ଭାରତୀୟ ଡ୍ରେସିଂ ରୁମରେ ଧୋନି

ରାଞ୍ଚି: ଭାରତ ଦକ୍ଷିଣ ଆଫ୍ରିକାକୁ ରାଞ୍ଚି ଟେଷ୍ଟର ଚତୁର୍ଥ ଦିବସରେ ମାତ୍ର ଦୁଇ ଓଭରରେ ହରାଇ ଦେଇଛି। ଭାରତୀୟ ଟିମ୍ ବିଜୟରୁ ୨ ୱିକେଟ୍ ଦୂରରେ ଥିଲା, ଯାହା ଆଜି ୧୨ ବଲରେ ହାସଲ କରିନେଇଛି। ଏହା ସହ ଭାରତ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୩-୦ରେ ପୋଛି ନେଇଛି। ଭାରତୀୟ ଟିମ୍ ପ୍ରଥମଥର ପାଇଁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ କ୍ଲିନସୁଇପ୍ କରିଛି। ଟିମ୍ ବିଜୟ ସେଲିବ୍ରେସନରେ ଡୁବି ଥିବା ବେଳେ ଜଣେ ଖାସ୍ ଅତିଥି ଡ୍ରେସିଂ […]

ms

Ranjit Kumar Jena
  • Published: Tuesday, 22 October 2019
  • , Updated: 22 October 2019, 05:10 PM IST

ରାଞ୍ଚି: ଭାରତ ଦକ୍ଷିଣ ଆଫ୍ରିକାକୁ ରାଞ୍ଚି ଟେଷ୍ଟର ଚତୁର୍ଥ ଦିବସରେ ମାତ୍ର ଦୁଇ ଓଭରରେ ହରାଇ ଦେଇଛି। ଭାରତୀୟ ଟିମ୍ ବିଜୟରୁ ୨ ୱିକେଟ୍ ଦୂରରେ ଥିଲା, ଯାହା ଆଜି ୧୨ ବଲରେ ହାସଲ କରିନେଇଛି। ଏହା ସହ ଭାରତ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୩-୦ରେ ପୋଛି ନେଇଛି।

ଭାରତୀୟ ଟିମ୍ ପ୍ରଥମଥର ପାଇଁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ କ୍ଲିନସୁଇପ୍ କରିଛି। ଟିମ୍ ବିଜୟ ସେଲିବ୍ରେସନରେ ଡୁବି ଥିବା ବେଳେ ଜଣେ ଖାସ୍ ଅତିଥି ଡ୍ରେସିଂ ରୁମରେ ପହଞ୍ଚିଯାଇଥିଲେ। ଏହି ବିଶେଷ ବ୍ୟକ୍ତି ଜଣକ ଆଉ କେହି ନୁହନ୍ତି, ବରଂ ସେ ହେଉଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେ୍ ମହେନ୍ଦ୍ର ସିଂହ ଧୋନି।


ଟିମର କୋଚ୍ ରବି ଶାସ୍ତ୍ରୀ ଓ ଧୋନି ସହ ଛିଡ଼ା ହୋଇ ଫଟୋ ଉଠାଇଥିଲେ। ଏହି ଫଟୋକୁ ବିସିସିଆଇ ସୋଶାଲ ମିଡିଆରେ ଶେଆର୍ କରିଛି। ଏହା ସହ ବିସିସିଆଇ ଧୋନିଙ୍କର ଆଉ ଏକ ଫଟୋ ମଧ୍ୟ ଶେଆର କରିଛି, ଯେଉଁଥିରେ ସେ ସ୍ପିନର ଶାହାବାଜ ନଦୀମଙ୍କ ସହ କଥା ହେଉଛନ୍ତି। ନଦୀମ ମଧ୍ୟ ଝାରଖଣ୍ଡ ପକ୍ଷରୁ ଘରୋଇ କ୍ରିକେଟ୍ ଖେଳନ୍ତି।

Related story