ମୁମ୍ବାଇର ଆଶା ଉଜ୍ଜୀବିତ, କେକେଆର୍‌ ପାଇଁ ସତର୍କ ଘଣ୍ଟି

ରବିବାର ଖେଳାଯାଇଥିବା ଆଇପିଏଲର ୩୭ ତମ ମ୍ୟାଚ୍‌ରେ ୧୩ ରନ୍‌ରେ ମୁମ୍ବାଇ ବିଜୟୀ ହୋଇଛି। ୱାଙ୍ଖଡ଼େ ଷ୍ଟାଡ଼ିୟମରେ କେକେଆର୍ ଓ ମୁମ୍ବାଇ ମଧ୍ୟରେ ମ୍ୟାଚ୍‌ ଖେଲାଯାଇଥିଲା। ଏହି ମ୍ୟାଚ୍‌ରେ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍‌ ହରାଇ ସଂଗ୍ରହ କରିଥିଲା ୧୮୧ ରନ୍‌। ଜବାବରେ ୧୮୨ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି କେକେଆର୍‌ ମାତ୍ର ୧୬୮ ରନ୍‌ କରିବାକୁ ହିଁ ସକ୍ଷମ ହୋଇପାରିଥିଲା। ଏହି ବିଜୟ ସହ ମୁମ୍ବାଇ ଟପ୍‌-୪ […]

mumbai-indians_806x605_51525523727

Rakesh Mallick
  • Published: Monday, 07 May 2018
  • , Updated: 07 May 2018, 12:29 AM IST

ରବିବାର ଖେଳାଯାଇଥିବା ଆଇପିଏଲର ୩୭ ତମ ମ୍ୟାଚ୍‌ରେ ୧୩ ରନ୍‌ରେ ମୁମ୍ବାଇ ବିଜୟୀ ହୋଇଛି। ୱାଙ୍ଖଡ଼େ ଷ୍ଟାଡ଼ିୟମରେ କେକେଆର୍ ଓ ମୁମ୍ବାଇ ମଧ୍ୟରେ ମ୍ୟାଚ୍‌ ଖେଲାଯାଇଥିଲା। ଏହି ମ୍ୟାଚ୍‌ରେ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍‌ ହରାଇ ସଂଗ୍ରହ କରିଥିଲା ୧୮୧ ରନ୍‌। ଜବାବରେ ୧୮୨ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି କେକେଆର୍‌ ମାତ୍ର ୧୬୮ ରନ୍‌ କରିବାକୁ ହିଁ ସକ୍ଷମ ହୋଇପାରିଥିଲା।

ଏହି ବିଜୟ ସହ ମୁମ୍ବାଇ ଟପ୍‌-୪ ପାଇଁ ଆଶା ଉଜ୍ଜୀବିତ ହୋଇଛି। କାରଣ ଆଇପିଏଲ ଇତିହାସରେ ଏହି ଟିମ୍‌ ୩ ଥର ଚାମ୍ପିୟନ ହୋଇଥିଲେ ମଧ୍ୟ ଚଳିତ ପ୍ରତିଯୋଗିତାରେ ବେଶ୍‌ ନୈରାଶ୍ୟଜନକ ପ୍ରଦର୍ଶନ କରିଆସିଛି। ଫଳରେ ଆଇପିଏଲରେ ଟପ୍‌-୪ରେ ପହଞ୍ଚିବାକୁ ହେଲେ ମୁମ୍ବାଇକୁ ବାକି ସମସ୍ତ ମ୍ୟାଚ୍‌ ଜିତିବାକୁ ହେବ। ଏପର୍ଯ୍ୟନ୍ତ ମୁମ୍ବାଇ ୧୦ଟି ମ୍ୟାଚ୍‌ରୁ ୪ଟି ବିଜୟ ଓ ୬ଟି ପରାଜୟ ସହ ପଏଣ୍ଟ୍‌ ଟେବୁଲ୍‌ରେ ୮ ଅଙ୍କ ସହ ୫ମ ସ୍ଥାନରେ ରହିଛି। ଅନ୍ୟପଟେ କେକେଆର୍ ୧୦ ମ୍ୟାଚ୍‌ରୁ ୫ଟିରେ ବିଜୟ ଓ ୫ଟିରେ ପରାସ୍ତ ହୋଇ ୧୦ ଅଙ୍କ ସହ ପଏଣ୍ଟ ଟେବୁଲରେ ୪ର୍ଥ ସ୍ଥାନରେ ରହିଛି।

Related story