ବିଜୟରୁ ନ୍ୟୁଜିଲ୍ୟାଣ୍ଡ ଟୁର ଆରମ୍ଭ କଲା ଭାରତୀୟ ମହିଳା ହକି ଟିମ୍‌

ଅକଲ୍ୟାଣ୍ଡ: ଅଧିନାୟକ ରାନି ରାମପାଲଙ୍କ ଡବଲ ଗୋଲ ବଳରେ ଭାରତୀୟ ମହିଳା ହକି ଟିମ୍‌ ବିଜୟରୁ ତା’ର ନ୍ୟୁଜିଲ୍ୟାଣ୍ଡ ଟୁର ଆରମ୍ଭ କରିଛି। ଭାରତୀୟ ମହିଳା ଦଳ ଆଜି ନ୍ୟୁଜିଲ୍ୟାଣ୍ଡ ଡେଭଲପମେଣ୍ଟ ସ୍କ୍ୱାଡକୁ ୪-୦ ଗୋଲରେ ପରାସ୍ତ କରି ନିଜର ମନୋବଳ ବୃଦ୍ଧି କରିଛି। ରାନିଙ୍କ ବ୍ୟତୀତ ଶର୍ମିଲା ଏବଂ ଓଡ଼ିଶାର ନମିତା ଟୋପ୍ପୋ ମଧ୍ୟ ଗୋଟିଏ ଲେଖାଏ ଗୋଲ ସ୍କୋର କରିଛନ୍ତି। ଭାରତୀୟ ମହିଳା ଦଳ ଏହି ଗସ୍ତରେ ଘରୋଇ ନ୍ୟୁଜିଲ୍ୟାଣ୍ଡ ସହ ୪ଟି ଓ […]

d

Hemant Lenka
  • Published: Saturday, 25 January 2020
  • , Updated: 25 January 2020, 03:10 PM IST

ଅକଲ୍ୟାଣ୍ଡ: ଅଧିନାୟକ ରାନି ରାମପାଲଙ୍କ ଡବଲ ଗୋଲ ବଳରେ ଭାରତୀୟ ମହିଳା ହକି ଟିମ୍‌ ବିଜୟରୁ ତା’ର ନ୍ୟୁଜିଲ୍ୟାଣ୍ଡ ଟୁର ଆରମ୍ଭ କରିଛି। ଭାରତୀୟ ମହିଳା ଦଳ ଆଜି ନ୍ୟୁଜିଲ୍ୟାଣ୍ଡ ଡେଭଲପମେଣ୍ଟ ସ୍କ୍ୱାଡକୁ ୪-୦ ଗୋଲରେ ପରାସ୍ତ କରି ନିଜର ମନୋବଳ ବୃଦ୍ଧି କରିଛି।

ରାନିଙ୍କ ବ୍ୟତୀତ ଶର୍ମିଲା ଏବଂ ଓଡ଼ିଶାର ନମିତା ଟୋପ୍ପୋ ମଧ୍ୟ ଗୋଟିଏ ଲେଖାଏ ଗୋଲ ସ୍କୋର କରିଛନ୍ତି। ଭାରତୀୟ ମହିଳା ଦଳ ଏହି ଗସ୍ତରେ ଘରୋଇ ନ୍ୟୁଜିଲ୍ୟାଣ୍ଡ ସହ ୪ଟି ଓ ଗ୍ରେଟ ବ୍ରିଟେନ ସହ ଗୋଟିଏ ମ୍ୟାଚ ଖେଳିବ।

ଆଜିର ମ୍ୟାଚ୍ ଆରମ୍ଭରୁ ଦୁଇ ଦଳ ପରସ୍ପରକୁ କଡ଼ା ଟକ୍କର ଦେଇଥିଲେ। ତେବେ ପ୍ରଥମ ଦୁଇଟି ଯାକ କ୍ୱାଟର ଗୋଲଶୂନ୍ୟ ରହିଥିଲା। ହେଲେ ଥାର୍ଡ କ୍ୱାଟରରେ ଅଧିନାୟକ ଚମତ୍କାର ଗୋଲ ସ୍କୋର କରି ଭାରତୀୟ ମହିଳା ଦଳକୁ ୧-୦ରେ ଆଗୁଆ କରିଦେଇଥିଲେ। ଏହାପରେ ଭାରତକୁ ଲଗାତର ୩ଟି ପେନାଲ୍ଟି କର୍ଣ୍ଣର ମିଳିଥିଲେ ହେଁ ଏହାକୁ ଦଳ ଗୋଲରେ ପରିଣତ କରିପାରି ନଥିଲା।

ହେଲେ ଯୁବ ତାରକା ଶର୍ମିଲା ଗୋଲ କରି ଲିଡକୁ ୨-୦ କରିଦେଇଥିଲେ। ରାନି ଏହାର କିଛି ସମୟ ପରେ ନିଜର ଦ୍ୱିତୀୟ ଗୋଲ ସ୍କୋର ଲିଡକୁ ୩-୦ କରିଥିଲେ। ଭାରତ ପକ୍ଷରୁ ୪ର୍ଥ ଗୋଲ ନମିତା ଟୋପ୍ପୋ ସ୍କୋର କରିଥିଲେ। ଶେଷ ଦୁଇଟି ଯାକ କ୍ୱାଟରରେ ନ୍ୟୁଜିଲ୍ୟାଣ୍ଡ ଗୋଲ ସ୍କୋର କରିବାକୁ ଚେଷ୍ଟା କରିଥିଲେ ହେଁ ଭାରତୀୟ ମହିଳା ଦଳର ରକ୍ଷଣ ବିଭାଗ ଏହାକୁ ଭଣ୍ଡୁର କରିଦେଇଥିଲେ।

Related story