ଜାତୀୟ ହକି ଖେଳାଳି ଗ୍ରାବିଏଲଙ୍କ ପରଲୋକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଗାଙ୍ଗପୁର ରେଙ୍ଗାଲବାହାରର ଜାତୀୟ ପୁଲିସ୍ ହକି ଖେଳାଳି ଗ୍ରାବିଏଲ ଖାକା (୫୪)ଙ୍କ କର୍କଟ ଜନିତ ରୋଗରେ ଶୁକ୍ରବାର ଜଗଦାସ୍ଥିତ ସିଡବ୍ଲ୍ୟୁଏସ୍ ହସ୍ପିଟାଲରେ ପରଲୋକ ହୋଇଛି। ଗ୍ରାବିଏଲଙ୍କ ଦେହାନ୍ତ ସମୟରେ ତାଙ୍କ ପାଖରେ ତାଙ୍କର ସ୍ତ୍ରୀ ଓ ପୁଅ ଏବଂ ଝିଅ ଉପସ୍ଥିତ ଥିଲେ। ଗାବ୍ରିଏଲ୍ ଜଣାଶୁଣା ହକି ଅଲିମ୍ପିୟାନ ୱିଲିୟମ ଖାଲକୋଙ୍କ କକା ଅଟନ୍ତି। ଗ୍ରାବିଏଲ ଓଡ଼ିଶା ତଥା ରାଉରକେଲା ରିଜର୍ଭ ପୁଲିସରେ ଚାକିରି କରୁଥିଲେ। ସେ ଜଣେ ମିଷ୍ଟ ଭାସି ଓ […]

hockey

Ranjit Kumar Jena
  • Published: Friday, 14 February 2020
  • , Updated: 14 February 2020, 09:08 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଗାଙ୍ଗପୁର ରେଙ୍ଗାଲବାହାରର ଜାତୀୟ ପୁଲିସ୍ ହକି ଖେଳାଳି ଗ୍ରାବିଏଲ ଖାକା (୫୪)ଙ୍କ କର୍କଟ ଜନିତ ରୋଗରେ ଶୁକ୍ରବାର ଜଗଦାସ୍ଥିତ ସିଡବ୍ଲ୍ୟୁଏସ୍ ହସ୍ପିଟାଲରେ ପରଲୋକ ହୋଇଛି। ଗ୍ରାବିଏଲଙ୍କ ଦେହାନ୍ତ ସମୟରେ ତାଙ୍କ ପାଖରେ ତାଙ୍କର ସ୍ତ୍ରୀ ଓ ପୁଅ ଏବଂ ଝିଅ ଉପସ୍ଥିତ ଥିଲେ।

ଗାବ୍ରିଏଲ୍ ଜଣାଶୁଣା ହକି ଅଲିମ୍ପିୟାନ ୱିଲିୟମ ଖାଲକୋଙ୍କ କକା ଅଟନ୍ତି। ଗ୍ରାବିଏଲ ଓଡ଼ିଶା ତଥା ରାଉରକେଲା ରିଜର୍ଭ ପୁଲିସରେ ଚାକିରି କରୁଥିଲେ। ସେ ଜଣେ ମିଷ୍ଟ ଭାସି ଓ ସରଳ ବ୍ୟକ୍ତି ସହିତ ହକି ଖେଳାଳିମାନଙ୍କୁ ଭଲ ପାଉଥିଲେ। ସବଜୁନିୟର ଓ ଜୁନିୟର ସ୍ତରରେ ମଧ୍ୟ ଓଡ଼ିଶାରୁ ପ୍ରତିନିଧିତ୍ବ କରିଥିଲେ। ସିନିୟର ସ୍ତରକୁ ଆସିଲା ପରେ ପୁଲିସ ବିଭାଗ ତରଫରୁ ଅନେକ ଜାତୀୟ ପୁଲିସ ହକି ପ୍ରତିଯୋଗିତାରେ ମିଡଫିଲ୍ଡର ଭାବେ ଉଲ୍ଲେଖନୀୟ ପ୍ରଦର୍ଶନ କରି କମ୍ ସମୟ ଭିତରେ ପୁଲିସ ଦଳର ପ୍ରିୟଭାଜନ ହୋଇଥିଲେ।

ତାଙ୍କ ବିୟୋଗରେ ଭେଟେରୀୟନ ହକି ସଂଗଠନ, ପାନପୋଷ କ୍ରୀଡ଼ା ସଂଗଠନ ଓ ଇଣ୍ଟରସିଟି ଗୋଲ୍ଡ କପର ସମସ୍ତ ସଦସ୍ୟମାନେ ଗ୍ରାବିଏଲଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ତାଙ୍କର ଆତ୍ମାର ସଦଗତି କାମନା କରିଛନ୍ତି। ସେହିପରି ତାଙ୍କର ଅନ୍ତିମ ବିଦାୟ ସମୟରେ ପୁଲିସ ହକି ଦଳର କୋଚ୍ ବର୍ନଡ଼ ଲାକ୍ରା, କୋଚ୍ ଜର୍ଜ ଲୁଗୁନ, ଅମିତ ଟପ୍ପୋ, ଉମଲନ ମିଞ୍ଜ, ସିଲଭିରୀୟସ ମିଞ୍ଜ ଓ ପ୍ରଦୀପ ଲୁଗନ ପ୍ରମୁଖ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Related story