ପ୍ରଥମ ଅନଅଫିସିଆଲ୍ ଟେଷ୍ଟ: ବିଜୟ ଦ୍ୱାରରେ ଭାରତ-ଏ

ଥିରୁଅନନ୍ତପୁରମ୍: ଭାରତ-ଏ ଓ ଦକ୍ଷିଣ ଆଫ୍ରିକା-ଏ ମଧ୍ୟରେ ଏଠାରେ ଚାଲିଥିବା ପ୍ରଥମ ଅନଅଫିସିଆଲ୍ ଟେଷ୍ଟରେ ଭାରତ-ଏ ବିଜୟ ଦ୍ୱାରରେ ପହଞ୍ଚିଛି। ମ୍ୟାଚର ତୃତୀୟ ଦିବସ ବର୍ଷା ବାଧାପ୍ରାପ୍ତ ହୋଇଥିଲା, ଯେଉଁକାରଣରୁ ମାତ୍ର ୨୦ ଓଭର ଖେଳ ସମ୍ଭବ ହୋଇଛି। ଦିବସର ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା-ଏ ୯ ୱିକେଟ୍ ହରାଇ ୧୭୯ ରନ୍ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ଲୁଥୋ ସିପାମ୍ଲା ୫ ଓ ଲୁଙ୍ଗି ଏନଗିଡି କୌଣସି ରନ୍ ନକରି ଅପରାଜିତ ରହିଛନ୍ତି। ଦକ୍ଷିଣ […]

nadeem

Ranjit Kumar Jena
  • Published: Wednesday, 11 September 2019
  • , Updated: 11 September 2019, 08:04 PM IST

ଥିରୁଅନନ୍ତପୁରମ୍: ଭାରତ-ଏ ଓ ଦକ୍ଷିଣ ଆଫ୍ରିକା-ଏ ମଧ୍ୟରେ ଏଠାରେ ଚାଲିଥିବା ପ୍ରଥମ ଅନଅଫିସିଆଲ୍ ଟେଷ୍ଟରେ ଭାରତ-ଏ ବିଜୟ ଦ୍ୱାରରେ ପହଞ୍ଚିଛି। ମ୍ୟାଚର ତୃତୀୟ ଦିବସ ବର୍ଷା ବାଧାପ୍ରାପ୍ତ ହୋଇଥିଲା, ଯେଉଁକାରଣରୁ ମାତ୍ର ୨୦ ଓଭର ଖେଳ ସମ୍ଭବ ହୋଇଛି। ଦିବସର ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା-ଏ ୯ ୱିକେଟ୍ ହରାଇ ୧୭୯ ରନ୍ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ଲୁଥୋ ସିପାମ୍ଲା ୫ ଓ ଲୁଙ୍ଗି ଏନଗିଡି କୌଣସି ରନ୍ ନକରି ଅପରାଜିତ ରହିଛନ୍ତି।

ଦକ୍ଷିଣ ଆଫ୍ରିକା-ଏ ମାତ୍ର ୪୦ ରନର ଅଗ୍ରଣୀ ହାସଲ କରିଥିବା ବେଳେ ହାତରେ ମାତ୍ର ଗୋଟିଏ ୱିକେଟ୍ ବାକି ରହିଛି। ଦକ୍ଷିଣ ଆଫ୍ରିକା-ଏ'ର ୧୬୪ ରନ୍ ଜବାବରେ ଭାରତ-ଏ ୩୦୩ ରନ୍ କରିଥିଲା। ବୁଧବାର ଖେଳାଯାଇଥିବା ୨୦ ଓଭର ଖେଳର ଭାରତ-ଏ ପୂରା ଫାଇଦା ଉଠାଇଥିଲା। ଘରୋଇ ଦଳର ସ୍ପିନର ଶାହାବାଜ ନଦୀମ ୩ଟି ଓ ଜଲଜ ସାକ୍ସେନା ୨ଟି ୱିକେଟ୍ ନେଇଛନ୍ତି।

ଗତକାଲି ଅପରାଜିତ ଥିବା ବ୍ୟାଟ୍ସମ୍ୟାନ୍ ହେନରିଚ୍ କ୍ଲାସେନ୍ (୪୮) ଓ ୱିଆନ୍ ମୁଲ୍ଡର୍ (୪୬) ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇ ଦକ୍ଷିଣ ଆଫ୍ରିକା-ଏ'କୁ ଅଗ୍ରଣୀ କରାଇଥିଲେ। ଦୁହେଁ ୧୮ ଓଭରରେ ୭୪ ରନର ଭାଗୀଦାରୀ କରିଥିଲେ। କିନ୍ତୁ ଏହି ଯୋଡ଼ି ଭାଙ୍ଗିବା ପରେ ଦକ୍ଷିଣ ଆଫ୍ରିକା-ଏ'ର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା।

ମୁଲ୍ଡରଙ୍କୁ ରିକି ଭୁଇ ରନଆଉଟ୍ କରିଥିବା ବେଳେ କ୍ଲାସେନଙ୍କୁ ସାକ୍ସେନା ପ୍ୟାଭିଲିୟନ୍ ପଠାଇଥିଲେ। ଏହା ପରେ ସାକ୍ସେନା ଡେନ୍ ପିଟ୍ (୧)ଙ୍କୁ ଆଉଟ୍ କରିଥିବା ବେଳେ ମାର୍କୋ ଜାନସେନ୍ (୦)ଙ୍କୁ ନଦୀପ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ୍ ପଠାଇଥିଲେ। ଆସନ୍ତାକାଲି ଅନ୍ତିମ ଦିବସରେ ଦକ୍ଷିଣ ଆଫ୍ରିକା-ଏ'କୁ କେବଳ ବର୍ଷା ହିଁ ପରାଜୟରୁ ରୋକିପାରିବ।

Related story