ଭାରତୀୟ କ୍ରିକେଟ ଟିମ୍ର କ୍ୟାପଟେନ ମହେନ୍ଦ୍ର ସିଂ ଧୋନିଙ୍କୁ ଆଜି ପୁରିଛି ୩୬ ବର୍ଷ। ତାଙ୍କ ପାଇଁ ଦେଶର କୋଣ ଅନୁକୋଣରୁ ଛୁଟୁଛି ଶୁଭେଚ୍ଛାର ସୁଅ। ଏହି ଅବସରରେ ଧ୍ୱନିଙ୍କ ସମ୍ପର୍କରେ ଆସନ୍ତୁ ଜାଣିବା କିଛି ଖାସ୍ କଥା।
୧-ଧୋନୀ ୭ ନମ୍ବରରେ ଖେଳି ଦ୍ୱିଶତକ କରିଛନ୍ତି। ତାଙ୍କ କ୍ୟାରିଅର ଶୁଭାରମ୍ଭ ଉପରକ୍ରମ ବ୍ୟାଟିଂରୁ ଆରମ୍ଭ ହୋଇଥିଲା। ହେଲେ କ୍ୟାପଟେନ ହେବା ପରେ ସେ ଲାଷ୍ଟ ଡାଉନକୁ ଚାଲିଆସିଥିଲେ।
୨- ଏ ପର୍ଯ୍ୟନ୍ତ ଧୋନୀ ୩୨୨ ଟି ଛକା ମାରିଛନ୍ତି। ଏଥିରୁ ୨୦୮ଟି ଛକା ଦିନିକିଆ ମ୍ୟାଚରେ ରହିଛି। ଦିନିକିଆ ମ୍ୟାଚରେ ସବୁଠୁ ଅଧିକ ଛକା ମାରୁଥିବା ଖେଳାଳି ହେଉଛି ଧ୍ୱନୀ।
୩-ଅନ୍ତର୍ଜାତୀୟ କ୍ରିକେଟରେ ସବୁଠୁ ଅଧିକ ଷ୍ଟମ୍ପି କରି ଆଉଟ କରୁଥିବା ଖେଳାଳି ହେଉଛନ୍ତି ଧୋନି । ଅଦ୍ୟାବଧି ଧୋନୀ ଷ୍ଟମ୍ପି କରି ୭୩୨ଟି ଉଇକେଟ ନେଇଛନ୍ତି।
୪- ଧୋନିଙ୍କର ଅନ୍ୟ ଏକ ରେକର୍ଡ ହେଉଛି ସେ ଏପର୍ଯ୍ୟନ୍ତ ୭୬ ଟି-୨୦ ଖେଳିଛନ୍ତି। ଯେଉଁଥିରେ ସେ୧୨୦୦ରୁ ଅଧିକ ରନ କରିଛନ୍ତି।
୫- ଧୋନୀ ୭୨ ଟି-୨୦ରେ କ୍ୟାପଟେନ ରହି 41 ଟି ମ୍ୟାଚ ଜିତିଛନ୍ତି। ଧୋନୀଙ୍କ କ୍ୟାପ୍ଟେନ ସମୟରେ ଭାରତ ସବୁଠୁ ଅଧିକ ଦିନିକିଆ ମ୍ୟାଚ ଜିତିଛି।
୬- ବୋଲିଂରେ ମଧ୍ୟ ଧୋନି ରେକର୍ଡ଼ କରିଛନ୍ତି। ଏ ପର୍ଯ୍ୟନ୍ତ ସେ ୯ଟି ମ୍ୟାଚରେ ବୋଲିଂ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।