ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ମୁନାଫ ପଟେଲ୍‌ଙ୍କ ଅବସର

ନୂଆଦିଲ୍ଲୀ: ଦୀର୍ଘ ୨୮ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ଭାରତ ୨୦୧୧ରେ ବିଶ୍ୱକପ୍‌ ଜିତିଥିଲା। ଏହି ବିଜୟର ଅନ୍ୟତମ ନାୟକ ତଥା ଭାରତୀୟ ପେସ୍‌ ବାହିନୀର ମଙ୍ଗ ସମ୍ଭାଳିଥିବା ମୁନାଫ ପଟେଲ୍‌ ଆଜି ସବୁ ପ୍ରକାରର କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ବୟସ ଓ ଫିଟ୍‌ନେସ୍‌ ସମସ୍ୟା ଯୋଗୁ ସେ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଥିବା କହିଛନ୍ତି। ମୁନାଫ ୨୦୧୧ ବିଶ୍ୱକପ୍‌ ଖେଳିଥିଲେ ହେଁ ଏହାପରେ ଖରାପ ଫର୍ମ ଓ ଫିଟନେସ୍‌ ଯୋଗୁ ତାଙ୍କୁ କ୍ରମାଗତ ଭାବେ […]

m1

Hemant Lenka
  • Published: Saturday, 10 November 2018
  • , Updated: 10 November 2018, 05:29 PM IST

ନୂଆଦିଲ୍ଲୀ: ଦୀର୍ଘ ୨୮ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ଭାରତ ୨୦୧୧ରେ ବିଶ୍ୱକପ୍‌ ଜିତିଥିଲା। ଏହି ବିଜୟର ଅନ୍ୟତମ ନାୟକ ତଥା ଭାରତୀୟ ପେସ୍‌ ବାହିନୀର ମଙ୍ଗ ସମ୍ଭାଳିଥିବା ମୁନାଫ ପଟେଲ୍‌ ଆଜି ସବୁ ପ୍ରକାରର କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ବୟସ ଓ ଫିଟ୍‌ନେସ୍‌ ସମସ୍ୟା ଯୋଗୁ ସେ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଥିବା କହିଛନ୍ତି।

ମୁନାଫ ୨୦୧୧ ବିଶ୍ୱକପ୍‌ ଖେଳିଥିଲେ ହେଁ ଏହାପରେ ଖରାପ ଫର୍ମ ଓ ଫିଟନେସ୍‌ ଯୋଗୁ ତାଙ୍କୁ କ୍ରମାଗତ ଭାବେ ଜାତୀୟ ଦଳକୁ ବାଦ୍‌ ଦିଆଯାଇଥିଲା। ମୁନାଫ ଶେଷଥର ପାଇଁ ୨୦୧୧ରେ ଭାରତ ପକ୍ଷରୁ ଇଂଲଣ୍ଡ ବିରୋଧରେ ଟି-୨୦ ମ୍ୟାଚ୍‌ ଖେଳିଥିଲେ। ସେହିପରି ସେ ଭାରତ ପାଇଁ ୧୩ଟି ଟେଷ୍ଟ, ୭୦ଟି ଦିନିକିଆ ଓ ୩ଟି ଟି-୨୦ରେ ପ୍ରତିନିଧିତ୍ୱ କରିଛନ୍ତି।

ମୁନାଫ କହିଛନ୍ତି, “ ମୁଁ ଯେଉଁମାନଙ୍କ ସହ କ୍ରିକେଟ୍‌ ଖେଳୁଥିଲି ସେମାନେ ସମସ୍ତେ ଅବସର ଘୋଷଣା କରିସାରିଲେଣି। କେବଳ ଧୋନି(ମହେନ୍ଦ୍ର ସିଂହ ଧୋନି) ନିଜର ସନ୍ନ୍ୟାସ ଘୋଷଣା କରି ନାହାନ୍ତି। ତେଣୁ ମୁଁ ଏଭଳି ଅବସର ଘୋଷଣା କରି କୌଣସି ପ୍ରକାରର କଷ୍ଟ ଅନୁଭବ କରୁନାହିଁ କି ଦୁଃଖ କରୁନାହିଁ।

ମୋର ସମସ୍ତ କ୍ରିକେଟ ବନ୍ଧୁଙ୍କ କ୍ୟାରିୟର ସରିଯାଇଛି। ହଁ, ଯଦି ସମସ୍ତେ ଖେଳୁଥାଆନ୍ତେ ଓ ମୁଁ ଅବସର ଘୋଷଣା କରିଥାଆନ୍ତି, ତା’ହେଲେ ଦୁଃଖ ଲାଗିଥାଆନ୍ତା।”

ମୁନାଫ କ୍ରିକେଟ୍‌ରୁ ଅବସର ଘୋଷଣା କରିଥିଲେ ହେଁ ୟୁଏଇରେ ହେଉଥିବା ସ-୧୦ ଲିଗ୍‌ରେ ଭାଗନେବେ ବୋଲି କହିଛନ୍ତି।

ମୁନାଫା ୧୩ଟି ଟେଷ୍ଟରେ ଭାରତ ପାଇଁ ୩୫ଟି ୱିକେଟ୍‌ ନେଇଥିଲେ। ସେହିପରି ୭୦ଟି ଦିନିକିଆରେ ୮୬ଟି ଓ ୩ ଟି-୨୦ ମ୍ୟାଚ୍‌ରେ ୪ଟି ୱିକେଟ୍‌ ନେଇଥିଲେ। ୨୦୧୧ ବିଶ୍ୱକପ୍‌ରେ ମୁନାଫ ତୃତୀୟ ସର୍ବାଧିକ ୱିକେଟ୍‌ ହାସଲ କରିଥିବା ବୋଲର ଥିଲେ।

Related story