ଦକ୍ଷିଣ ଆଫ୍ରିକାକୁ ୧୨୪ ରନରେ ହରାଇ ଭାରତର ସିରିଜ ବିଜୟ, ଅଶ୍ୱିନଙ୍କୁ ୧୨ ୱିକେଟ୍

ନାଗପୁର: ଭାରତ ଜିତି ଯାଇଛି ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟ୍ ମ୍ୟାଚ୍। ଦକ୍ଷିଣ ଆଫ୍ରିକାକୁ ଘରୋଇ ଦଳ ୧୨୪ ରନରେ ପରାସ୍ତ କରିଛି। ଏହି ବିଜୟ ସହିତ ଚଳିତ ୪ ଟିକିଆ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ୨-୦ରେ ଜିତି ଯାଇଛି। ୧୨ଟି (ପ୍ରଥମ ଇନିଂସରେ ୫ଟି ଓ ଦ୍ୱିତୀୟ ଇନିଂସରେ ୭ଟି) ୱିକେଟ୍ ନେଇଥିବା ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଦିଆଯାଇଛି ‘ମ୍ୟାନ୍ ଅଫ୍ ଦ ମ୍ୟାଚ୍’। ଏହି ମ୍ୟାଚରେ ଭାରତ ପ୍ରଥମ ଇନିଂସରେ ୨୧୫ ରନ୍ […]

cricket

cricket

Rakesh Mallick
  • Published: Friday, 27 November 2015
  • Updated: 27 November 2015, 10:22 AM IST

Sports

Latest News

cricketନାଗପୁର: ଭାରତ ଜିତି ଯାଇଛି ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟ୍ ମ୍ୟାଚ୍। ଦକ୍ଷିଣ ଆଫ୍ରିକାକୁ ଘରୋଇ ଦଳ ୧୨୪ ରନରେ ପରାସ୍ତ କରିଛି। ଏହି ବିଜୟ ସହିତ ଚଳିତ ୪ ଟିକିଆ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ୨-୦ରେ ଜିତି ଯାଇଛି। ୧୨ଟି (ପ୍ରଥମ ଇନିଂସରେ ୫ଟି ଓ ଦ୍ୱିତୀୟ ଇନିଂସରେ ୭ଟି) ୱିକେଟ୍ ନେଇଥିବା ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଦିଆଯାଇଛି ‘ମ୍ୟାନ୍ ଅଫ୍ ଦ ମ୍ୟାଚ୍’।

ଏହି ମ୍ୟାଚରେ ଭାରତ ପ୍ରଥମ ଇନିଂସରେ ୨୧୫ ରନ୍ କରିଥିବା ବେଳେ ଦକ୍ଷିଣ ଆଫ୍ରିକା ମାତ୍ର ୭୯ ରନରେ ଆଉଟ୍ ହୋଇଯାଇଥିଲା। ଦ୍ୱିତୀୟ ଇନିଂସରେ ଭାରତୀୟ ଦଳ ୧୭୩ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ଫଳରେ ଦକ୍ଷିଣ ଆଫ୍ରିକା ପାଇଁ ୩୧୦ ରନର ବିଜୟ ଲକ୍ଷ୍ୟ ରହିଥିଲା। କିନ୍ତୁ ଦଳ ଦ୍ୱିତୀୟ ଇନିଂସରେ ୧୮୦ ରନରେ ଅଲଆଉଟ୍ ହୋଇଯାଇଥିଲା।

