ଟେଷ୍ଟ ସିରିଜ୍ ପୋଛିନେଲା ଅଷ୍ଟ୍ରେଲିଆ

ଆଡିଲେଡ୍‌: ନେଥନ୍ ଲାୟନଙ୍କ ପାଞ୍ଚ ୱିକେଟ୍ ବଳରେ ଅଷ୍ଟ୍ରେଲିଆ ଦ୍ୱିତୀୟ ଦିବାରାତ୍ର ଟେଷ୍ଟର ଚତୁର୍ଥ ଦିବସରେ ପାକିସ୍ତାନକୁ ଇନିଂସ୍ ଓ ୪୮ ରନରେ ପରାସ୍ତ କରିଛି। ଏହି ବିଜୟ ସହ ଅଷ୍ଟ୍ରେଲିଆ ଦୁଇମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୦ରେ କ୍ଲିନସୁଇପ୍ କରିନେଇଛି। ପ୍ରଥମ ଇନିଂସରେ ୨୮୭ ରନରେ ପଛୁଆ ରହିବା ପରେ ଫଲୋଅନର ଶିକାର ହୋଇଥିବା ପାକିସ୍ତାନ ଟିମ୍ ଘରୋଇ ଦଳର ସ୍ପିନର୍ ଲାୟନ୍ ଜୋଶ ହେଜଲଉଡଙ୍କ ଦମଦାର ବୋଲିଂ ଆଗରେ ତିଷ୍ଠିନପାରି ଦ୍ୱିତୀୟ ଇନିଂସରେ ୨୩୯ ରନ୍ […]

australia

australia

Ranjit Kumar Jena
  • Published: Monday, 02 December 2019
  • Updated: 02 December 2019, 04:49 PM IST

ଆଡିଲେଡ୍‌: ନେଥନ୍ ଲାୟନଙ୍କ ପାଞ୍ଚ ୱିକେଟ୍ ବଳରେ ଅଷ୍ଟ୍ରେଲିଆ ଦ୍ୱିତୀୟ ଦିବାରାତ୍ର ଟେଷ୍ଟର ଚତୁର୍ଥ ଦିବସରେ ପାକିସ୍ତାନକୁ ଇନିଂସ୍ ଓ ୪୮ ରନରେ ପରାସ୍ତ କରିଛି। ଏହି ବିଜୟ ସହ ଅଷ୍ଟ୍ରେଲିଆ ଦୁଇମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୦ରେ କ୍ଲିନସୁଇପ୍ କରିନେଇଛି। ପ୍ରଥମ ଇନିଂସରେ ୨୮୭ ରନରେ ପଛୁଆ ରହିବା ପରେ ଫଲୋଅନର ଶିକାର ହୋଇଥିବା ପାକିସ୍ତାନ ଟିମ୍ ଘରୋଇ ଦଳର ସ୍ପିନର୍ ଲାୟନ୍ ଜୋଶ ହେଜଲଉଡଙ୍କ ଦମଦାର ବୋଲିଂ ଆଗରେ ତିଷ୍ଠିନପାରି ଦ୍ୱିତୀୟ ଇନିଂସରେ ୨୩୯ ରନ୍ କରିବାକୁ ସକ୍ଷମ ହୋଇଥିଲା।

ପାକିସ୍ତାନର ଓପନିଂ ବ୍ୟାଟ୍ସମ୍ୟାନ୍ ଶାନ୍ ମସୁଦ୍ (୬୮) ଓ ଅସଦ୍ ସଫିକ୍ (୫୭)ଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଆଖିଦୃଶିଆ ପ୍ରଦର୍ଶନ କରିପାରିନଥିଲେ। ଅଷ୍ଟ୍ରେଲିଆ ତା'ର ଓପନିଂ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣରଙ୍କ ଅପରାଜିତ ୩୩୫ ରନ୍ ବଳରେ ପ୍ରଥମ ଇନିଂସରେ ୩ ୱିକେଟ୍ ହରାଇ ୫୮୯ ରନ୍ କରି ପାଳି ଘୋଷଣା କରିଥିଲା। ଏହାର ଜବାବରେ ପାକିସ୍ତାନ ପ୍ରଥମ ଇନିଂସରେ ୩୦୨ ରନ୍ କରିଥିଲେ ହେଁ, ଫଲୋଅନରୁ ବର୍ତ୍ତିପାରିନଥିଲା।

