ଅଷ୍ଟ୍ରେଲିଆନ୍ ଓପନ୍‌: ସେମିରେ ହାଲେପଙ୍କୁ ଭେଟିବେ ମୁଗୁରୁଜା

ମେଲବର୍ଣ୍ଣ: ସ୍ପେନୀୟ ତାରକା ଗାର୍ବିନ୍ ମୁଗୁରୁଜା ଚଳିତ ଅଷ୍ଟ୍ରେଲିଆନ୍ ଓପନର ମହିଳା ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ବୁଧବାର କ୍ୱାର୍ଟରଫାଇନାଲରେ ମୁଗୁରୁଜା ରୁଷର ଆନାସ୍ତାସିଆ ପାଭଲ୍ୟୁଚେଙ୍କୋଭାଙ୍କୁ ସିଧାସଳଖ ୭-୫, ୬-୩ ସେଟରେ ହରାଇ ପ୍ରଥମଥର ଲାଗି ଓପନର ଅନ୍ତିମ-୪ରେ ସ୍ଥାନ ପକ୍କା କରିଛନ୍ତି। ଦୁଇଥରର ଗ୍ରାଣ୍ଡସ୍ଲାମ୍ ବିଜେତା ମୁଗୁରୁଜା ସେମିରେ ରୋମାନିଆର ସିମୋନା ହାଲେପଙ୍କୁ ଭେଟିବେ। ଦୁଇଥରର ଗ୍ରାଣ୍ଡସ୍ଲାମ୍ ବିଜେତା ହାଲେପ୍ ନିଜର କ୍ୱାର୍ଟର୍ ମୁକାବିଲାରେ ଇଷ୍ଟୋନିଆର ଆନେଟ୍ କୋଣ୍ଟାଭିଟଙ୍କୁ ସିଧାସଳଖ ୬-୧, ୬-୧ ସେଟରେ ପରାସ୍ତ […]

muguruza

muguruza

Ranjit Kumar Jena
  • Published: Wednesday, 29 January 2020
  • Updated: 29 January 2020, 06:45 PM IST

Sports

Latest News

ମେଲବର୍ଣ୍ଣ: ସ୍ପେନୀୟ ତାରକା ଗାର୍ବିନ୍ ମୁଗୁରୁଜା ଚଳିତ ଅଷ୍ଟ୍ରେଲିଆନ୍ ଓପନର ମହିଳା ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ବୁଧବାର କ୍ୱାର୍ଟରଫାଇନାଲରେ ମୁଗୁରୁଜା ରୁଷର ଆନାସ୍ତାସିଆ ପାଭଲ୍ୟୁଚେଙ୍କୋଭାଙ୍କୁ ସିଧାସଳଖ ୭-୫, ୬-୩ ସେଟରେ ହରାଇ ପ୍ରଥମଥର ଲାଗି ଓପନର ଅନ୍ତିମ-୪ରେ ସ୍ଥାନ ପକ୍କା କରିଛନ୍ତି।

ଦୁଇଥରର ଗ୍ରାଣ୍ଡସ୍ଲାମ୍ ବିଜେତା ମୁଗୁରୁଜା ସେମିରେ ରୋମାନିଆର ସିମୋନା ହାଲେପଙ୍କୁ ଭେଟିବେ। ଦୁଇଥରର ଗ୍ରାଣ୍ଡସ୍ଲାମ୍ ବିଜେତା ହାଲେପ୍ ନିଜର କ୍ୱାର୍ଟର୍ ମୁକାବିଲାରେ ଇଷ୍ଟୋନିଆର ଆନେଟ୍ କୋଣ୍ଟାଭିଟଙ୍କୁ ସିଧାସଳଖ ୬-୧, ୬-୧ ସେଟରେ ପରାସ୍ତ କରିଛନ୍ତି। ହାଲେପ୍ ମାତ୍ର ୫୩ ମିନିଟରେ ଏହି ମ୍ୟାଚକୁ ନିଜ ନାଁରେ କରିଥିଲେ। ୨୦୧୮ରେ ଏଠାରେ ଚାମ୍ପିୟନ୍ ହୋଇଥିବା ହାଲେପ୍ ଗତ ସଂସ୍କରଣରେ ଚତୁର୍ଥ ରାଉଣ୍ଡରୁ ବିଦାୟ ନେଇଥିଲେ।

ବୁଧବାର ମ୍ୟାଚ୍ ଜିତିବା ପରେ ହାଲେପ୍ କହିଥିଲେ, ମୋ ପାଇଁ ସବୁ ମ୍ୟାଚର ମହତ୍ତ୍ୱ ଏକସମାନ। ତାଙ୍କ ପରବର୍ତ୍ତୀ ପ୍ରତିଦ୍ୱନ୍ଦ୍ୱୀ ମୁଗୁରୁଜା ପ୍ରଥମଥର ଅଷ୍ଟ୍ରେଲିଆନ୍ ଓପନର ସେମିରେ ପହଞ୍ଚିଛନ୍ତି। ଗତ ସଂସ୍କରଣରେ ମୁଗୁରୁଜା ଚତୁର୍ଥ ରାଉଣ୍ଡରୁ ବିଦାୟ ନେଇଛନ୍ତି। ମୁଗୁରୁଜାଙ୍କ ନାଁରେ ଦୁଇଟି ଗ୍ରାଣ୍ଡସ୍ଲାମ୍ (ଫ୍ରେଞ୍ଚ୍ ଓପନ୍‌, ୱିମ୍ବଲଡନ୍‌) ଟାଇଟଲ୍ ରହିଛି ଏବଂ ଏଠାରେ ସେ ପ୍ରଥମଥର ଚାମ୍ପିୟନ୍ ହେବା ଆଶାରେ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos