ରାୱଲପିଣ୍ଡ: ପାକିସ୍ତାନ ପେସ୍ ବୋଲର ନସୀମ ଶାହ ଅନ୍ତର୍ଜାତୀୟ ଟେଷ୍ଟ କ୍ରିକେଟରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବାଂଲାଦେଶ ବିପକ୍ଷ ଏଠାରେ ଚାଲିଥିବା ପ୍ରଥମ ଟେଷ୍ଟରେ ନସୀମ ହ୍ୟାଟ୍ରିକ୍ ୱିକେଟ୍ ନେବାରେ ବିଶ୍ୱର ସବୁଠାରୁ କନିଷ୍ଠ ବୋଲର ହୋଇଛନ୍ତି।
ନଜମୁଲ୍ ବାଂଲାଦେଶ ଇନିଂସର ୪୧ତମ ଓଭରରେ ନଜମୁଲ୍ ହୁସେନ୍ ଶାନ୍ତୋ, ତାଇଜୁଲ୍ ଇସଲାମ୍ ଓ ମହମଦୁଲ୍ଲାଙ୍କ ୱିକେଟ୍ ନେଇ ନିଜର ହ୍ୟାଟ୍ରିକ୍ ପୂରଣ କରିଛନ୍ତି। ନସୀମ ୧୬ ବର୍ଷ ୩୫୯ ଦିନରେ ଏହି କୀର୍ତ୍ତିମାନ କରିଛନ୍ତି। ଏହାଛଡ଼ା ସେ ପାକିସ୍ତାନ ପକ୍ଷରୁ ଟେଷ୍ଟ କ୍ରିକେଟରେ ହ୍ୟାଟ୍ରିକ୍ ନେବାରେ ଚତୁର୍ଥ ବୋଲର ହୋଇଛନ୍ତି।
ପାକିସ୍ତାନ ପକ୍ଷରୁ ୱାସିମ୍ ଆକ୍ରାମ୍ ଦୁଇଥର, ଅବଦୁଲ୍ ରଜାକ୍ ଓ ମହମ୍ମଦ ଶାମି ଥରେ ଲେଖାଏ ହ୍ୟାଟ୍ରିକ୍ ନେଇଛନ୍ତି। ତେବେ ବାଂଲାଦେଶର ପୂର୍ବତନ ଲେଗ୍ ସ୍ପିନର୍ ଆଲୋକ କପାଲି ସବୁଠାରୁ କନିଷ୍ଠ ବୋଲର ଭାବେ ଟେଷ୍ଟ କ୍ରିକେଟରେ ହ୍ୟାଟ୍ରିକ୍ ନେବାର ରେକର୍ଡ କରିଥିଲେ। ସେ ୨୦୦୩ରେ ପାକିସ୍ତାନ ବିପକ୍ଷରେ ମାତ୍ର ୧୯ ବର୍ଷ ବୟସରେ ଏହି କାରନାମା କରିଥିଲେ।