ଗତକାଲି ଦ୍ୱିତୀୟ ଇନିଂସରେ ଦକ୍ଷିଣ ଆଫ୍ରିକା ୨ଟି ୱିକେଟ୍ ହରାଇ ୩୨ ରନ୍ ସଂଗ୍ରହ କରିଥିବା ବେଳେ ଆଜି ୪୦ ରନରେ ପଡ଼ିଥିଲା ତୃତୀୟ ୱିକେଟ୍। ଆଉଟ୍ ହୋଇଥିଲେ ଓପନର ଡିନ୍ ଏଲଗର। ଗତକାଲିଠାରୁ ଅପରାଜିତ ଥିବା ଏଲଗର ମାତ୍ର ୧୮ ରନ୍ କରି ଆଉଟ୍ ହୋଇଥିଲେ। ସେ ଅଶ୍ୱିନଙ୍କ ଶିକାର ହୋଇଥିଲେ। ତାଙ୍କ ପରେ ଆଉଟ୍ ହୋଇଥିଲେ ଡି ଭିଲିୟର୍ସ। ସେ ମାତ୍ର ୯ ରନ୍ କରି ଆଉଟ୍ ହୋଇଯାଇଥିଲେ। ସେତେବେଳକୁ ଦଳୀୟ ସ୍କୋର ୫୮ ହୋଇଥିଲା। ଦୁଇଟି ୱିକେଟ୍ ଖସିବା ପରେ ହାସିମ ଅମଲା ପାଳିକୁ ସମ୍ଭାଳିବାକୁ ଉଦ୍ୟମ କରିଥିଲେ। ଡୁ ପ୍ଲିସିସିଙ୍କ ସହିତ ମିଶି ସେ ଦଳୀୟ ସ୍କୋରକୁ ଧୀରେ ଧୀରେ ଆଗେଇ ନେଇଥିଲେ। ତେବେ ଦଳୀୟ ସ୍କୋର ୧୩୦ ରନ୍ ହୋଇଥିବା ବେଳେ ଅମଲା ଆଉଟ୍ ହୋଇଯାଇଥିଲେ। ସେ ୧୬୭ ବଲରୁ ୩୯ ରନ୍ ସଂଗ୍ରହ କରିଥିଲେ। ସେହିପରି ସେ ଯିବା ପରେ ପରେ ଆଉଟ୍ ହୋଇଥିଲେ ଡୁପ୍ଲିସିସି। ସେ ୧୫୨ଟି ବଲରୁ ୩୯ ରନ୍ ସଂଗ୍ରହ କରିଥିଲେ। ଜେପି ଡୁମିନି ୧୯ ଓ ଡାନେ ବିଲାସ ୧୨ ରନ୍ କରି ଆଉଟ୍ ହୋଇଯାଇଥିଲେ। ରାବାଡା ଓ ମୋରକେଲ୍ ଯଥାକ୍ରମେ ୬ ଓ ୪ ରନ୍ କରିଛନ୍ତି। ପୂରା ଟିମ୍ ଦ୍ୱିତୀୟ ଇନିଂସରେ ୧୮୦ ରନରେ ଅଲଆଉଟ୍ ହୋଇଯାଇଥିଲା।

ଭାରତ ପକ୍ଷରୁ ସ୍ପିନରଙ୍କ ଦବଦବା ଜାରି ରହିଛି। ପ୍ରଥମ ଇନିଂସରେ ୫ଟି ୱିକେଟ୍ ନେଇଥିବା ଅଶ୍ୱିନ୍ ଏହି ଇନିଂସରେ ମଧ୍ୟ ୭ଟି ୱିକେଟ୍ ନେଇଥିବା ବେଳେ ଅମିତ ମିଶ୍ରା ମଧ୍ୟ ୩ଟି ୱିକେଟ୍ ପାଇଛନ୍ତି। ଅଶ୍ୱିନ୍ ୨୯.୫ ଓଭରର ବୋଲିଂ କରି ୬୬ ରନ୍ ଦେଇ ୭ଟି ୱିକେଟ୍ ହାସଲ କରିଥିଲେ। ତେବେ ପ୍ରଥମ ଇନିଂସରେ ୪ଟି ୱିକେଟ୍ ନେଇଥିବା ରବୀନ୍ଦ୍ର ଜାଡେଜା ଏହି ଇନିଂସରେ କୌଣସି ୱିକେଟ୍ ନେଇ ପାରି ନାହାନ୍ତି।

ଚତୁର୍ଥ ତଥା ଏହି ସିରିଜର ଅନ୍ତିମ ଟେଷ୍ଟ୍ ମ୍ୟାଚ୍ ଦିଲ୍ଲୀର ଫିରୋଜ ଶାହା କୋଟଲା ଷ୍ଟାଡିୟମରେ ଡିସେମ୍ବର ୩ରୁ ଆରମ୍ଭ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos