ବିରାଟଙ୍କ ଫେଭରାଇଟ ବ୍ୟାଟିଂ ପାର୍ଟନର କିଏ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ପସନ୍ଦାର ବ୍ୟାଟିଂ ପାର୍ଟନର କିଏ? ଜାତୀୟ ଟିମ୍‌ରେ ଖେଳିବା ବେଳେ ବିରାଟଙ୍କ ବ୍ୟାଟିଂ ପାର୍ଟନର ହେଉଛନ୍ତି ମହେନ୍ଦ୍ର ସିଂହ ଧୋନି। ଧୋନିଙ୍କ ସହ ବ୍ୟାଟିଂ କରିବାକୁ ବିରାଟ ବହୁତ ଭଲ ପାଆନ୍ତି ବୋଲି କହିଛନ୍ତି। ଏକ ଚାଟ ଶୋ’ରେ ବିରାଟ କହିଛନ୍ତି, “ଯେଉଁମାନେ ଭଲ ଦୌଡ଼ି ପାରନ୍ତି ଓ ମୋ କଲକୁ ବୁଝି ପାରନ୍ତି ଏବଂ ଦୌଡ଼ିବାକୁ କ୍ଷମତା ରଖିଥାଆନ୍ତି ମୋତେ ସେହି ମାନଙ୍କ ସହ ବ୍ୟାଟିଂ କରିବାକୁ […]

ed

Hemant Lenka
  • Published: Saturday, 04 April 2020
  • , Updated: 04 April 2020, 08:22 PM IST

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ପସନ୍ଦାର ବ୍ୟାଟିଂ ପାର୍ଟନର କିଏ? ଜାତୀୟ ଟିମ୍‌ରେ ଖେଳିବା ବେଳେ ବିରାଟଙ୍କ ବ୍ୟାଟିଂ ପାର୍ଟନର ହେଉଛନ୍ତି ମହେନ୍ଦ୍ର ସିଂହ ଧୋନି। ଧୋନିଙ୍କ ସହ ବ୍ୟାଟିଂ କରିବାକୁ ବିରାଟ ବହୁତ ଭଲ ପାଆନ୍ତି ବୋଲି କହିଛନ୍ତି।

ଏକ ଚାଟ ଶୋ’ରେ ବିରାଟ କହିଛନ୍ତି, “ଯେଉଁମାନେ ଭଲ ଦୌଡ଼ି ପାରନ୍ତି ଓ ମୋ କଲକୁ ବୁଝି ପାରନ୍ତି ଏବଂ ଦୌଡ଼ିବାକୁ କ୍ଷମତା ରଖିଥାଆନ୍ତି ମୋତେ ସେହି ମାନଙ୍କ ସହ ବ୍ୟାଟିଂ କରିବାକୁ ଭଲ ଲାଗେ। ତେଣୁ ମୁଁ ଭାବୁଛି ଟିମ୍‌ ଇଣ୍ଡିଆ ପାଇଁ ଖେଳିବା ବେଳେ ମୋତେ ଏମଏସ(ଧୋନି)ଙ୍କ ସହ ବ୍ୟାଟିଂ କରିବାକୁ ଭଲ ଲାଗେ। କାରଣ ସେ ଭଲ ଦୌଡ଼ନ୍ତି। ଆମେ ମିଳିତ ଭାବେ ଭଲ ଦୌଡ଼ି ଥାଉ।”

ଧୋନିଙ୍କ ବ୍ୟତୀତ ବିରାଟ ତାଙ୍କ ରୟାଲ ଚ୍ୟାଲେଞ୍ଜର ବେଙ୍ଗାଲୁରୁର ପାର୍ଟନର ଏବି ଡିଭିଲିୟର୍ସଙ୍କ ସହ ବ୍ୟାଟିଂ କରିବାକୁ ଭଲ ପାଆନ୍ତି ବୋଲି କହିଛନ୍ତି। ବିରାଟ କହିଛନ୍ତି, “ଏବି ଆଉ ମୁଁ ଯେତେବେଳେ ବ୍ୟାଟିଂ କରୁ ସେତେବେଳେ କେହି କାହାକୁ କିଛି କହିବା ଦରକାର ପଡ଼େନାହିଁ। ପାର୍ଟନରଶିପ ଚାଲିଥିବା ବେଳେ କେହି କାହା ସହ କଥା ମଧ୍ୟ ହେଇ ନଥାଉ। ଏହା ବହୁତ ଚମତ୍କାର।”

ବିରାଟ ନିଜର ଡାକ ନାଁ ଚିକୁ କେମିତି ପ୍ରସିଦ୍ଧ ହେଲା ସେକଥା ମଧ୍ୟ କହିଛନ୍ତି। ଏହି ନାଁ ପ୍ରସିଦ୍ଧ ହେବା ପଛରେ ଧୋନିଙ୍କ ହାତ ରହିଥିବା ମଧ୍ୟ ବିରାଟ କହିଛନ୍ତି। ସେ କହିଛନ୍ତି, “ଏମଏସ(ଧୋନି) ୱିକେଟ ପଛରେ ମୋ ନାଁକୁ ଉଚ୍ଚାରଣ କରି ଏହାକୁ ସମସ୍ତଙ୍କ ପାଖରେ ପହଞ୍ଚାଇଛନ୍ତି। ଷ୍ଟମ୍ପରେ ଲାଗିଥିବା ମାଇକ ଦ୍ୱାରା ଲୋକମାନେ ଏହା ଶୁଣିଛନ୍ତି।

ରଣଜୀ ଟ୍ରଫି କୋଚଙ୍କ ଠାରୁ ମୁଁ ଏହି ଚିକୁ ନାଁ ପାଇଥିଲି। ୨୦୦୭ରେ ମୋର ଚୁଟି ଝଡ଼ିବା ଆରମ୍ଭ ହୋଇଥିଲା। ଫଳରେ ମୁଁ ଲଣ୍ଡା ହୋଇଯାଇଥିଲି। ଲଣ୍ଡା ହୋଇଯିବାରୁ ମୋ ଫୁଲକା ଗାଲ ଓ କାନ ବାହାରକୁ ବାହାରିବା ଭଳି ଦେଖାଯାଉଥିଲା। ଏହି କାରଣରୁ ଚିକୁ ନାଁ ଆହୁରି ଆଗକୁ ବଢ଼ିଥିଲା।”

Related story