ଏହି ଦିନ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବେ ଧୋନି!

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଗତ ପାଞ୍ଚମାସ ଧରି କ୍ରିକେଟରୁ ଦୂରରେ ଅଛନ୍ତି। ଏଭଳି ସ୍ଥିତିରେ ଧୋନି ପୁଣିଥରେ ଅନ୍ତର୍ଜାତୀୟ କ୍ରିକେଟକୁ କେବେ ଫେରିବେ, ତାହା ବଡ଼ ପ୍ରଶ୍ନ ହୋଇ ରହିଛି। କିନ୍ତୁ ମିଳିଥିବା ଖବର ଅନୁଯାୟୀ, ଧୋନି ଆସନ୍ତାବର୍ଷ ମାର୍ଚ୍ଚ ମାସରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିପାରନ୍ତି। ଆସନ୍ତାବର୍ଷ ମାର୍ଚ୍ଚରେ ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ଏସିଆ ଏକାଦଶ ଓ ରେଷ୍ଟ ଅଫ୍ ୱାର୍ଲ୍ଡ ମଧ୍ୟରେ ଦୁଇଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ […]

DHONI

DHONI

Ranjit Kumar Jena
  • Published: Monday, 25 November 2019
  • Updated: 25 November 2019, 06:58 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଗତ ପାଞ୍ଚମାସ ଧରି କ୍ରିକେଟରୁ ଦୂରରେ ଅଛନ୍ତି। ଏଭଳି ସ୍ଥିତିରେ ଧୋନି ପୁଣିଥରେ ଅନ୍ତର୍ଜାତୀୟ କ୍ରିକେଟକୁ କେବେ ଫେରିବେ, ତାହା ବଡ଼ ପ୍ରଶ୍ନ ହୋଇ ରହିଛି। କିନ୍ତୁ ମିଳିଥିବା ଖବର ଅନୁଯାୟୀ, ଧୋନି ଆସନ୍ତାବର୍ଷ ମାର୍ଚ୍ଚ ମାସରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିପାରନ୍ତି। ଆସନ୍ତାବର୍ଷ ମାର୍ଚ୍ଚରେ ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ଏସିଆ ଏକାଦଶ ଓ ରେଷ୍ଟ ଅଫ୍ ୱାର୍ଲ୍ଡ ମଧ୍ୟରେ ଦୁଇଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଆୟୋଜନ କରିବ। ଏଥିପାଇଁ ବିସିବି ଭାରତର ୭ଜଣ ଖେଳାଳିଙ୍କୁ ନେବା ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)ଠାରୁ ଅନୁମତି ମାଗିଛି। ଏହି ଦୁଇଟି ଯାକ ମ୍ୟାଚ୍ ଯଥାକ୍ରମେ ମାର୍ଚ୍ଚ ୧୮ ଓ ୨୧ ତାରିଖରେ ଖେଳାଯିବ ଏବଂ ଏହାକୁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)ର ସ୍ୱୀକୃତି ମଧ୍ୟ ମିଳିଛି।

ଏହି ସାତଜଣ ଖେଳାଳିଙ୍କ ମଧ୍ୟରେ ଧୋନି ସାମିଲ୍ ଅଛନ୍ତି। ଧୋନିଙ୍କ ବ୍ୟତୀତ ବିରାଟ୍ କୋହଲି, ରୋହିତ୍ ଶର୍ମା, ଯଶପ୍ରୀତ ବୁମ୍ରା, ହାର୍ଦ୍ଦିକ ପାଣ୍ଡ୍ୟା, ଭୁବନେଶ୍ୱର କୁମାର ଓ ରବୀନ୍ଦ୍ର ଜାଡେଜାଙ୍କୁ ନେବା ପାଇଁ ବିସିବି ଅନୁରୋଧ କରିଛି। ଏ ନେଇ ବିସିବିର ମୁଖ୍ୟ କାର୍ଯ୍ୟକାରୀ ନିଜାମୁଦ୍ଦିନ ଚୌଧୁରୀ କହିଛନ୍ତି, "ଆସନ୍ତାବର୍ଷ ମାର୍ଚ୍ଚରେ ବାଂଲାଦେଶ ଏସିଆ ଏକାଦଶ ଓ ରେଷ୍ଟ ଅଫ୍ ୱାର୍ଲ୍ଡ ମଧ୍ୟରେ ଦୁଇ ଟି-୨୦ ମ୍ୟାଚ୍ ଆୟୋଜନ କରିବ। ଏହି ଦୁଇଟି ମ୍ୟାଚରେ ସାମିଲ୍ ହେବା ପାଇଁ ଆମେ ବିସିସିଆଇ ଏବଂ ଏସିଆର ଅନ୍ୟ ବୋର୍ଡ ସହ ଯୋଗାଯୋଗ କରିଛୁ।"

ସୂଚନାଯୋଗ୍ୟ, ଧୋନି ଜୁଲାଇରେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ବିଶ୍ୱକପ୍ ସେମିଫାଇନାଲ୍ ପରେ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିନାହାନ୍ତି। ବିଶ୍ୱକପ୍ ପରେ ଧୋନି କୌଣସି ସିରିଜ୍ ପାଇଁ ଉପଲବ୍ଧ ହୋଇନଥିଲେ। ଏପରିକି ତାଙ୍କର ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା ନେଇ ମଧ୍ୟ କୌଣସି ସଙ୍କେତ ମିଳିପାରି ନାହିଁ। ବିଶ୍ୱକପ୍ ପରେ ଭାରତର ୱେଷ୍ଟଇଣ୍ଡିଜ୍ ଗସ୍ତ ସମୟରେ ଧୋନି କଶ୍ମୀରରେ ଭାରତୀୟ ସେନା ସହ ଯୋଗ ଦେଇଥିଲେ। ଏହା ପରେ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜ୍ ଏବଂ ବାଂଲାଦେଶ ବିପକ୍ଷ ଟି-୨୦ ସିରିଜରେ ମଧ୍ୟ ଖେଳିନଥିଲେ। ଏପରିକି ଆଗାମୀ ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ମଧ୍ୟ ଧୋନିଙ୍କ ନାଁ ବିଚାରକୁ ନିଆଯାଇନଥିଲା। ତେଣୁ ଧୋନି ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବେ ନା ସନ୍ନ୍ୟାସ ନେବେ, ତାହା ସ୍ପଷ୍ଟ ହୋଇନାହିଁ।

ଯଦି ବିସିସିଆଇ ବାଂଲାଦେଶ ବୋର୍ଡର ଅନୁରୋଧକୁ ରକ୍ଷା କରେ ଏବଂ ଧୋନି ଏହି ମ୍ୟାଚରେ ଖେଳିବାକୁ ରାଜି ହୁଅନ୍ତି, ତାହେଲେ ମାହିଙ୍କ ପ୍ରଶଂସକଙ୍କ ପାଇଁ ଏହା ନିଶ୍ଚିତ ଏକ ବଡ଼ ଖୁସି ଖବର ହେବ। ମାର୍ଚ୍ଚ ପରେ ଏପ୍ରିଲରେ ଆଇପିଏଲ୍ ଆରମ୍ଭ ହେବ ଏବଂ ଧୋନି ପୁଣିଥରେ ଚେନ୍ନାଇ ସୁପର୍ କିଙ୍ଗସ୍ ଟିମର ନେତୃତ୍ୱ ନେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story