ନାଗପୁରରେ ବୋଲରଙ୍କ ରାଜ୍: ଗୋଟିଏ ଦିନରେ ୨୦ ୱିକେଟ୍, ଦ.ଆଫ୍ରିକା ଆଗରେ ୩୧୦ରନର ବିଜୟ ଲକ୍ଷ୍ୟ

ନାଗପୁର: ମହାରାଷ୍ଟ୍ରର ନାଗପୁରରେ ବୁଧବାରଠାରୁ ଆରମ୍ଭ ହୋଇଥିବା ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟସ୍ଥ ତୃତୀୟ ଟେଷ୍ଟରେ ଆଜି ଦେଖିବାକୁ ମିଳିଥିଲା ବୋଲରଙ୍କ ରାଜ୍। ଆଜି ଖେଳ ଶେଷ ସୁଦ୍ଧା ମୋଟ ୨୦ଟି ୱିକେଟ୍ ପଡ଼ିଥିଲା। ଗତକାଲିଠାରୁ ଦୁଇ ୱିକେଟ୍ ହରାଇ ପ୍ରଥମ ଇନିଂସ ଆରମ୍ଭ କରିଥିବା ଦ.ଆଫ୍ରିକା ଦଳ ଆଜି ମାତ୍ର ୬୮ରନ୍ ମଧ୍ୟରେ ବାକି ୮ଟି ୱିକେଟ୍ ହରାଇଥିଲା। ପୁଣି ଭାରତର ଦ୍ୱିତୀୟ ଇନିଂସ ବି ଆଜି ଶେଷ ହୋଇଯାଇଥିଲା। ଭ୍ରମଣକାରୀ ଦଳର ବୋଲରଙ୍କ ସମ୍ମୁଖୀନ ହୋଇ […]

ashwini-jadeja

ashwini-jadeja

Rakesh Mallick
  • Published: Thursday, 26 November 2015
  • Updated: 26 November 2015, 11:55 AM IST

Sports

Latest News

ନାଗପୁର: ମହାରାଷ୍ଟ୍ରର ନାଗପୁରରେ ବୁଧବାରଠାରୁ ଆରମ୍ଭ ହୋଇଥିବା ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟସ୍ଥ ତୃତୀୟ ଟେଷ୍ଟରେ ଆଜି ଦେଖିବାକୁ ମିଳିଥିଲା ବୋଲରଙ୍କ ରାଜ୍। ଆଜି ଖେଳ ଶେଷ ସୁଦ୍ଧା ମୋଟ ୨୦ଟି ୱିକେଟ୍ ପଡ଼ିଥିଲା। ଗତକାଲିଠାରୁ ଦୁଇ ୱିକେଟ୍ ହରାଇ ପ୍ରଥମ ଇନିଂସ ଆରମ୍ଭ କରିଥିବା ଦ.ଆଫ୍ରିକା ଦଳ ଆଜି ମାତ୍ର ୬୮ରନ୍ ମଧ୍ୟରେ ବାକି ୮ଟି ୱିକେଟ୍ ହରାଇଥିଲା। ପୁଣି ଭାରତର ଦ୍ୱିତୀୟ ଇନିଂସ ବି ଆଜି ଶେଷ ହୋଇଯାଇଥିଲା। ଭ୍ରମଣକାରୀ ଦଳର ବୋଲରଙ୍କ ସମ୍ମୁଖୀନ ହୋଇ ନ ପାରି ପୂରା ଟିମ୍ ୧୭୩ ରନରେ ଅଲଆଉଟ୍ ହୋଇଯାଇଥିଲା। ତା’ପରେ ୩୧୦ରନର ଟାର୍ଗେଟକୁ ହାସଲ କରିବାକୁ ଦ୍ୱିତୀୟ ଇନିଂସ ଆରମ୍ଭ କରିଥିବା ଦକ୍ଷିଣ ଆଫ୍ରିକା ଷ୍ଟମ୍ପ୍ ଅପସାରଣ ବେଳକୁ ୩୨ ରନ୍ କରି ୨ଟି ୱିକେଟ୍ ହରାଇ ସାରିଥିଲା।

