ଭାରତ କବ୍‌ଜାକୁ ଆସୁଛି ନାଗପୁର ଟେଷ୍ଟ: ପ୍ରଥମ ଇଂନିସରେ ଶତକ ମାରିଲେ ୪ ବ୍ୟାଟ୍ସମ୍ୟାନ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନାଗପୁର ଟେଷ୍ଟରେ ଦୃଢ ସ୍ଥିତିରେ ଟିମ୍ ଇଣ୍ଡିଆ। ବିରାଟ କୋହଲିଙ୍କ ରେକର୍ଡ ବ୍ରେକିଂ ଦ୍ୱିଶତକ ଓ ରୋହିତ ଶର୍ମାଙ୍କ ଅପରାଜିତ ଶତକ ବଳରେ ଭାରତ ୬ ଓ୍ୱିକେଟରେ ୬୧୦ ରନର ବିଶାଳ ସ୍କୋର କରି ପାଳି ଘୋଷଣା କରିଛି। ତୃତୀୟ ଦିନ ଭାରତୀୟ ଇନିଂସରେ ରନର ବର୍ଷା ହୋଇଥିଲା। ଶତକ ହାସଲ କରିଥିବା ଚେତେଶ୍ୱର ପୂଜାରାଙ୍କ  ଓ୍ୱିକେଟ ପରେ କ୍ରିଜ ଉପରେ ଅଧିନାୟକ ବିରାଟ କୋହଲି ଓ ରୋହିତ ଶର୍ମା ପାଳି ସମ୍ଭାଳି ଥିଲେ। […]

Rohit1

Rakesh Mallick
  • Published: Monday, 27 November 2017
  • , Updated: 27 November 2017, 01:21 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନାଗପୁର ଟେଷ୍ଟରେ ଦୃଢ ସ୍ଥିତିରେ ଟିମ୍ ଇଣ୍ଡିଆ। ବିରାଟ କୋହଲିଙ୍କ ରେକର୍ଡ ବ୍ରେକିଂ ଦ୍ୱିଶତକ ଓ ରୋହିତ ଶର୍ମାଙ୍କ ଅପରାଜିତ ଶତକ ବଳରେ ଭାରତ ୬ ଓ୍ୱିକେଟରେ ୬୧୦ ରନର ବିଶାଳ ସ୍କୋର କରି ପାଳି ଘୋଷଣା କରିଛି। ତୃତୀୟ ଦିନ ଭାରତୀୟ ଇନିଂସରେ ରନର ବର୍ଷା ହୋଇଥିଲା। ଶତକ ହାସଲ କରିଥିବା ଚେତେଶ୍ୱର ପୂଜାରାଙ୍କ  ଓ୍ୱିକେଟ ପରେ କ୍ରିଜ ଉପରେ ଅଧିନାୟକ ବିରାଟ କୋହଲି ଓ ରୋହିତ ଶର୍ମା ପାଳି ସମ୍ଭାଳି ଥିଲେ। ବିରାଟ ଟେଷ୍ଟରେ ନିଜର ୧୯ ତମ ଶତକ ଓ ପଞ୍ଚମ ଦ୍ୱିଶତକ ହାସଲ କରି ୨୧୩ ରନରେ ଆଉଟ୍ ହୋଇଥିଲେ। ଏହାପରେ ରୋହିତ ଶର୍ମା ମଧ୍ୟ ୧୦୨ ରନର ଶତକୀୟ ଇନିଂସ  ଖେଳିଥିଲେ। ସେପଟେ ଶ୍ରୀଲଙ୍କାକୁ  ଦ୍ୱିତୀୟ ଇନିଂସ ଆରମ୍ଭରେ ହିଁ ଝଟକା ଲାଗିଛି।  ପ୍ରଥମ ଓଭରରେ ଓପନର ସମରବିରଙ୍କ ଓ୍ୱିକେଟ ହରାଇଛି ଦଳ। ଇଶାନ୍ତ ଶର୍ମା ତାଙ୍କୁ ବୋଲ୍ଡ କରିଥିଲେ। ଗତକାଲି ଦିନ ଖେଳ ଶେଷ ସୁଧା ଶ୍ରୀଲଙ୍କା ଗୋଟିଏ ଓ୍ୱିକେଟ ହରାଇ ୨୧ ରନ କରିଛି। ଶ୍ରୀଲଙ୍କ ହାତରେ ୯ଟି ଓ୍ୱିକେଟ ଥିବାବେଳେ ଦଳ ଏବେ ବି ଭାରତ ଠାରୁ ୩୮୪ ରନ୍ ପଛରେ ଅଛି।

Related story