ଦିନିକିଆ ସିରିଜ୍‌ଠାରୁ ଟି-୨୦ରେ ଅଧିକ ଶିକ୍ଷା ପାଇଛି ଯୁବବାହିନୀ: ଧୋନି

ନୂଆଦିଲ୍ଲୀ: ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜ୍‌ ଅପେକ୍ଷା ଟି-୨୦ରେ ଟିମ୍‌ ଇଣ୍ଡିଆର ଯୁବ ବାହିନୀ ବହୁତ କିଛି ଶିକ୍ଷା ପାଇଛି। ପ୍ରଥମ ମ୍ୟାଚ୍‌ରେ ବିଜୟ ଓ ଦ୍ୱିତୀୟ ମ୍ୟାଚ୍‌ରେ ପରାଜୟ ଓ ତୃତୀୟ ଟି-୨୦ରେ ରୋମାଞ୍ଚକର ବିଜୟ ଯୋଗୁଁ ଯୁବବାହିନୀଙ୍କ ମନୋବଳ ଦୃଢ ହୋଇଛି। ଗୁରୁବାର ଏହା କହିଛନ୍ତି ଟିମ୍‌ ଇଣ୍ଡିଆ ଅଧିନାୟକ ମହେନ୍ଦ୍ର ସିଂହ। ସେ କହିଛନ୍ତି,“ଦିନିକିଆରେ ଭାରତ ସମସ୍ତ ୩ଟି ମ୍ୟାଚ୍‌ରେ ବିଜୟରୁ ଯେତିକି ଶିଖିବାକୁ ମିଳି ନ ଥିଲା ୩ଟିକିଆ ଟି-୨୦ ସିରିଜ୍‌ରେ […]

ms-dhoni-zimbabwe

Rakesh Mallick
  • Published: Thursday, 23 June 2016
  • , Updated: 23 June 2016, 05:08 PM IST

ନୂଆଦିଲ୍ଲୀ: ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜ୍‌ ଅପେକ୍ଷା ଟି-୨୦ରେ ଟିମ୍‌ ଇଣ୍ଡିଆର ଯୁବ ବାହିନୀ ବହୁତ କିଛି ଶିକ୍ଷା ପାଇଛି। ପ୍ରଥମ ମ୍ୟାଚ୍‌ରେ ବିଜୟ ଓ ଦ୍ୱିତୀୟ ମ୍ୟାଚ୍‌ରେ ପରାଜୟ ଓ ତୃତୀୟ ଟି-୨୦ରେ ରୋମାଞ୍ଚକର ବିଜୟ ଯୋଗୁଁ ଯୁବବାହିନୀଙ୍କ ମନୋବଳ ଦୃଢ ହୋଇଛି।

ଗୁରୁବାର ଏହା କହିଛନ୍ତି ଟିମ୍‌ ଇଣ୍ଡିଆ ଅଧିନାୟକ ମହେନ୍ଦ୍ର ସିଂହ।

ସେ କହିଛନ୍ତି,“ଦିନିକିଆରେ ଭାରତ ସମସ୍ତ ୩ଟି ମ୍ୟାଚ୍‌ରେ ବିଜୟରୁ ଯେତିକି ଶିଖିବାକୁ ମିଳି ନ ଥିଲା ୩ଟିକିଆ ଟି-୨୦ ସିରିଜ୍‌ରେ ଯୁବବାହିନୀକୁ ତା’ଠାରୁ ଅଧିକ କିଛି ଶିଖିବାକୁ ମିଳିଛି। ବ୍ୟକ୍ତିଗତଭାବେ ମୁଁ ଭାବୁଛି ଯେ ମୋର ଏଥିରେ ବହୁତ ଉନ୍ନତି ହୋଇଛି। ବାକି ଯୁବଖେଳାଳି ମାନେ ଭଲ ପ୍ରଦର୍ଶନ କରିଛନ୍ତି।”

Related story