ଆଜି ଭାରତ ପକ୍ଷରୁ ଅଶ୍ୱିନୀ ୫ଟି ୱିକେଟ୍ ନେଇଥିବା ବେଳେ ଜାଡେଜା ୩ଟି ଓ ଅମିତ ମିଶ୍ରା ଦୁଇଟି ୱିକେଟ୍ ହାସଲ କରିଥିଲେ। ସେହିପରି ଦକ୍ଷିଣ ଆଫ୍ରିକା ତରଫରୁ ଇମ୍ରାନ ତାହିର ୫ଟି ୱିକେଟ୍ ନେଇଥିବା ବେଳେ ମୋରନେ ମୋରକେଲ୍ ୩ଟି ଏବଂ ସିମୋନ ହାରମର ଓ ଡୁମିନି ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

ଭାରତ ପ୍ରଥମ ଇନିଂସରେ ହାସଲ କରିଥିବା୨୧୫ ରନର ପିଛା କରି ଦକ୍ଷିଣ ଆଫ୍ରିକା ଦଳ ଗତକାଲି ୧୧ ରନ୍ କରି ୨ଟି ୱିକେଟ୍ ହରାଇଥିଲା। ଆଜି ଦଳ ୧୧ ରନରୁ ଖେଳା ଆରମ୍ଭ କରିଥିଲା। ତେବେ ଭାରତୀୟ ସ୍ପିନର ଅଶ୍ୱିନ୍ ଦ୍ୱିତୀୟ ଦିନ ଖେଳ ଆରମ୍ଭରୁ ଝଟକା ଦେବା ଆରମ୍ଭ କରି ଦେଇଥିଲେ। ତାଙ୍କର ପ୍ରଥମ ଶିକାର ହୋଇଥିଲେ ଗତକାଲିଠାରୁ କ୍ରିଜରେ ଥିବା ଓପନର ଡିନ୍ ଏଲଗର। ସେ କ୍ଲିନ୍ ବୋଲ୍ଡ ହୋଇଥିଲେ। ସେ ଆଜି ନିଜ ଖାତାରେ କୌଣସି ରନ୍ ଯୋଡ଼ି ପାରି ନ ଥିଲେ। ସେ ମାତ୍ର ୭ ରନ୍ କରି ଆଉଟ୍ ହୋଇଯାଇଥିଲେ। ସେ ଆଉଟ୍ ହେବା ପରେ ବ୍ୟାଟ୍ସମ୍ୟାନେ ଧାଡ଼ି ବାନ୍ଧି ଆଉଟ୍ ହୋଇଥିଲେ। ଦଳୀୟ ସ୍କୋର ୧୧ ରନ୍ ହୋଇଥିବା ବେଳେ ତୃତୀୟ ୱିକେଟ୍ ପଡ଼ିଥିଲା। ୪ର୍ଥ ୱିକେଟ୍ ପଡ଼ିଥିଲା ୧୨ରନରେ। ଆଉଟ୍ ହୋଇଥିଲେ ଦଳର ଅଧିନାୟକ ତଥା ଷ୍ଟାର ବ୍ୟାଟ୍ସମ୍ୟାନ୍ ହାସିମ୍ ଅମଲା। ସେ ବି ଅଶ୍ୱିନଙ୍କ ଶିକାର ହୋଇଥିଲେ। ୫ମ ୱିକେଟ୍ ପଡ଼ିଥିଲା ଏବି ଡି ଭିଲିୟର୍ସ ଭାବେ। ସେ କୌଣସି ରନ୍ ନ କରି ଆଉଟ୍ ହୋଇ ଯାଇଥିଲେ। ସେ ଆଉଟ୍ ହେବା ବେଳକୁ ଦଳୀୟ ସ୍କୋର ସେହି ୧୨ରନରେ ରହିଥିଲା। ଡିଭିଲିୟର୍ସଙ୍କୁ ପ୍ୟାଭିଲିୟନର ରାସ୍ତା ଦେଖାଇଥିଲେ ଜାଡେଜା। ଏହା ପରେ ଡୁପ୍ଲିସିସ୍ ଓ ଡୁମିନି ଦଳର ସ୍କୋରକୁ ଆଗେଇ ନେବାକୁ ଉଦ୍ୟମ ଆରମ୍ଭ କରିଥିଲେ। ତେବେ ଏହି ପାର୍ଟନରସିପ୍ ମାତ୍ର ୪ ଓଭର ତିଷ୍ଠି ପାରିଥିଲା। ଦଳୀୟ ସ୍କୋର ୩୫ରେ ପହଞ୍ଚିଥିବା ବେଳେ ୧୦ ରନ୍ କରି ଜାଡେଜାଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ ଡୁପ୍ଲିସିସ୍। ଦଳୀୟ ସ୍କୋର ୪୭ରେ ପହଞ୍ଚିଥିବା ବେଳେ ପଡ଼ିଥିଲା ସପ୍ତମ ୱିକେଟ୍। ଡାନେ ଭିଲାସ୍ ୧ ରନ୍ କରି ଆଉଟ୍ ହୋଇଯାଇଥିଲେ। ଅଷ୍ଟମ ୱିକେଟ୍ ଭାବେ ଆଉଟ୍ ହୋଇଥିଲେ ସିମୋନ ହାରମର। ସେ ୧୩ ରନ୍ କରି ଆଉଟ୍ ହେବା ବେଳକୁ ଦଳର ସ୍କୋର ୬୬ ରନରେ ପହଞ୍ଚିଥିଲା। ୯ମ ୱିକେଟ୍ ପଡ଼ିଥିଲା ୭୬ ରନରେ। ଆଉଟ୍ ହୋଇଥିଲେ ଜେପି ଡୁମିନି। ସେ ଦଳ ପକ୍ଷରୁ ସର୍ବାଧିକ ୩୫ ରନ୍ କରି ଅମିତ ମିଶ୍ରାଙ୍କ ଦ୍ୱାରା ଏଲବିଡବ୍ଲ୍ୟୁ ହୋଇଥିଲେ। ୭୯ ରନରେ ମୋରକେଲ୍ ଆଉଟ୍ ହୋଇଥିଲେ ଅଶ୍ୱିନଙ୍କ ଦ୍ୱାରା।

