ଖସିଲା ଦିଲ୍ଲୀ, ଶୀର୍ଷକୁ ଉଠିଲା ମୁମ୍ବାଇ ଇଣ୍ଡିଆନ୍ସ

ଆବୁ ଧାବି: କ୍ୟାପଟେନ୍ ରୋହିତ୍ ଶର୍ମା, କାଇରନ୍ ପୋଲାର୍ଡ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ ପରେ ବୋଲରଙ୍କ ଶାଣିତ ପ୍ରଦର୍ଶନ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ତା’ର ଚତୁର୍ଥ ମ୍ୟାଚରେ କିଙ୍ଗସ୍ ଇଲେଭେନ୍ ପଞ୍ଜାବକୁ ୪୮ ରନରେ ପରାସ୍ତ କରି ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛି। ଏଥିସହ ମୁମ୍ବାଇ ଦିଲ୍ଲୀ କ୍ୟାପିଟାଲ୍ସକୁ ହଟାଇ ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିଛି। ଗୁରୁବାର ଶେଖ ଜାୟେଦ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମୁକାବିଲାରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ […]

mi.

Ranjit Kumar Jena
  • Published: Friday, 02 October 2020
  • , Updated: 02 October 2020, 03:48 PM IST

ଆବୁ ଧାବି: କ୍ୟାପଟେନ୍ ରୋହିତ୍ ଶର୍ମା, କାଇରନ୍ ପୋଲାର୍ଡ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ ପରେ ବୋଲରଙ୍କ ଶାଣିତ ପ୍ରଦର୍ଶନ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ତା'ର ଚତୁର୍ଥ ମ୍ୟାଚରେ କିଙ୍ଗସ୍ ଇଲେଭେନ୍ ପଞ୍ଜାବକୁ ୪୮ ରନରେ ପରାସ୍ତ କରି ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛି। ଏଥିସହ ମୁମ୍ବାଇ ଦିଲ୍ଲୀ କ୍ୟାପିଟାଲ୍ସକୁ ହଟାଇ ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିଛି।

ଗୁରୁବାର ଶେଖ ଜାୟେଦ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମୁକାବିଲାରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ଓଭରରେ ୪ ୱିକେଟ୍‌ ହରାଇ ୧୯୧ ରନ୍ କରିଥିଲା। ରୋହିତ୍ କ୍ୟାପଟେନ୍ ଇନିଂସ୍ ଖେଳିଥିବା ବେଳେ ପୋଲାର୍ଡ ଓ ପାଣ୍ଡ୍ୟା ଚିରାଚରିତ ଢଙ୍ଗରେ ବ୍ୟାଟିଂ କରି ମୁମ୍ବାଇକୁ ମଜଭୁତ୍ ସ୍କୋରରେ ପହଞ୍ଚାଇଥିଲେ।

ରୋହିତ୍ ମାତ୍ର ୪୫ ବଲରେ ୮ ଚୌକା ଓ ୩ ଛକା ସହ ସର୍ବାଧିକ ୭୦ ରନ୍ କରିଥିବା ବେଳେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୋଲାର୍ଡ ୨୦ ବଲରେ ୩ ଚୌକା ଓ ୪ ଛକା ସହ ୪୭ ଓ ପାଣ୍ଡ୍ୟା ୧୧ ବଲରେ ୩ ଚୌକା ଓ ୨ ଛକା ସହ ୩୦ ରନ୍ କରିଥିଲେ। ସୂର୍ଯ୍ୟକୁମାର ଯାଦବ (୧୦), ଇଶାନ୍ କିଷନ (୨୮) ଓ କ୍ୱିଣ୍ଟନ୍ ଡି'କକ୍ (୦) ନିରାଶ କରିଥିଲେ।

୧୯୨ ରନର ଲକ୍ଷ୍ୟର ପିଛା କରୁଥିବା ପଞ୍ଜାବ ୮ ୱିକେଟରେ ୧୪୩ ରନ୍ କରିବାକୁ ସକ୍ଷମ ହୋଇଥିଲା। ଇଣ୍ଡିଜ୍ ୟଙ୍ଗ୍ ଷ୍ଟାର୍ ନିକୋଲାସ୍ ପୁରନ୍ ୪୪ ରନର ଇନିଂସ୍ ଖେଳିଥିଲେ ହେଁ, ମୟଙ୍କ ଅଗ୍ରୱାଲ୍ (୨୫), କ୍ରିଷ୍ଣାପ୍ପା ଗୌତମ (୨୨*), କ୍ୟାପଟେନ୍ ଲୋକେଶ ରାହୁଲ୍ (୧୭) ଓ ଗ୍ଲେନ୍ ମ୍ୟାକ୍ସୱେଲ୍ (୧୧) ସୁଯୋଗର ଫାଇଦା ଉଠାଇପାରି ନଥିଲେ। ମୁମ୍ବାଇର ସଫଳ ବୋଲର ଭାବେ ଜେମ୍ସ ପାଟିନସନ୍, ଯଶପ୍ରୀତ ବୁମରା ଓ ରାହୁଲ୍ ଚହର୍ ୨ଟି ଲେଖାଏ ସଫଳତା ପାଇଥିଲେ।

Related story