ଶ୍ରୀଲଙ୍କା ନର୍ଦର୍ଣ୍ଣ ପ୍ରୋଭିନ୍ସର ଗଭର୍ଣ୍ଣର ହେବେ ମୁରଲୀଧରନ

କଲମ୍ବୋ: ଶ୍ରୀଲଙ୍କାର କିମ୍ବଦନ୍ତୀ ସ୍ପିନର୍ ମୁଥିଆ ମୁରଲୀଧରନ ନର୍ଦର୍ଣ୍ଣ ପ୍ରୋଭିନ୍ସର ଗଭର୍ଣ୍ଣର ଭାବେ ନିଯୁକ୍ତ ହେବେ। ଏହି ପଦବୀକୁ ସ୍ୱୀକାର କରିବା ପାଇଁ ଦେଶର ରାଷ୍ଟ୍ରପତି ଗୋତବାୟା ରାଜପାକ୍ଷେ ତାଙ୍କୁ (ମୁରଲୀ) ବ୍ୟକ୍ତିଗତ ଭାବେ ଆମନ୍ତ୍ରିତ କରିଛନ୍ତି। ରାଷ୍ଟ୍ରପତିଙ୍କ ସଚିବାଳୟ ପକ୍ଷରୁ ମିଳିଥିବା ଖବର ଅନୁଯାୟୀ, ନର୍ଦର୍ଣ୍ଣ ପ୍ରୋଭିନ୍ସର ଗଭର୍ଣ୍ଣର ଭାବେ ନିଯୁକ୍ତ କରାଯାଇଛି। ଏହାଛଡ଼ା ଅନୁରାଧା ୟାହାମ୍ପାତଙ୍କୁ ଇଷ୍ଟର୍ଣ୍ଣ ପ୍ରୋଭିନ୍ସ ଏବଂ ଟିସା ଭିତରାଣାଙ୍କୁ ନର୍ଥ ସେଣ୍ଟ୍ରାଲ୍ ପ୍ରୋଭିନ୍ସର ଗଭର୍ଣ୍ଣର ଭାବେ ନିଯୁକ୍ତ କରାଯାଇଛି। ଅନୁରାଧା […]

murali

Ranjit Kumar Jena
  • Published: Thursday, 28 November 2019
  • , Updated: 28 November 2019, 08:43 PM IST

କଲମ୍ବୋ: ଶ୍ରୀଲଙ୍କାର କିମ୍ବଦନ୍ତୀ ସ୍ପିନର୍ ମୁଥିଆ ମୁରଲୀଧରନ ନର୍ଦର୍ଣ୍ଣ ପ୍ରୋଭିନ୍ସର ଗଭର୍ଣ୍ଣର ଭାବେ ନିଯୁକ୍ତ ହେବେ। ଏହି ପଦବୀକୁ ସ୍ୱୀକାର କରିବା ପାଇଁ ଦେଶର ରାଷ୍ଟ୍ରପତି ଗୋତବାୟା ରାଜପାକ୍ଷେ ତାଙ୍କୁ (ମୁରଲୀ) ବ୍ୟକ୍ତିଗତ ଭାବେ ଆମନ୍ତ୍ରିତ କରିଛନ୍ତି।

ରାଷ୍ଟ୍ରପତିଙ୍କ ସଚିବାଳୟ ପକ୍ଷରୁ ମିଳିଥିବା ଖବର ଅନୁଯାୟୀ, ନର୍ଦର୍ଣ୍ଣ ପ୍ରୋଭିନ୍ସର ଗଭର୍ଣ୍ଣର ଭାବେ ନିଯୁକ୍ତ କରାଯାଇଛି। ଏହାଛଡ଼ା ଅନୁରାଧା ୟାହାମ୍ପାତଙ୍କୁ ଇଷ୍ଟର୍ଣ୍ଣ ପ୍ରୋଭିନ୍ସ ଏବଂ ଟିସା ଭିତରାଣାଙ୍କୁ ନର୍ଥ ସେଣ୍ଟ୍ରାଲ୍ ପ୍ରୋଭିନ୍ସର ଗଭର୍ଣ୍ଣର ଭାବେ ନିଯୁକ୍ତ କରାଯାଇଛି। ଅନୁରାଧା ଜାତୀୟ ଉଦ୍ୟୋଗୀ ସଂଘର ଚେୟାରପର୍ସନ୍ ଅଛନ୍ତି।

ସେହିପରି ଟିସା ଲଙ୍କା ସାମା ସମାଜ ପାର୍ଟିର ପୂର୍ବତନ ମନ୍ତ୍ରୀ ରହିଆସିଛନ୍ତି। ସେ ମେଡିକାଲ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ଚେୟାରମ୍ୟାନ୍ ଭାବେ ଦୀର୍ଘଦିନ ଧରି ରହିଥିଲେ। ସୂଚନାଯୋଗ୍ୟ, କ୍ରିକେଟର ସର୍ବାଧିକ (୮୦୦) ୱିକେଟ୍ ହାସଲକାରୀ ବୋଲର ମୁରଲୀ ୨୦୦୫ରେ ଚେନ୍ନାଇର ମଧିମଲାର ରାମମୂର୍ତ୍ତିଙ୍କୁ ବିବାହ କରିଥିଲେ। ସେ ୨୦୧୦ରେ ଅନ୍ତର୍ଜାତୀୟ ଟେଷ୍ଟ କ୍ରିକେଟକୁ ଅଲବିଦା କହିଥିଲେ।

Related story