ମୁମ୍ୱାଇ ବିପକ୍ଷ ରଣଜୀ: ପରାଜୟ ଦ୍ୱାରରେ ଓଡ଼ିଶା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର କିଟ୍‌ ପଡ଼ିଆରେ ଚାଲିଥିବା ମୁମ୍ୱାଇ ବିପକ୍ଷ ରଣଜୀ ମ୍ୟାଚର ଦ୍ୱିତୀୟ ପାଳିରେ ଓଡ଼ିଶା ବିପର୍ଯ୍ୟୟରେ ସମ୍ମୁଖୀନ ହୋଇଛି। ଆଜି ତୃତୀୟ ଦିନରେ ଖେଳ ଶେଷ ସୁଦ୍ଧା ଓଡ଼ିଶା ୪ ୱିକେଟ୍‌ ହରାଇ ମାତ୍ର ୯୩ ରନ୍‌ କରିଛି। ଅଧିନାୟକ ଗୋବିନ୍ଦ ପୋଦ୍ଦାର ୪୮ ରନ୍‌ ଓ ଶାନ୍ତନୁ ମିଶ୍ର ୪ ରନ୍‌ କରି ନଟ୍‌ଆଉଟ୍‌ ଅଛନ୍ତି। ୧୪୪ ରନ୍‌ର ଲିଡ୍‌ ନେଇଥିବା ମୁମ୍ୱାଇ ଦ୍ୱିତୀୟ ଇନିଂସରେ ୨୬୮ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। […]

ranji mach

ranji mach

Rakesh Mallick
  • Published: Friday, 03 November 2017
  • Updated: 03 November 2017, 11:47 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର କିଟ୍‌ ପଡ଼ିଆରେ ଚାଲିଥିବା ମୁମ୍ୱାଇ ବିପକ୍ଷ ରଣଜୀ ମ୍ୟାଚର ଦ୍ୱିତୀୟ ପାଳିରେ ଓଡ଼ିଶା ବିପର୍ଯ୍ୟୟରେ ସମ୍ମୁଖୀନ ହୋଇଛି। ଆଜି ତୃତୀୟ ଦିନରେ ଖେଳ ଶେଷ ସୁଦ୍ଧା ଓଡ଼ିଶା ୪ ୱିକେଟ୍‌ ହରାଇ ମାତ୍ର ୯୩ ରନ୍‌ କରିଛି। ଅଧିନାୟକ ଗୋବିନ୍ଦ ପୋଦ୍ଦାର ୪୮ ରନ୍‌ ଓ ଶାନ୍ତନୁ ମିଶ୍ର ୪ ରନ୍‌ କରି ନଟ୍‌ଆଉଟ୍‌ ଅଛନ୍ତି।

୧୪୪ ରନ୍‌ର ଲିଡ୍‌ ନେଇଥିବା ମୁମ୍ୱାଇ ଦ୍ୱିତୀୟ ଇନିଂସରେ ୨୬୮ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ଏଥିରେ ମୁମ୍ୱାଇ ବ୍ୟାଟ୍ସମ୍ୟାନ୍‌ ସିଦ୍ଧେଶ୍ୱର ୧୧୮ ରନ୍‌ର ଲମ୍ୱା ଇନିଂସ ଖେଳିଥିଲେ। ଓଡ଼ିଶା ପକ୍ଷରୁ ସୂର୍ଯ୍ୟକାନ୍ତ ପ୍ରଧାନ ୩ଟି, ବସନ୍ତ ମହାନ୍ତି ୨ଟି, ବିପ୍ଳବ ସାମନ୍ତରାୟ ୨ଟି ଓ ଦୀପକ ବେହେରା ଗୋଟିଏ ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ।

ମୁମ୍ୱାଇ ଟାର୍ଗେଟ୍ ଦେଇଥିବା ୪୧୩ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରିବା ପାଇଁ ପଡ଼ିଆକୁ ଓହ୍ଲାଇଥିବା ଓଡ଼ିଶା ପ୍ରାରମ୍ଭିକ ବ୍ୟାଟିଂ ବ୍ୟପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ମାତ୍ର ୯୩ ରନ୍‌ରେ ୪ଟି ୱିକେଟ୍‌ ହରାଇଥିଲା। ଆସନ୍ତାକାଲି ଶେଷ ଦିନରେ ମୁମ୍ୱାଇ ବିଶାଳ ସ୍କୋର ଆଗରେ ଓଡ଼ିଶା କେତେ ସମୟ ଧରି ରହିବ, ତାହା ସମୟ ହିଁ କହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos