ଦିଲ୍ଲୀ ବିଜୟରେ ଲାଗିଲା ବ୍ରେକ୍, ଦ୍ୱିତୀୟକୁ ଉଠିଲା ମୁମ୍ବାଇ

ଦିଲ୍ଲୀ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଲରାଉଣ୍ଡର ପ୍ରଦର୍ଶନ ଓ ଯୁବ ସ୍ପିନର ରାହୁଲ ଚହରଙ୍କ ସଫଳ ବୋଲିଂ ଆଧାରରେ ମୁମ୍ବାଇ ଇଣ୍ଡିଆନ୍ସ ଗୁରୁବାର ଖେଳାଯାଇଥିବା ଆଇପିଏଲର ୩୪ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୪୦ ରନରେ ପରାସ୍ତ କରିଛି। ମୁମ୍ବାଇ ୯ ମ୍ୟାଚରୁ ଷଷ୍ଠ ବିଜୟ ସହ ୧୨ ପଏଣ୍ଟ ହାସଲ କରି ଟେବୁଲର ଦ୍ୱିତୀୟ ସ୍ଥାନକୁ ଉଠିଛି। ଅନ୍ୟପକ୍ଷରେ ଦିଲ୍ଲୀର ଲଗାତାର ହ୍ୟାଟ୍ରିକ୍ ବିଜୟରେ ବ୍ରେକ୍ ଲାଗିଛି। ପରାଜୟ ପରେ ଦିଲ୍ଲୀ ତୃତୀୟ ସ୍ଥାନକୁ ଖସି ଆସିଛି। ଏହି […]

mum

mum

Ranjit Kumar Jena
  • Published: Friday, 19 April 2019
  • Updated: 19 April 2019, 12:55 PM IST

Sports

Latest News

ଦିଲ୍ଲୀ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଲରାଉଣ୍ଡର ପ୍ରଦର୍ଶନ ଓ ଯୁବ ସ୍ପିନର ରାହୁଲ ଚହରଙ୍କ ସଫଳ ବୋଲିଂ ଆଧାରରେ ମୁମ୍ବାଇ ଇଣ୍ଡିଆନ୍ସ ଗୁରୁବାର ଖେଳାଯାଇଥିବା ଆଇପିଏଲର ୩୪ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୪୦ ରନରେ ପରାସ୍ତ କରିଛି। ମୁମ୍ବାଇ ୯ ମ୍ୟାଚରୁ ଷଷ୍ଠ ବିଜୟ ସହ ୧୨ ପଏଣ୍ଟ ହାସଲ କରି ଟେବୁଲର ଦ୍ୱିତୀୟ ସ୍ଥାନକୁ ଉଠିଛି।

ଅନ୍ୟପକ୍ଷରେ ଦିଲ୍ଲୀର ଲଗାତାର ହ୍ୟାଟ୍ରିକ୍ ବିଜୟରେ ବ୍ରେକ୍ ଲାଗିଛି। ପରାଜୟ ପରେ ଦିଲ୍ଲୀ ତୃତୀୟ ସ୍ଥାନକୁ ଖସି ଆସିଛି। ଏହି ମ୍ୟାଚରେ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୫ ୱିକେଟ୍ ହରାଇ ୧୬୮ ରନ୍ କରିଥିଲା। ଜବାବରେ ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୨୮ ରନ୍ କରିବାକୁ ସକ୍ଷମ ହୋଇଥିଲା। ଅଲରାଉଣ୍ଡର ପ୍ରଦର୍ଶନ ପାଇଁ ହାର୍ଦ୍ଦିକଙ୍କୁ (୩୨ ରନ୍ ଏବଂ ୧ ୱିକେଟ୍) ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା।

ଫିରୋଜ୍ ଶାହ କୋଟଲାର ଧିମା ପିଚରେ ୧୬୯ ରନର କଷ୍ଟସାଧ୍ୟ ଲକ୍ଷ୍ୟର ପିଛା କରୁଥିବା ଦିଲ୍ଲୀ ଭଲ ଆରମ୍ଭ କରିଥିଲା। ପୃଥ୍ୱୀ ଶ' ଓ ଶିଖର ଧୱନ୍ ପ୍ରଥମ ୱିକେଟ୍ ପାଇଁ ୪୯ ରନ୍ ଯୋଡ଼ିଥିଲେ। ଧୱନ୍ ମାତ୍ର ୨୨ ବଲରେ ଦ୍ରୁତ ୩୫ (୫ ଚୌକା, ୧ ଛକା) ରନ୍ କରି ରାହୁଲ ଚହରଙ୍କ ବଲରେ କ୍ଲିନ୍ ବୋଲ୍ଡ ହୋଇଥିଲେ।

