିକେଟର୍‌ ରହିଥିଲେ। ୨୦୧୫ରେ ଦିଲ୍ଲୀ ଯୁବିଙ୍କୁ ୧୬ କୋଟି ଟଙ୍କାରେ କିଣିଥିଲା। ତେଣୁ ୨୦୧୮ ଆଇପିଏଲରେ ମଧ୍ୟ ସମସ୍ତ ଫ୍ରାଞ୍ଚାଇଜ୍‌ ଯୁବିଙ୍କୁ କିଣିବାକୁ ଅଧିକ ଟଙ୍କା ଖର୍ଚ୍ଚ କରିପାରନ୍ତି। ତାଙ୍କ ପରେ ଗମ୍ଭୀରଙ୍କୁ କିଣିବାକୁ ଏକାଧିକ ଫ୍ରାଞ୍ଚାଇଜ୍‌ ଚାହିଁବେ। ୨୦୧୮ ଆଇପିଏଲ୍‌ରେ ବିରାଟ କୋହଲିଙ୍କ ପାଇଁ ଆର୍‌ସିବି ୧୭ କୋଟି ଟଙ୍କା ଖର୍ଚ୍ଚ କରିଛି। ଆରସିବି କୋହଲିଙ୍କୁ ୧୭ କୋଟି ଟଙ୍କାରେ ରିଟେନ୍‌ କରିଛି। ଯାହା ଆଇପିଏଲ ଇତିହାସରେ ସବୁ ରେକର୍ଡ ଭାଙ୍ଗି ବିରାଟ ସବୁଠୁ ଦାମୀ ଖେଳାଳି ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos