ପରାଜୟ ଯୋଗୁ ବଦଳିବ ଚେନ୍ନାଇର ରୂପରେଖ, ସଙ୍କେତ ଦେଲେ ଧୋନି

ଦୁବାଇ: ଚଳିତ ଆଇପିଏଲରେ ବାରମ୍ବାର ବିଫଳ ହୋଇଥିବା ୩ଥରର ବିଜେତା ଚେନ୍ନାଇ ସୁପର କିଙ୍ଗସ ନିଜ ଦଳର ରୂପରେଖ ବଦଳାଇବାକୁ ବାଧ୍ୟ ହୋଇଛି। ମୁମ୍ବାଇ ବିପକ୍ଷରେ ଲଜ୍ଜାଜନକ ୧୦ ୱିକେଟ ପରାଜୟ ପରେ ଶେଷ ୩ଟି ମ୍ୟାଚ୍‌ରେ ଦଳ ନୂଆ ଓ ଯୁବ ଖେଳାଳିଙ୍କୁ ନେଇ ମଇଦାନକୁ ଓହ୍ଲାଇବ ବୋଲି ଖୋଦ କ୍ୟାପ୍ଟେନ ମହେନ୍ଦ୍ର ସିଂହ ଧୋନି ସଙ୍କେତ ଦେଇଛନ୍ତି। ୩ଟି ମ୍ୟାଚ୍‌ରେ ଯୁବ ଖେଳାଳିଙ୍କ ପ୍ରଦର୍ଶନକୁ ଦଳ ମାପିବ। ଏହାପରେ ଆସନ୍ତାବର୍ଷ ହେବାକୁ ଥିବା ନିଲାମୀ […]

fr

Hemant Lenka
  • Published: Saturday, 24 October 2020
  • , Updated: 24 October 2020, 04:28 PM IST

ଦୁବାଇ: ଚଳିତ ଆଇପିଏଲରେ ବାରମ୍ବାର ବିଫଳ ହୋଇଥିବା ୩ଥରର ବିଜେତା ଚେନ୍ନାଇ ସୁପର କିଙ୍ଗସ ନିଜ ଦଳର ରୂପରେଖ ବଦଳାଇବାକୁ ବାଧ୍ୟ ହୋଇଛି। ମୁମ୍ବାଇ ବିପକ୍ଷରେ ଲଜ୍ଜାଜନକ ୧୦ ୱିକେଟ ପରାଜୟ ପରେ ଶେଷ ୩ଟି ମ୍ୟାଚ୍‌ରେ ଦଳ ନୂଆ ଓ ଯୁବ ଖେଳାଳିଙ୍କୁ ନେଇ ମଇଦାନକୁ ଓହ୍ଲାଇବ ବୋଲି ଖୋଦ କ୍ୟାପ୍ଟେନ ମହେନ୍ଦ୍ର ସିଂହ ଧୋନି ସଙ୍କେତ ଦେଇଛନ୍ତି।

୩ଟି ମ୍ୟାଚ୍‌ରେ ଯୁବ ଖେଳାଳିଙ୍କ ପ୍ରଦର୍ଶନକୁ ଦଳ ମାପିବ। ଏହାପରେ ଆସନ୍ତାବର୍ଷ ହେବାକୁ ଥିବା ନିଲାମୀ ବେଳେ କାହାକୁ ରଖିବ ଓ କାହାକୁ ଛାଡ଼ିବ, ତା’ର ନିଷ୍ପତ୍ତି ନେବ। ଏବେ ଚେନ୍ନାଇ ଦଳରେ ଥିବା ଅଧିକାଂଶ ଖେଳାଳିଙ୍କ ବୟସ ୩୫ ବର୍ଷରୁ ଅଧିକ। ଧୋନି ନିଜେ ୪୦ ବର୍ଷରେ ପାଦ ଦେଲେଣି।

ସେହିପରି ଇମ୍ରାନ ତାହିରଙ୍କ ବୟସ ୪୧ ବର୍ଷ। ତେଣୁ ଚେନ୍ନାଇକୁ ଡାଡ୍ସ ଆର୍ମି ମଧ୍ୟ କୁହାଯାଏ। ଚଳିତ ବର୍ଷ ଦଳ ନୈରାଶ୍ୟଜନକ ପ୍ରଦର୍ଶନ କରିବାରୁ ସମସ୍ତେ ଯୁବ ଖେଳାଳିଙ୍କୁ ସାମିଲ କରିବାକୁ ଦାବି କରିଛନ୍ତି।

ଗତକାଲିର ପରାଜୟ ପରେ ଧୋନି କହିଛନ୍ତି, ଯେତେବେଳେ ଆପଣ ଭଲ କରୁଛନ୍ତି, ସେତେବେଳେ ଅନେକ କାରଣ ରହିଥାଏ। ହେଲେ ବିଫଳତା ପରେ ଆପଣ ନିଜକୁ ଥରେ ପଚାରିବା ଦରକାର ଯେ କ’ଣ ଆପଣ ଦକ୍ଷତା ଅନୁସାରେ ଖେଳିଛନ୍ତି କି? ପରିବେଶ ଯାହା ବି ରହୁ, ପ୍ରଥମେ ନିଜର ଦକ୍ଷତାର ପ୍ରଦର୍ଶନ କରିବାକୁ ପଡ଼ିବ।

ଏବେ ଆମକୁ ଆସନ୍ତା ବର୍ଷ ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ। ଆସନ୍ତାବର୍ଷ ନିଲାମୀ ହେବ। ତେଣୁ ଆଗାମୀ ୩ଟି ମ୍ୟାଚ୍‌ ଅନ୍ୟମାନଙ୍କୁ ପ୍ଲାଟଫର୍ମ ଦେବାର ଉପଯୁକ୍ତ ସୁଯୋଗ। ଆସନ୍ତାବର୍ଷ ପାଇଁ କିଛି ଯୁବ ଖେଳାଳି ପ୍ରସ୍ତୁତ ହେଉଛନ୍ତି। ଏବେ ଦେଖିବାର ଅଛି କିଏ ଭଲ ବ୍ୟାଟିଂ ଓ ବୋଲିଂ କରିପାରୁଛନ୍ତି ଏବଂ ଚାପକୁ ଠିକ ଭାବେ ହ୍ୟାଣ୍ଡେଲ କରିପାରୁଛି। ପରବର୍ତ୍ତୀ ୩ଟି ମ୍ୟାଚ୍‌ରେ ବେଞ୍ଚରେ ବସିଥିବା ଖେଳାଳିଙ୍କୁ ସୁଯୋଗ ଦିଆଯିବ ବୋଲି ଧୋନି କହିଛନ୍ତି।

Related story