ପାନପୋଷ କ୍ରୀଡ଼ା ସଂଗଠନ ପକ୍ଷରୁ ଜାତୀୟ କ୍ରୀଡ଼ା ଦିବସ ପାଳିତ

ଭୁବନେଶ୍ୱର, (ଓଡ଼ିଶା ରିପୋର୍ଟର୍): ରାଉରକେଲା ସ୍ଥିତ ପାନପୋଷ କ୍ରୀଡ଼ା ଛାତ୍ରାବାସ ପରିସରରେ ପାନପୋଷ କ୍ରୀଡ଼ା ସଂଗଠନ ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଗୁରୁବାର ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଛି। କ୍ରୀଡ଼ା ଛାତ୍ରାବାସର ଭାରପ୍ରାପ୍ତ ଅଧିକାରୀ ତଥା ବରିଷ୍ଠ ପ୍ରଶିକ୍ଷକ ଅମୂଲ୍ୟାନନ୍ଦ ବିହାରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ବରିଷ୍ଠ କବାଡି ଅଫିସିଆଲ୍ ଅରବିନ୍ଦ ପାତ୍ର, ବରିଷ୍ଠ ଏନସିସି ଅଧିକାରୀ […]

rkl

Ranjit Kumar Jena
  • Published: Thursday, 29 August 2019
  • , Updated: 29 August 2019, 03:56 PM IST

ଭୁବନେଶ୍ୱର, (ଓଡ଼ିଶା ରିପୋର୍ଟର୍): ରାଉରକେଲା ସ୍ଥିତ ପାନପୋଷ କ୍ରୀଡ଼ା ଛାତ୍ରାବାସ ପରିସରରେ ପାନପୋଷ କ୍ରୀଡ଼ା ସଂଗଠନ ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଗୁରୁବାର ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଛି। କ୍ରୀଡ଼ା ଛାତ୍ରାବାସର ଭାରପ୍ରାପ୍ତ ଅଧିକାରୀ ତଥା ବରିଷ୍ଠ ପ୍ରଶିକ୍ଷକ ଅମୂଲ୍ୟାନନ୍ଦ ବିହାରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ବରିଷ୍ଠ କବାଡି ଅଫିସିଆଲ୍ ଅରବିନ୍ଦ ପାତ୍ର, ବରିଷ୍ଠ ଏନସିସି ଅଧିକାରୀ କ୍ୟାପଟେନ୍ ସତ୍ୟନାରାୟଣ ରାଉତ, ବରିଷ୍ଠ ହକି ପ୍ରଶିକ୍ଷକ ସିଲଭେଷ୍ଟାର୍ ଟପ୍ପୋ ଓ ସମାଜସେବୀ ତଥା ସଙ୍ଗୀତ ଶିଳ୍ପ ପଦ୍ମିନୀ ପାଣିଗ୍ରାହୀଙ୍କ ସମେତ ପାନପୋଷ କ୍ରୀଡ଼ା ସଂଗଠନର କାର୍ଯ୍ୟକାରୀ ସଭାପତି ବିକ୍ରମ ସ୍ୱାଇଁ ଅତିଥି ଭାବେ ଯୋଗ ଦେଇ କ୍ରୀଡ଼ା ଦିବସ ଅବସରରେ ହକି ଯାଦୁକର ଧ୍ୟାନ ଚାନ୍ଦଙ୍କ ସ୍ମୃତିଚାରଣ କରିଥିଲେ।

ସମସ୍ତ ଅତିଥି ଧ୍ୟାନ ଚାନ୍ଦଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି ଅବସରରେ କ୍ୟାପଟେନ୍ ଶ୍ରୀ ରାଉତଙ୍କୁ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ପଦ୍ମିନୀ ପାଣିଗ୍ରାହୀ ପ୍ରସିଦ୍ଧ ଗୀତ ରଙ୍ଗବତୀ ଦ୍ୱାରା ଉପସ୍ଥିତ ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ପାନପୋଷ କ୍ରୀଡ଼ା ସଂଗଠନର ପ୍ରତିଷ୍ଠାତା ସଦସ୍ୟ ମହେନ୍ଦ୍ର ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସଂଗଠନର ସାଧାରଣ ସମ୍ପାଦକ ସୁଶାନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

କ୍ରୀଡ଼ା ଦିବସ ଅବସରରେ ଜିଲ୍ଲା ପ୍ରଶାସକ ଏକାଦଶ ଓ ଓଡ଼ିଶା ପୁଲିସ୍ ଏକାଦଶ ମଧ୍ୟରେ ଏକ ମହିଳା ପ୍ରଦର୍ଶନୀ ହକି ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲା ପ୍ରଶାସନ ଅଧିକାରୀ ୪-୦ ଗୋଲରେ ବିଜୟୀ ହୋଇଥିଲା। ଉକ୍ତ ମ୍ୟାଚକୁ ବନ୍ଧମୁଣ୍ଡା ରେଳବାଇର ଆଞ୍ଚଳିକ ଅଧିକାରୀ ଶ୍ରୀନିବାସ ସାମନ୍ତ ଉଦଘାଟନ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମରେ ପାନପୋଷ କ୍ରୀଡ଼ା ଛାତ୍ରାବାସର ଖେଳାଳି, ମ୍ୟୁନିସିପାଲ୍ ମହାବିଦ୍ୟାଳୟର ଏନସିସି କ୍ୟାଡେଟଙ୍କ ସମେତ ବରିଷ୍ଠ ପ୍ରଶିକ୍ଷକ ଅମୂଲ୍ୟ ବେହେରା, ଫ୍ଲୋରେନ୍ସିଆ ଏକ୍କା, ପିଟର୍ ସୋରେନ୍, ନବୀନ ମାଝୀ, ବାର୍ଥଲମିଉ କେରକେଟ୍ଟା ଏବଂ ଓଡ଼ିଶା ପୁଲିସର ଖେଳାଳିମାନେ ଉପସ୍ଥିତ ଥିଲେ।

Related story