ମୁସ୍ତାଫିଜୁର୍ ରେହମାନଙ୍କ ନୂଆ କୀର୍ତ୍ତିମାନ

ଲର୍ଡ୍ସ: ଚଳିତ ବିଶ୍ୱକପରେ ବାଂଲାଦେଶର ଷ୍ଟାର୍ ପେସ୍ ବୋଲର ମୁସ୍ତାଫିଜୁର ରେହମାନ୍ ଦମଦାର ପ୍ରଦର୍ଶନ ଜାରି ରହିଛି। ଭାରତ ବିପକ୍ଷ ମ୍ୟାଚରେ ସେ ପାଞ୍ଚ ୱିକେଟ୍ ନେଇଥିଲେ ଏବଂ ଆଜି ପାକିସ୍ତାନ ବିପକ୍ଷରେ ମଧ୍ୟ ଏହାର ପୁନରାବୃତ୍ତି କରି ରେକର୍ଡବୁକରେ ନିଜ ନାମ ଉଲ୍ଲେଖ କରିଛନ୍ତି। ପାକିସ୍ତାନ ବିପକ୍ଷ ମ୍ୟାଚରେ ପାଞ୍ଚ ୱିକେଟ୍ ନେଇଥିବା ମୁସ୍ତାଫିଜୁର୍ ଦିନିକିଆ କ୍ରିକେଟରେ ୧୦୦ ୱିକେଟ୍ ପୂରଣ କରିଛନ୍ତି। ମୁସ୍ତାଫିଜୁର ଦିନିକିଆ କ୍ରିକେଟରେ ଦ୍ରୁତ ୧୦୦ ୱିକେଟ୍ ହାସଲକାରୀ ବୋଲରଙ୍କ ତାଲିକାରେ […]

mustafizur

Hemant Lenka
  • Published: Friday, 05 July 2019
  • , Updated: 05 July 2019, 08:56 PM IST

ଲର୍ଡ୍ସ: ଚଳିତ ବିଶ୍ୱକପରେ ବାଂଲାଦେଶର ଷ୍ଟାର୍ ପେସ୍ ବୋଲର ମୁସ୍ତାଫିଜୁର ରେହମାନ୍ ଦମଦାର ପ୍ରଦର୍ଶନ ଜାରି ରହିଛି। ଭାରତ ବିପକ୍ଷ ମ୍ୟାଚରେ ସେ ପାଞ୍ଚ ୱିକେଟ୍ ନେଇଥିଲେ ଏବଂ ଆଜି ପାକିସ୍ତାନ ବିପକ୍ଷରେ ମଧ୍ୟ ଏହାର ପୁନରାବୃତ୍ତି କରି ରେକର୍ଡବୁକରେ ନିଜ ନାମ ଉଲ୍ଲେଖ କରିଛନ୍ତି।

ପାକିସ୍ତାନ ବିପକ୍ଷ ମ୍ୟାଚରେ ପାଞ୍ଚ ୱିକେଟ୍ ନେଇଥିବା ମୁସ୍ତାଫିଜୁର୍ ଦିନିକିଆ କ୍ରିକେଟରେ ୧୦୦ ୱିକେଟ୍ ପୂରଣ କରିଛନ୍ତି। ମୁସ୍ତାଫିଜୁର ଦିନିକିଆ କ୍ରିକେଟରେ ଦ୍ରୁତ ୧୦୦ ୱିକେଟ୍ ହାସଲକାରୀ ବୋଲରଙ୍କ ତାଲିକାରେ ଯୁଗ୍ମ ଭାବେ ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି।

ଦିନିକିଆରେ ଦ୍ରୁତ ୧୦୦ ୱିକେଟ୍ ନେବାର ରେକର୍ଡ ଆଫଗାନିସ୍ତାନର ରଶିଦ୍ ଖାନଙ୍କ ନାମରେ ରହିଛି, ଯିଏ ମାତ୍ର ୪୪ ମ୍ୟାଚରେ ଏହି ଉପଲବ୍ଧି ହାସଲ କରିଥିଲେ। ଏହା ପରେ ଅଷ୍ଟ୍ରେଲିଆର ମିଚେଲ୍ ଷ୍ଟାର୍କ ୫୨ ମ୍ୟାଚରେ ଏହି ମାଇଲଖୁଣ୍ଟ ଛୁଇଁଥିବା ବେଳେ ପାକିସ୍ତାନର ସକଲେନ୍ ମୁସ୍ତାକ ୫୩ ମ୍ୟାଚରେ ଏବଂ ନ୍ୟୁଜିଲ୍ୟାଣ୍ଡର ଶେନ୍ ବଣ୍ଡ ୫୪ ମ୍ୟାଚରେ ୧୦୦ ୱିକେଟ୍ ନେଇଛନ୍ତି।

ଏହାଛଡ଼ା ମୁସ୍ତାଫିଜୁର୍ ବିଶ୍ୱକପରେ ଦୁଇଥର ୫ ୱିକେଟ୍ ହାସଲକାରୀ ବୋଲରଙ୍କ ତାଲିକାରେ ମଧ୍ୟ ସାମିଲ୍ ହୋଛନ୍ତି। ବିଶ୍ୱକପରେ ସର୍ବାଧିକ ୫ଥର ୱିକେଟ୍ ନେବାର ରେକର୍ଡ ଅଷ୍ଟ୍ରେଲିଆର ପେସ୍ ବୋଲର ଷ୍ଟାର୍କଙ୍କ ନାମରେ ରହିଛି। ଷ୍ଟାର୍କ ଏପର୍ଯ୍ୟନ୍ତ ତିନିଥର ଏହି କାରନାମା କରିସାରିଛନ୍ତି।

Related story