ନାଗପୁର : ନାଗପୁର ଟେଷ୍ଟରେ ଦ୍ୱିଶତକ ହାସଲ କରିଛନ୍ତି ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି। ଏହା କୋହଲିଙ୍କ ପଞ୍ଚମ ଦ୍ୱିଶତକ । ଏଥିସହ ଗୋଟିଏ କ୍ୟାଲେଣ୍ଡର ଇୟରରେ ଅଧିନାୟକ ଭାବରେ ୧୦ଟି ଆନ୍ତର୍ଜାତିକ ଶତକ ହାସଲ କରିବାର ରେକର୍ଡ କରିଛନ୍ତି କୋହଲି । ବିରାଟ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ଓ ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଗ୍ରେମ ସ୍ମିଥଙ୍କ ରେକର୍ଡକୁ ମଧ୍ୟ ଭାଙ୍ଗିଛନ୍ତି। ସେପଟେ ନାଗପୁର ଟେଷ୍ଟରେ ମଜବୁତ ସ୍ଥିତିରେ ପହଞ୍ଚିଛି ଟିମ୍ ଇଣ୍ଡିଆ।
ଭାରତ ଏହାର ଦ୍ୱିତୀୟ ଦିନର ସ୍କୋର ୩୧୨ ରନରୁ ଖେଳ ଆରମ୍ଭ କରି କେବଳ ଚେତେଶ୍ୱର ପୂଜାରାଙ୍କ ଓ୍ୱିକେଟ୍ ହରାଇଛି। କ୍ୟାରିୟରର ୧୪ ତମ ଟେଷ୍ଟ ଶତକ ହାସଲ କରିଥିବା ପୂଜାରା ୧୪୩ ରନ କରି ଆଉଟ୍ ହୋଇଛନ୍ତି। ପୂର୍ବରୁ ଶ୍ରୀଲଙ୍କା ପ୍ରଥମ ଇନିଂସରେ ୨୦୫ରନରେ ଅଲ ଆଉଟ ହୋଇଥିଲା। ଜବାବରେ ଭାରତ ୬୧୦ରନ୍ କରି ପାଳି ଘୋଷଣା କରିଛି। ଏଥି ସହିତ ଭାରତ ୪୦୫ ରନ୍ରେ ଅଗ୍ରଣୀ ରହିଛି। ଦ୍ୱିତୀୟ ରାଉଣ୍ଡରେ ଶ୍ରୀଲଙ୍କା ଖେଳ ଶେଷ ବେଳକୁ ଗୋଟିଏ ଉଇକେଟ ହରାଇ ୨୧ ରନ୍ ସଂଗ୍ରହ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।