ଏମିତି ଷ୍ଟାଡ଼ିୟମ ଯେଉଁଠି ଗୋଟିଏ ମ୍ୟାଚ୍‌ ବି ହାରିନି ଇଣ୍ଡିଆ: ଆଜି ମ୍ୟାଚ୍‌ରେ ରେକର୍ଡ ଅବ୍ୟାହତ ଲକ୍ଷ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଉ କିଛି ସମୟ ପରେ ଟିମ୍‌ ଇଣ୍ଡିଆ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଟି-ଟ୍ୱେଣ୍ଟି ଇନ୍ଦୋର ଠାରେ ଖେଳାଯିବ। ଇନ୍ଦୋରର ହଲକର କ୍ରିକେଟ୍‌ ଷ୍ଟାଡିୟମରେ ଏହି ମ୍ୟାଚ୍‌ ସନ୍ଧ୍ୟା ୭ଟାରେ ଖେଳାଯିବ। ୩୦ହଜାର କ୍ଷମତା ବିଶିଷ୍ଟ ଏହି ଷ୍ଟାଡିୟମ ଭାରତୀୟ କ୍ରିକେଟ୍‌ ପାଇଁ ବହୁତ ଭାଗ୍ୟଶାଳୀ। ଭାରତୀୟ ଟିମ୍‌ ଏହି ଷ୍ଟାଡିୟମରେ ମୋଟ ୫ଟି ଦିନିକିଆ ଓ ଗୋଟିଏ ଟେଷ୍ଟ ମ୍ୟାଚ୍‌ ଖେଳିସାରିଛି। ଭାରତୀୟ ଟିମ୍‌ ଏହି ସମସ୍ତ ମ୍ୟାଚ୍‌ରେ ବିଜୟ ହାସଲ କରିଛି। […]

152

Ordigital Desk
  • Published: Friday, 22 December 2017
  • , Updated: 22 December 2017, 12:01 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଉ କିଛି ସମୟ ପରେ ଟିମ୍‌ ଇଣ୍ଡିଆ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଟି-ଟ୍ୱେଣ୍ଟି ଇନ୍ଦୋର ଠାରେ ଖେଳାଯିବ। ଇନ୍ଦୋରର ହଲକର କ୍ରିକେଟ୍‌ ଷ୍ଟାଡିୟମରେ ଏହି ମ୍ୟାଚ୍‌ ସନ୍ଧ୍ୟା ୭ଟାରେ ଖେଳାଯିବ। ୩୦ହଜାର କ୍ଷମତା ବିଶିଷ୍ଟ ଏହି ଷ୍ଟାଡିୟମ ଭାରତୀୟ କ୍ରିକେଟ୍‌ ପାଇଁ ବହୁତ ଭାଗ୍ୟଶାଳୀ। ଭାରତୀୟ ଟିମ୍‌ ଏହି ଷ୍ଟାଡିୟମରେ ମୋଟ ୫ଟି ଦିନିକିଆ ଓ ଗୋଟିଏ ଟେଷ୍ଟ ମ୍ୟାଚ୍‌ ଖେଳିସାରିଛି। ଭାରତୀୟ ଟିମ୍‌ ଏହି ସମସ୍ତ ମ୍ୟାଚ୍‌ରେ ବିଜୟ ହାସଲ କରିଛି।

ଅନେକ ଦିନ ଲମ୍ବା ଅନ୍ତରାଳ ପରେ ଇନ୍ଦୋରରେ ପହଞ୍ଚିଛି ଶ୍ରୀଲଙ୍କା ଟିମ୍। ଆଜି ଶ୍ରୀଲଙ୍କା ପ୍ରଥମ ଥର ପାଇଁ ହଲକର୍‌ ଷ୍ଟାଡିୟମରେ ଓହ୍ଲାଇବ। ଶ୍ରୀଲଙ୍କା ଟିମ୍‌୧୯୯୭ରେ ଭାରତୀୟ ବିପକ୍ଷରେ ଦିନିକିଆ ମ୍ୟାଚ୍‌ ଖେଳିବାକୁ ମଧ୍ୟପ୍ରଦେଶର ଇନ୍ଦୋର ଠାରେ ପହଞ୍ଚିଥିଲା। ସେତେବେଳେ ହଲକର ଷ୍ଟାଡିୟମ ତିଆରି ହୋଇନଥିଲା। ଫଳରେ ଅନ୍ତର୍ଜାତୀୟ କ୍ରିକେଟ୍‌ ମ୍ୟାଚ୍‌ ନେହେରୁ ଷ୍ଟାଡ଼ିୟମରେ ଖେଳାଯାଉଥିଲା।

୧୯୯୭ ନେହେରୁ ଷ୍ଟାଡ଼ିୟମରେ ଭାରତ-ଶ୍ରୀଲଙ୍କ ମଧ୍ୟରେ ଦିନିକିଆ ମ୍ୟାଚ୍‌ ଖେଳାଯାଇଥିଲା। ୩ଓଭର ଖେଳାଯିବା ପରେ ପିଚ୍‌ ଖରାବ ଥିବା କହି ଶ୍ରୀଲଙ୍କା ଟିମ ଖେଳିବାକୁ ମନାକରିଦେଇଥିଲା। ଏହି ସମୟରେ ଭାରତୀୟ ଦଳର ଅଧିନାୟକ ଥିଲେ ସଚିନ ତେନ୍ଦୁଲକର ଓ ଶ୍ରୀଲଙ୍କା ଦଳର ଅଧିନାୟକ ଥିଲେ ଅର୍ଜୁନ ରଣତୁଙ୍ଗା। ଦୁଇ ଦଳର ଅଧିନାୟକଙ୍କ ସହମତିରେ ଏହି ଖେଳକୁ ବାତିଲ କରାଯାଇଥିଲା।

ଦୀର୍ଘ ୨୦ ବର୍ଷ ପରେ ଶ୍ରୀଲଙ୍କା ଟିମ୍‌ ଇନ୍ଦୋରରେ ପହଞ୍ଚିଛି ମ୍ୟାଚ୍‌ ଖେଳିବାକୁ। ୩ଟିକିଆ ବିଶିଷ୍ଟ ସିରିଜରେ ଭାରତ ୧-୦ରେ ଅଗ୍ରଣୀ ରହିଛି। ତେଣୁ ଆଜିର ମ୍ୟାଚ୍‌ ମ୍ୟାଚ୍‌ ଶ୍ରୀଲଙ୍କା ପାଇଁ ଗୁରୁତ୍ୱପୂର୍ଣ୍ଣ ଥିବା ବେଳେ ଭାରତ ଅଜିର ମ୍ୟାଚ୍‌ ଜିତି ସିରିଜ କବ୍‌ଜା କରିବାକୁ ଲକ୍ଷ୍ୟ ରଖିଛି।

https://youtu.be/bWCcsQbmtzg

Related story