ଭାରତର ଦୁଇ ସ୍ପିନର ପ୍ରଥମ ଇନିଂସରେ ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜାଙ୍କ ବଲର ସମ୍ମୁଖୀନ ହୋଇ ପାରି ନ ଥିଲେ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ୍। ଅଶ୍ୱିନ ୫ଟି ୱିକେଟ୍ ନେଇଥିବା ବେଳେ ଜାଡେଜା ୪ଟି ୱେକଟ୍ ଅକ୍ତିଆର କରିଥିଲେ। ସେହିପରି ଅନ୍ୟତମ ସ୍ପିନର ଅମିତ ମିଶ୍ରା ଗୋଟିଏ ୱିକେଟ୍ ନେଇଥିଲେ।

ପ୍ରଥମ ଇନିଂସରେ ୨୧୫ ରନ୍ କରିଥିବା ଭାରତୀୟ ଦଳ ଆଜି ଦ୍ୱିତୀୟ ଇନିଂସରେ ୧୭୩ ରନରେ ଅଲ୍ ଆଉଟ୍ ହୋଇଯାଇଥିଲା। ଦଳ ପକ୍ଷରୁ ଶିଖର ସର୍ବାଧିକ ୩୯ ରନ୍ କରିଥିବା ବେଳେ ଚେତେଶ୍ୱର ପୂଜାରା ୩୧, ରୋହିତ ଶର୍ମା ୨୩ ଓ ବିରାଟ କୋହଲି ୧୬ ରନ୍ କରି ଆଉଟ୍ ହୋଇଥିଲେ। ଓପନର ମୂରଲୀ ବିଜୟ ମାତ୍ର ୫ ରନ୍ କରିଥିବା ବେଳେ ଆଜିଙ୍କ୍ୟ ରାହାଣେ ୯, ରିଦ୍ଧିମାନ ସାହା ୭, ରବୀନ୍ଦ୍ର ଜାଡେଜା ୫, ରବିଚନ୍ଦ୍ରନ ଅଶ୍ୱିନ ୭, ଅମିତ ମିଶ୍ରା ୧୪ ରନ୍ କରିଥିଲେ।

ଦକ୍ଷିଣ ଆଫ୍ରିକା ପକ୍ଷରୁ ଇମ୍ରାନ୍ ତାହିର ସର୍ବାଧିକ ୫ଟି ୱିକେଟ୍ ନେଇଥିବା ବେଳେ ମୋରନେ ମୋରକେଲ୍ ୩ଟି ଏବଂ ସିମୋନ ହାରମର ଓ ଡୁମିନି ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

ସେହିପରି ଦ୍ୱିତୀୟ ଇନିଂସରେ ଦକ୍ଷିଣ ଆଫ୍ରିକା ୨ଟି ୱିକେଟ୍ ହରାଇ ୩୨ ରନ୍ ସଂଗ୍ରହ କରିଛି। ୨ଟି ୱିକେଟରୁ ଅଶ୍ୱିନ୍ ଓ ଅମିତ ମିଶ୍ରା ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story