ପତ୍ନୀ ଓ କିଛି ସାଥୀ ଖେଳାଳିଙ୍କ ସହ ଜନ୍ମଦିନ ମନାଇଲେ ଧୋନି, ଆସିଲେନି ବିରାଟ୍‌

ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି ଆଜି ୩୮ ବର୍ଷରେ ପାଦ ଦେଇଛନ୍ତି। ଶ୍ରୀଲଙ୍କା ବିପକ୍ଷ ବିଜୟ ପରେ ଧୋନି ନିଜର ୩୮ତମ ଜନ୍ମଦିନକୁ ପରିବାର ଓ ବନ୍ଧୁଙ୍କ ସହ ଲିଡ୍ସରେ ପାଳନ କରିଥିଲେ। ଧୋନି ସମୟ ବାହାର କରି ନିଜ ମତ୍ନୀ ସାକ୍ଷୀ ଓ ଝିଅ ଜିଭା ଏବଂ କିଛି ସାଥୀ ଖେଳାଳିଙ୍କ ସହ ଜନ୍ମଦିନ ମନାଇଥିଲେ । ତେବେ ଏହି ଅବସରରେ ବିରାଟ୍ କୋହଲିଙ୍କ ସମେତ ଅଧିକାଂଶ ଖେଳାଳି ଉପସ୍ଥିତ ନଥିଲେ। […]

dhoni

Hemant Lenka
  • Published: Sunday, 07 July 2019
  • , Updated: 07 July 2019, 05:38 PM IST

ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି ଆଜି ୩୮ ବର୍ଷରେ ପାଦ ଦେଇଛନ୍ତି। ଶ୍ରୀଲଙ୍କା ବିପକ୍ଷ ବିଜୟ ପରେ ଧୋନି ନିଜର ୩୮ତମ ଜନ୍ମଦିନକୁ ପରିବାର ଓ ବନ୍ଧୁଙ୍କ ସହ ଲିଡ୍ସରେ ପାଳନ କରିଥିଲେ। ଧୋନି ସମୟ ବାହାର କରି ନିଜ ମତ୍ନୀ ସାକ୍ଷୀ ଓ ଝିଅ ଜିଭା ଏବଂ କିଛି ସାଥୀ ଖେଳାଳିଙ୍କ ସହ ଜନ୍ମଦିନ ମନାଇଥିଲେ । ତେବେ ଏହି ଅବସରରେ ବିରାଟ୍ କୋହଲିଙ୍କ ସମେତ ଅଧିକାଂଶ ଖେଳାଳି ଉପସ୍ଥିତ ନଥିଲେ। କେକବ ହାତଗଣତି କିଛି ଲୋକେ ହିଁ କେକ୍ କାଟିବା ସମୟରେ ଉପସ୍ଥିତ ଥିଲେ। ତେବେ ଟିମର ବାକି ଖେଳାଳି ନଆସିବାର କାରଣ ମଧ୍ୟ ରହିଛି। ପରବର୍ତ୍ତୀ ଦିନ ଅର୍ଥାତ୍ ରବିବାର ସକାଳେ ସେମିଫାଇନାଲ୍ ଭେନ୍ୟୁ ଯିବା ପାଇଁ ଖେଳାଳିମାନେ ପ୍ରସ୍ତୁତିରେ ଲାଗିଥିଲେ ଏବଂ ଏହି କାରଣରୁ ସେମାନେ ଧୋନିଙ୍କ ଜନ୍ମଦିନ ପାଳନ କରିବାକୁ ଆସିପାରିନଥିବା କୁହାଯାଉଛି।

 

View this post on Instagram

 

Happy Bday ❤️

A post shared by Sakshi Singh Dhoni (@sakshisingh_r) on

 

View this post on Instagram

 

A post shared by Sakshi Singh Dhoni (@sakshisingh_r) on

ଜନ୍ମଦିନର ଫଟୋ ଧୋନି ନିଜର ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି, ଯେଉଁଥିରେ ତାଙ୍କ ମୁହଁରେ କେକ୍ ଲାଗିଥିବା ଦେଖିବାକୁ ମିଳିଛି। ଅନ୍ୟ ଏକ ଫଟୋ ହାର୍ଦ୍ଦିକ ପାଣ୍ଡ୍ୟା ନିଜ ଇନଷ୍ଟଗ୍ରାମ୍ ଆକାଉଣ୍ଟରେ ପୋଷ୍ଟ କରିଥିଲେ। ଏହି ଫଟୋ ହାର୍ଦ୍ଦିକ ଓ ଧୋନି ଏକାଠି ବ୍ୟାଟିଂ କରିବା ଷ୍ଟାଇଲରେ ଛିଡ଼ା ହୋଇଛନ୍ତି।

 

View this post on Instagram

 

Happy birthday Mahi bhai! Everyday spent with you is a chance to learn and grow. Thank you for being one of the biggest role models in my life ❤🚁 Swipe left to see the fail one 😂

A post shared by Hardik Pandya (@hardikpandya93) on

ହାର୍ଦ୍ଦିକ ପୋଷ୍ଟରେ ଉଲ୍ଲେଖ କରିଛନ୍ତି, ହାପି ବାର୍ଥ ଡେ' ମାହି ଭାଇ। ପ୍ରତିଦିନ ଆପଣଙ୍କ ସହ ସମୟ ବିତାଇବା ଦ୍ୱାରା ଆମକୁ ବହୁତ କିଛି ଶିଖିବା ସହ ଆଗକୁ ବଢ଼ିବାର ପ୍ରେରଣା ଯୋଗାଉଛି। ମୋ ଜୀବନର ସବୁଠାରୁ ବଡ଼ ରୋଲ୍ ମଡେଲ୍ ହୋଇଥିବାରୁ ଆପଣଙ୍କୁ ବହୁତ ଧନ୍ୟବାଦ।

 

View this post on Instagram

 

Happy birthday mahibhai ❤️ words are not enough to express my love for u 🤗 wish u all the success and happiness and health in life 🤗 God bless u always

A post shared by Kedar Jadhav (@kedarjadhavofficial) on

ସେହିପରି କେଦାର ଯାଦବ ମଧ୍ୟ ଏକ ଫଟେ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ବର୍ଥଡେ' ବୟ ଧୋନିଙ୍କ ପରିବାର, ହାର୍ଦ୍ଦିକ ମଧ୍ୟ ଅଛନ୍ତି। ଏହା ପୂର୍ବରୁ ଶନିବାର ଶ୍ରୀଲଙ୍କା ବିପକ୍ଷ ବିଜୟ ପରେ ରୋହିତ୍ ଶର୍ମା ପ୍ରେସ୍ କନଫରେନ୍ସରେ ଧୋନିଙ୍କ ଜନ୍ମଦିନ ପାଳନ ହେବା ନେଇ ସୂଚନା ଦେଇଥିଲେ। ରୋହିତ୍ କହିଥିଲେ, ଆସନ୍ତାକାଲି ଆମେ ପରବର୍ତ୍ତୀ ମ୍ୟାଚ୍ ଖେଳିବା ପାଇଁ ବାହାରିକୁ। ଆମେ ମାଞ୍ଚେଷ୍ଟର କିମ୍ବା ବର୍ମିଂହାମ୍ ମଧ୍ୟରୁ ଗୋଟିଏ ଭେନ୍ୟୁକୁ ଯିବୁ ବୋଲି ରୋହିତ୍ କହିଥିଲେ।

Related story