ଏହା ପରେ ଚହର ଅନ୍ୟତମ ଓପ୍ନର ପୃଥ୍ୱୀ (୨୦)ଙ୍କୁ ମଧ୍ୟ ପ୍ୟାଭିଲିୟନ୍ ପଠାଇଥିଲେ। କଲିନ୍ ମୁନରୋ (୩)ଙ୍କୁ କୃନାଲ୍ ପାଣ୍ଡ୍ୟା ଆଉଟ୍ କରିଥିବା ବେଳେ ଭଲ ଫର୍ମରେ ଥିବା ଅଧିନାୟକ ଶ୍ରେୟସ ଆୟର୍ ମାତ୍ର ୩ ରନ୍ କରି ଚହରଙ୍କ ତୃତୀୟ ଶିକାର ହୋଇଥିଲେ।

ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ (୭) ବଡ଼ ସ୍କୋର କରିବାରେ ବିଫଳ ହୋଇଥିବା ବେଳେ ଅକ୍ଷର ପଟେଲ କିଛି ସମୟ କ୍ରିଜରେ ବିତାଇଥିଲେ ହେଁ, ତାହା ଦଳ ପାଇଁ ଯଥେଷ୍ଟ ହୋଇନଥିଲା। ଦକ୍ଷିଣ ଆଫ୍ରିକା ଅଲରାଉଣ୍ଡର କ୍ରିସ୍ ମୋରିସ (୧୧)ଙ୍କୁ ଭେଟେରାନ୍ ଲସିଥ୍ ମାଲିଙ୍ଗା ଆଉଟ୍ କରିଥିବା ବେଳେ ଅକ୍ଷର (୨୬)ଙ୍କୁ ବୁମ୍ରା ଆଉଟ୍ କରିଥିଲେ।

ଲଗାତାର ୱିକେଟ୍ ପତନ କାରଣରୁ ଦିଲ୍ଲୀ ରନ ଗତି ହ୍ରାସ ପାଇଥିଲା ଏବଂ ଆୟୋଜକ ଟିମ୍ ୧୨୮ ରନରେ ସୀମିତ ରହିଯାଇଥିଲେ। ଶେଷ ଭାଗରେ କାଗିସୋ ରବାଡା (୯) ଆଉଟ୍ ହୋଇଥିବା ବେଳେ ଅମିତ୍ ମିଶ୍ର (୬) ଓ ଈଶାନ୍ତ ଶର୍ମା (୦) ଅପରାଜିତ ଥିଲେ। ମୁମ୍ବାଇ ପକ୍ଷରୁ ଚହର୍ ୧୯ ରନ୍ ଦେଇ ୩ଟି, ବୁମ୍ରା ୨ଟି ଏବଂ ହାର୍ଦ୍ଦିକ, ମାଲିଙ୍ଗା ଓ କୃନାଲ୍ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।

ପୂର୍ବରୁ ଟସ୍ ଜିତି ବ୍ୟାଟିଂ କରିଥିବା ମୁମ୍ବାଇ ଭଲ ଆରମ୍ଭ କରିଥିଲା। ଦୁଇ ନିୟମିତ ଓପ୍ନର ଅଧିନାୟକ ରୋହିତ୍ ଶର୍ମା (୩୦) ଓ କ୍ୱିଣ୍ଟନ୍ ଡି'କକ୍ (୩୫) ପ୍ରଥମ ୱିକେଟ୍ ପାଇଁ ୫୭ ରନର ପାର୍ଟନରଶିପ୍ କରିଥିଲେ। ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ବେନ୍ କଟିଙ୍ଗ (୨) ଶସ୍ତାରେ ପ୍ୟାଭିଲିୟନ୍ ଫେରିଥିଲେ।

ମଧ୍ୟକ୍ରମରେ ସୂର୍ଯ୍ୟକୁମାର ଯାଦବ (୨୬) ଓ କୃନାଲ ଆବଶ୍ୟକୀୟ ଯୋଗଦାନ କରିଥିବା ବେଳେ ଶେଷଭାଗରେ ହାର୍ଦ୍ଦିକ ଦ୍ରୁତ ରନ୍ କରି ମୁମ୍ବାଇକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ପାଣ୍ଡ୍ୟା ଭ୍ରାତା ପଞ୍ଚମ ୱିକେଟ୍ ପାଇଁ ୫୪ ରନର ମହତ୍ତ୍ୱପୂର୍ଣ୍ଣ ଭାଗୀଦାରୀ କରିଥିଲେ। ହାର୍ଦ୍ଦିକ ୧୫ ବଲରେ ୨ ଚୌକା ଓ ୩ ଛକା ସହ ୩୨ ରନ୍ କରି ଆଉଟ୍ ହୋଇଥିବା ବେଳେ କୃନାଲ୍ ୨୬ ବଲରେ ୫ ଚୌକା ଓହ ୩୭ ରନ୍ କରି ଅପରାଜିତ ଥିଲେ। ଦିଲ୍ଲୀ ପକ୍ଷରୁ ରବାଡା ୨ଟି, ଅମିତ୍ ଓ ଅକ୍ଷର ଗୋଟିଏ ଲେଖାଏ ୱିକେଟ୍ ଅକ୍ତିଆର କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story