ଲକଡାଉନ୍ ହଟିବା ପରେ ଏହି ଟୁର୍ଣ୍ଣାମେଣ୍ଟ ଖେଳିବେ ଧୋନି!

ନୂଆଦିଲ୍ଲୀ: ଭାରତୀୟ ଟିମର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ଭାରତର ଏହି ଭେଟେରାନ୍ ୱିକେଟକିପର ବ୍ୟାଟ୍ସମ୍ୟାନ୍ ହୁଏତ ଗତବର୍ଷ ଜୁଲାଇ ମାସ ଠାରୁ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିନାହାନ୍ତି। କିନ୍ତୁ ମାହି କ୍ରିକେଟ୍ ମଇଦାନକୁ ଫେରିବା ପାଇଁ ବ୍ୟଗ୍ର ହୋଇପଡ଼ିଛନ୍ତି। ଯେହେତୁ ଭାରତରେ ଏବେ ଲକଡାଉନ୍ ମେ’ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି, ତେଣୁ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌)ର ୧୩ଶ ସଂସ୍କରଣର ଆୟୋଜନକୁ ନେଇ ଅନିଶ୍ଚିତତା ଦେଖା ଦେଇଛି। […]

dhoni

Ranjit Kumar Jena
  • Published: Wednesday, 22 April 2020
  • , Updated: 22 April 2020, 06:39 PM IST

ନୂଆଦିଲ୍ଲୀ: ଭାରତୀୟ ଟିମର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ଭାରତର ଏହି ଭେଟେରାନ୍ ୱିକେଟକିପର ବ୍ୟାଟ୍ସମ୍ୟାନ୍ ହୁଏତ ଗତବର୍ଷ ଜୁଲାଇ ମାସ ଠାରୁ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିନାହାନ୍ତି। କିନ୍ତୁ ମାହି କ୍ରିକେଟ୍ ମଇଦାନକୁ ଫେରିବା ପାଇଁ ବ୍ୟଗ୍ର ହୋଇପଡ଼ିଛନ୍ତି। ଯେହେତୁ ଭାରତରେ ଏବେ ଲକଡାଉନ୍ ମେ' ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି, ତେଣୁ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌)ର ୧୩ଶ ସଂସ୍କରଣର ଆୟୋଜନକୁ ନେଇ ଅନିଶ୍ଚିତତା ଦେଖା ଦେଇଛି। ତେବେ ଲକଡାଉନ୍ ଉଠିବା ପରେ ଧୋନି ଘରୋଇ ଟି-୨୦ କ୍ରିକେଟ୍ ସୟଦ ମୁସ୍ତାକ୍ ଅଲୀ ଟ୍ରଫି ଖେଳିବା ନେଇ କୌଣସି ନିଷ୍ପତ୍ତି ନେଇପାରନ୍ତି।

ଏହି ଘରୋଇ ଟୁର୍ଣ୍ଣାମେଣ୍ଟରେ ଖେଳିବା ସମ୍ବନ୍ଧରେ ଧୋନି ଝାରଖଣ୍ଡ କ୍ରିକେଟ୍ ଆସୋସିଏସନ୍ (ଜେଏସସିଏ) ସହ ଆଲୋଚନା କରିଛନ୍ତି। ଯାହା ଫଳରେ ଲକଡାଉନ୍ ଉଠିବା ପରେ ଧୋନି ଏହା ଉପରେ ନିଷ୍ପତ୍ତି ନେଇପାରନ୍ତି। ଝାରଖଣ୍ଡ କ୍ରିକେଟ୍ ଆସୋସିଏସନର ଜଣେ ଅଧିକାରୀ କହିଛନ୍ତି, ଲକଡାଉନ୍ ପୂର୍ବରୁ ହିଁ ଧୋନି ରାଜ୍ୟ କ୍ରିକେଟ୍ ଆସୋସିଏସନର ଅନ୍ତର୍ଜାତୀୟ କମ୍ପେ୍ଲକ୍ସରେ ଟ୍ରେନିଂ କରୁଥିଲେ। ଧୋନି ମଧ୍ୟ ରାଜ୍ୟ ପକ୍ଷରୁ ଟି-୨୦ ମ୍ୟାଚ୍ ଖେଳିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ତେଣୁ ଧୋନି ସୟଦ ମୁସ୍ତାକ୍ ଅଲୀ ଟ୍ରଫି ଖେଳି ଆଇପିଏଲ୍ ପାଇଁ ପ୍ରସ୍ତୁତି କରିବାକୁ ଲକ୍ଷ୍ୟ ରଖିଛନ୍ତି।

ସୟଦ ମୁସ୍ତାକ ଅଲୀ ଟ୍ରଫି ଡିସେମ୍ବର-ଜାନୁଆରୀରେ ଆୟୋଜିତ ହେବ। ଏହି ଟୁର୍ଣ୍ଣାମେଣ୍ଟର କିଛିମାସ ପରେ ଆଇପିଏଲର ପରବର୍ତ୍ତୀ ସିଜନ୍ ଆରମ୍ଭ ହେବ। ତେଣୁ ଏଥିରୁ ସ୍ପଷ୍ଟ ହୋଇଯାଇଛି ଯେ ଧୋନି ଆଉ ଏକ ଆଇପିଏଲ୍ ଖେଳିବାକୁ ପ୍ରସ୍ତୁତ ଅଛନ୍ତି। ଧୋନି ଶେଷଥର ପାଇଁ ୨୦୦୭ରେ ସୟଦ ମୁସ୍ତାକ୍ ଅଲୀ ଟ୍ରଫି ଖେଳିଥିଲେ। ଉକ୍ତ ସିଜନରେ ସେ ଝାରଖଣ୍ଡ ପକ୍ଷରୁ ୪ ମ୍ୟାଚ୍ ଖେଳି ୬୧.୫୦ ହାରରେ ୧୨୩ ରନ୍ କରିଥିଲେ। ଗତବର୍ଷ ବିଶ୍ୱକପ୍ ପରଠାରୁ ଧୋନି କୌଣସି ପ୍ରତିଦ୍ୱନ୍ଦ୍ୱିତାମୂଳକ କ୍ରିକେଟ୍ ଖେଳିନାହାନ୍ତି। ତେବେ ଚଳିତ ବର୍ଷ ଆଇପିଏଲ୍ ଜରିଆରେ ଧୋନି ପ୍ରତ୍ୟାବର୍ତ୍ତନ କରିବାକୁ ଲକ୍ଷ୍ୟ ରଖିଥିଲେ। କିନ୍ତୁ କରୋନାଭାଇରସ୍ ଯୋଗୁ ଏହି ଲିଗର ଆୟୋଜନ ନେଇ ଆଶଙ୍କା ଦେଖା ଦେଇଛି।

Related story