ବିଶ୍ୱକପକୁ ଯୋଗ୍ୟତା ଅର୍ଜନ କଲା ନେଦରଲ୍ୟାଣ୍ଡ୍‌

ଦୁବାଇ: ଆସନ୍ତାବର୍ଷ ଅଷ୍ଟ୍ରେଲିଆରେ ଆୟୋଜିତ ହେବାକୁଥିବା ଆଇସିସି ଟି-୨୦ ବିଶ୍ୱକପ୍ ପାଇଁ ନେଦରଲ୍ୟାଣ୍ଡ ଯୋଗ୍ୟତା ଅର୍ଜନ କରିଛି। ମଙ୍ଗଳବାର ଏଠାରେ ଖେଳାଯାଇଥିବା କ୍ୱାଲିଫାଇଙ୍ଗ୍ ପ୍ଲେ-ଅଫରେ ନେଦରଲ୍ୟାଣ୍ଡ୍ ୮ ୱିକେଟରେ ୟୁଏଇକୁ ହରାଇ ଏହି ସଫଳତା ହାସଲ କରିଛି। ବ୍ରେଣ୍ଡନ୍ ଗ୍ଲୋଭରଙ୍କ ଦମଦାର ବୋଲିଂ ବଳରେ ନେଦରଲ୍ୟାଣ୍ଡ୍ ୟୁଏଇକୁ ୨୦ ଓଭରରେ ୯ ୱିକେଟରେ ୮୦ ରନରେ ସୀମିତ ରଖିଥିଲା। ୟୁଏଇ ଟିମ୍ ଏକ ସମୟରେ ୯ ରନ୍ ଭିତରେ ୫ ୱିକେଟ୍ ହରାଇ ବିପଦରେ ପଡ଼ିଥିଲା। କିନ୍ତୁ […]

netherland

Ranjit Kumar Jena
  • Published: Tuesday, 29 October 2019
  • , Updated: 29 October 2019, 09:16 PM IST

ଦୁବାଇ: ଆସନ୍ତାବର୍ଷ ଅଷ୍ଟ୍ରେଲିଆରେ ଆୟୋଜିତ ହେବାକୁଥିବା ଆଇସିସି ଟି-୨୦ ବିଶ୍ୱକପ୍ ପାଇଁ ନେଦରଲ୍ୟାଣ୍ଡ ଯୋଗ୍ୟତା ଅର୍ଜନ କରିଛି। ମଙ୍ଗଳବାର ଏଠାରେ ଖେଳାଯାଇଥିବା କ୍ୱାଲିଫାଇଙ୍ଗ୍ ପ୍ଲେ-ଅଫରେ ନେଦରଲ୍ୟାଣ୍ଡ୍ ୮ ୱିକେଟରେ ୟୁଏଇକୁ ହରାଇ ଏହି ସଫଳତା ହାସଲ କରିଛି। ବ୍ରେଣ୍ଡନ୍ ଗ୍ଲୋଭରଙ୍କ ଦମଦାର ବୋଲିଂ ବଳରେ ନେଦରଲ୍ୟାଣ୍ଡ୍ ୟୁଏଇକୁ ୨୦ ଓଭରରେ ୯ ୱିକେଟରେ ୮୦ ରନରେ ସୀମିତ ରଖିଥିଲା। ୟୁଏଇ ଟିମ୍ ଏକ ସମୟରେ ୯ ରନ୍ ଭିତରେ ୫ ୱିକେଟ୍ ହରାଇ ବିପଦରେ ପଡ଼ିଥିଲା। କିନ୍ତୁ ଏହି ଲୋୟର ଅର୍ଡର ବ୍ୟାଟ୍ସମ୍ୟାନଙ୍କ ସହଯୋଗରେ ଟିମ୍ ସମ୍ମାନ ରକ୍ଷା କରିଥିଲା।

ଟିମ୍ ପକ୍ଷରୁ କ୍ୟାପଟେନ୍ ଅହମ୍ମଦ ରାଜା ସର୍ବାଧିକ ୨୨, ୱାହିଦ୍ ଅହମ୍ମଦ ୧୯, ମହମ୍ମଦ ବୁଟା ୧୬ ଓ ସୁଲତାନ ଅହମ୍ମଦ ୧୧ ରନ୍ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଦୁଇଅଙ୍କ ଛୁଇଁପାରିନଥିଲେ। ନେଦରଲ୍ୟାଣ୍ଡ୍ ପକ୍ଷରୁ ଗ୍ଲୋଭର୍ ୧୨ ରନ୍ ଦେଇ ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ପଲ୍ ଭାନ୍ ମୀକରେନ୍ ଓ ଟିମ୍ ଭାନ୍ ଡର୍ ଗୁଗଟେନ୍ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ। ୮୧ ରନର ଲକ୍ଷ୍ୟକୁ ନେଦରଲ୍ୟାଣ୍ଡ୍ ଟିମ୍ ୧୫.୧ ଓଭରରେ ୨ ୱିକେଟ୍ ହରାଇ ହାସଲ କରିନେଇଥିଲା। ଟିମ୍ ପକ୍ଷରୁ ବେନ୍ କୁପର୍ ୪୧ ଓ ରିଆନ୍ ଟେନ୍ ଡଜଚେଟ୍ ୧୧ ରନ୍ କରି ଅପରାଜିତ ରହିଥିଲେ।

ନେଦରଲ୍ୟାଣ୍ଡ ତୃତୀୟ ଦଳ ଭାବେ ବିଶ୍ୱକପକୁ ଯୋଗ୍ୟତା ଅର୍ଜନ କରିଛି। ଏହା ପୂର୍ବରୁ ପାପୁଆ ନ୍ୟୁ ଗିନି (ପିଏନଜି) ଓ ଆୟର୍ଲ୍ୟାଣ୍ଡ ନିଜ ନିଜ ଗ୍ରୁପର ଶୀର୍ଷରେ ରହି ସିଧାସଳଖ ବିଶ୍ୱକପରେ ସ୍ଥାନ ହାସଲ କରିଛନ୍ତି। ନେଦରଲ୍ୟାଣ୍ଡ୍ ଏବେ ଆସନ୍ତାବର୍ଷ ଅକ୍ଟୋବରରେ ଅଷ୍ଟ୍ରେଲିଆରେ ହେବାକୁଥିବା ଟୁର୍ଣ୍ଣାମେଣ୍ଟରେ ୮ଟି ଟିମକୁ ନେଇ ହେବାକୁଥିବା ପ୍ରଥମ ରାଉଣ୍ଡରେ ସ୍ଥାନ ପକ୍କା କରିଛି। ୟୁଏଇ ପାଖରେ କ୍ୱାଲିଫାଏ କରିବାର ଶେଷ ସୁଯୋଗ ରହିଛି। ବୁଧବାର ଯଦି ଏହି ଟିମ୍ ସ୍କଟଲ୍ୟାଣ୍ଡକୁ ହରାଇ ଦିଏ, ତାହେଲେ ବିଶ୍ୱକପରେ ସ୍ଥାନ ହାସଲ କରିବ।

Related story