ସୋମବାର ପାକିସ୍ତାନ ତା'ର ପୂର୍ବଦିନର ସ୍କୋର ୩/୩୯ରୁ ଖେଳ ଆରମ୍ଭ କରିଥିଲା। ରବିବାର ଅପରାଜିତ ଥିବା ମସୁଦ୍ ଓ ସଫିକ୍ ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ। ଦୁହେଁ ତୃତୀୟ ୱିକେଟ୍ ପାଇଁ ୧୦୩ ରନର ଶତକୀୟ ଭାଗୀଦାରୀ କରିଥିଲେ। ଏହି ସେଟ୍ ଯୋଡ଼ିକୁ ଲାୟନ୍ ଭାଙ୍ଗିଥିଲେ। ଟିମର ସ୍କୋର ୧୨୩ ଥିବା ବେଳେ ମସୁଦ୍ ମିଚେଲ୍ ଷ୍ଟାର୍କଙ୍କ ହାତରେ ଧରା ପଡ଼ି ପ୍ୟାଭିଲିୟନ୍ ଫେରିଥିଲେ। ମସୁଦ୍ ୧୨୭ ବଲର ସାମ୍ନା କରି ୮ ଚୌକା ଓ ୧ ଛକା ମାରିଥିଲେ। ଅନ୍ୟତମ ସେଟ୍ ବ୍ୟାଟ୍ସମ୍ୟାନ୍ ସଫିକ୍ ଅର୍ଦ୍ଧଶତକ ମାରିବା ପରେ ଲାୟନଙ୍କ ବଲରେ ଡେଭିଡ୍ ୱାର୍ଣ୍ଣରଙ୍କୁ କ୍ୟାଚ୍ ଦେଇ ବସିଥିଲେ। ସଫିକ୍ ୧୧୨ ବଲରେ ୫ ଚୌକା ସହ ୫୭ ରନ୍ କରିଥିଲେ।

ଏହା ପରେ ଇଫତିକାର ଅହମ୍ମଦ (୨୭) ଓ ମହମ୍ମଦ ରିଜୱାନ୍ (୪୫) ଟିମର ସ୍କୋରକୁ ୨୦୦ ଅତିକ୍ରମ କରାଇଥିଲେ। ଲାୟନ୍ ଇଫତିକାରଙ୍କୁ ପ୍ୟାଭିଲିୟନ୍ ପଠାଇ ଏହି ଯୋଡ଼ିକଚ ବ୍ରେକ୍ କରିଥିଲେ । ଏହି ଅଫ୍ ସ୍ପିନର୍ ପ୍ରଥମ ଇନିଂସରେ ଶତକ ମାରିଥିବା ୟାସିର୍ ଶାହ (୧୩)ଙ୍କୁ ଏଲବିଡବ୍ଲ୍ୟୁ ଆଉଟ୍ କରିଥିଲେ ଏବଂ ରାତ୍ରଭୋଜନ ବ୍ରେକ୍ ପୂର୍ବରୁ ଶାହୀନ୍ ଶାହ ଆଫ୍ରିଦି (୧)ଙ୍କୁ ଜୋଶ୍ ହେଜଲଉଡଙ୍କ ଦ୍ୱାରା କ୍ୟାଚ୍ କରାଇ ଇନିଂସରେ ନିଜର ପାଞ୍ଚ ୱିକେଟ୍ ପୂରଣ କରିଥିଲେ। ଡିନର୍ ବ୍ରେକ୍ ପରେ ହେଜଲଉଡ୍ ରିଜୱାନଙ୍କୁ କ୍ଲିନ୍ ବୋଲ୍ଡ କରି ଘରୋଇ ଦଳକୁ ନବମ ସଫଳତା ଦେଇଥିଲେ। ପରେ ମହମ୍ମଦ ଆବାଦ (୧)ଙ୍କୁ ପ୍ୟାଟ୍ କମିନ୍ସ ରନଆଉଟ୍ କରି ପାକିସ୍ତାନ ଇନିଂସର ପରିସମାପ୍ତି ଘଟାଇଥିଲେ।

ଅଷ୍ଟ୍ରେଲିଆ ପକ୍ଷରୁ ଲାୟନ୍ ପ୍ରଥମଥର ଲାଗି ପାକିସ୍ତାନ ବିପକ୍ଷରେ ପାଞ୍ଚ ୱିକେଟ୍ ସଫଳତା ହାସଲ କରିଛନ୍ତି। ଏହି ଅଫ୍ ସ୍ପିନର୍ ଜଣକ ଟେଷ୍ଟ କ୍ରିକେଟରେ ୧୫ଥର ୫ରୁ ଅଧିକ ୱିକେଟ୍ ନେବାର କାରନାମା କରିଛନ୍ତି ଏବଂ ଆଡିଲେଡ୍ ଓଭାଲରେ ତାଙ୍କ ନାଁରେ ୫୦ ୱିକେଟ୍ ସାମିଲ୍ ହୋଇଛି। କ୍ୟାରିୟରର ପ୍ରଥମ ତ୍ରିଶତକୀୟ ଇନିଂସ୍ ଖେଳି ଏକାଧିକ ରେକର୍ଡର ଅଧିକାରୀ ହୋଇଥିବା ୱାର୍ଣ୍ଣର୍ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ଅନ୍ୟପକ୍ଷରେ ସିରିଜ୍ ହାରିଥିବା ପାକିସ୍ତାନ ଏବେ ଶ୍ରୀଲଙ୍କା ବିପକ୍ଷରେ ୧୦ ବର୍ଷ ପରେ ନିଜ ମାଟିରେ ପ୍ରଥମ ଟେଷ୍ଟ ସିରିଜ୍ ଆୟୋଜନ କରିବ। ସେହିପରି ଅଷ୍ଟ୍ରେଲିଆ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story