ଏହି ୩ ପ୍ଲେୟାରଙ୍କୁ ରିଟେନ୍‌ କରିବ ମୁମ୍ବାଇ ଇଣ୍ଡିଆନ୍ସ୍‌: ହେଲେ ଆରମ୍ଭରୁ ଦଳରେ ଥିବା ଖେଳାଳି ନାହାଁନ୍ତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଇପିଏଲ୍‌ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଜାନୁୟାରୀ ୨୭ରେ ହେବାକୁ ଥିବା ଆଇପିଏଲ୍‌ ନିଲାମୀ ପୂର୍ବରୁ  ଅଧିନାୟକ ରୋହିତ ଶର୍ମା ଓ ପାଣ୍ଡ୍ୟା ବ୍ରଦର୍ସଙ୍କୁ ରିଟେନ୍‌ କରିପାରେ। ସେପଟେ ଦିଲ୍ଲୀ ଡେୟାର ଡେଭିଲ୍ସ୍‌ ରିଷଭ ପନ୍ତ ଓ ଶ୍ରେୟସ ଆୟରଙ୍କୁ ଟିମ୍‌ରେ ରଖିପାରେ। ଆଇପିଲରେ ଖେଳାଳିଙ୍କୁ ରିଟେନ୍‌ କରିବାର ଶେଷ ତାରିଖ ରହିଛି ୪ ଜାନୁୟାରୀ । ୪ ତାରିଖ ସୁଦ୍ଧା ସମସ୍ତ ଫ୍ରାଞ୍ଚାଇଜ୍‌ଙ୍କୁ ସ୍ଥିର କରିବାକୁ ହେବ ସେମାନେ କେଉଁ ଖେଳାଳିଙ୍କୁ ଟିମ୍‌ରେ […]

_31e20fb8-3e5c-11e7-8e2c-04c6be70fea0

Ordigital Desk
  • Published: Tuesday, 02 January 2018
  • , Updated: 02 January 2018, 02:01 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଇପିଏଲ୍‌ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଜାନୁୟାରୀ ୨୭ରେ ହେବାକୁ ଥିବା ଆଇପିଏଲ୍‌ ନିଲାମୀ ପୂର୍ବରୁ  ଅଧିନାୟକ ରୋହିତ ଶର୍ମା ଓ ପାଣ୍ଡ୍ୟା ବ୍ରଦର୍ସଙ୍କୁ ରିଟେନ୍‌ କରିପାରେ। ସେପଟେ ଦିଲ୍ଲୀ ଡେୟାର ଡେଭିଲ୍ସ୍‌ ରିଷଭ ପନ୍ତ ଓ ଶ୍ରେୟସ ଆୟରଙ୍କୁ ଟିମ୍‌ରେ ରଖିପାରେ। ଆଇପିଲରେ ଖେଳାଳିଙ୍କୁ ରିଟେନ୍‌ କରିବାର ଶେଷ ତାରିଖ ରହିଛି ୪ ଜାନୁୟାରୀ । ୪ ତାରିଖ ସୁଦ୍ଧା ସମସ୍ତ ଫ୍ରାଞ୍ଚାଇଜ୍‌ଙ୍କୁ ସ୍ଥିର କରିବାକୁ ହେବ ସେମାନେ କେଉଁ ଖେଳାଳିଙ୍କୁ ଟିମ୍‌ରେ ରିଟେନ୍‌ ରଖିବେ।

ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମାଙ୍କୁ ରିଟେନ୍‌ କରିବା ନିଷ୍ପତ୍ତି ନେଇସାରିଛି। କାରଣ ରୋହିତ ଶର୍ମାଙ୍କ ନେତୃତ୍ୱରେ ମୁମ୍ବାଇ ୩ ଥର ଆଇପିଏଲ ଚାମ୍ପିୟନ ହୋଇଛି। ଏହାସହ ମୁମ୍ବାଇ (RTM) ରାଇଟ୍‌ ଟୁ ମ୍ୟାଚ୍‌ କାର୍ଡରେ ପୋଲାର୍ଡ ଓ ବୁମ୍‌ରାଙ୍କୁ ଟିମ୍‌ରେ ରିଟେନ୍ କରିପାରେ।

ରୋହିତ, ହାର୍ଦ୍ଦିକ ପାଣ୍ଡ୍ୟା, କ୍ରୁନାଲ ପାଣ୍ଡ୍ୟା, ବୁମ୍‌ରା ଓ ପୋଲାର୍ଡ ମ୍ୟାଚ୍ ବିଜେତା ହୋଇଥିବାରୁ ମୁମ୍ବାଇ ଇଣ୍ଡିଆନ୍ସ ଏହି ୫ଜଣ ଖେଳାଳିଙ୍କୁ ରିଟେନ୍‌ କରିବ ବୋଲି ଜଣା ପଡିଛି। ହେଲେ ଆଇପିଏଲ ଆରମ୍ଭରୁ ମୁମ୍ବାଇରେ ରହିଆସିଥିବା ହରଭଜନ ସିଂ ଏଥର ରିଟେନ୍‌ ହେବେନି ବୋଲି ଜଣାପଡ଼ିଛି। ଯେଉଁଥିପାଇଁ ସେ ନିଲାମୀରେ ସାମିଲ ହେବେ।

https://youtu.be/wJo_y8yGPdU?t=16

Related story