ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ରିକେଟ୍ ଇତିହାସରେ ଏମିତି ଅନେକ କ୍ରିକେଟର ଅଛନ୍ତି ଯେଉଁମାନଙ୍କ ପୁଅ ତାଙ୍କ ବାପାଙ୍କୁ ଟପି ଯାଇଛନ୍ତି। ଏଭଳି ତାଲିକାରେ ଆଉ ଜଣେ ଉଦୟମାନ କ୍ରିକେଟର୍ଙ୍କ ନାଁ ଯୋଡିହୋଇଛି। ସେ ହେଲେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ନୟନ ମୋଙ୍ଗିଆଙ୍କ ପୁଅ ମୋହିତ ମୋଙ୍ଗିଆ। ମୋହିତ ଅଣ୍ଡର-୧୯ କ୍ରିକେଟ୍ ମ୍ୟାଚ୍ରେ ନିଜର ବ୍ୟାଟିଂ ଯାଦୁ ଦେଖାଇଛନ୍ତି। କୁଚ ବିହାର ଟ୍ରଫିରେ ବରୋଦା ଦଳର ଅଧିନାୟକତ୍ୱ କରିବା ସହ ସେ ୩୦ ବର୍ଷ ତଳର ତାଙ୍କ ବାପାଙ୍କ ସର୍ବାଧିକ ସ୍କୋରକୁ ପଛରେ ପକାଇଦେଇଛନ୍ତି।
ମୋହିତ ମୁମ୍ବାଇ ବିପକ୍ଷ ମ୍ୟାଚରେ ୨୪୬ ବଲରେ ୨୪୦ ରନର ପାଳି ଖେଳିଛନ୍ତି। କୁଚ ବିହାର ଟ୍ରଫିରେ ଏହା ହେଉଛି ସର୍ବାଧିକ ସ୍କୋର। ଏହାପୂର୍ବରୁ ୧୯୮୮ ମସିହାରେ ତାଙ୍କ ବାପା ନୟନ କେରଳ ବିପକ୍ଷରେ ସର୍ବାଧିକ ୨୨୪ ରନ କରିଥିଲେ। ନିଜ ପୁଅଙ୍କ ଦ୍ୱାରା ନିଜ ରେକର୍ଡ ଭାଙ୍ଗିଯାଇଥିବାରୁ ନୟନ ମୋଙ୍ଗିଆ ଖୁସି ଜାହିର କରିବା ସହ ମୋହିତଙ୍କୁ ପ୍ରଶଂସା କରିଛନ୍ତି। ଭାରତ ପକ୍ଷରୁ ନୟନ ମୋଙ୍ଗିଆ ୧୪୪ଟି ଦିନିକିଆ ଓ ୪୪ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।