୩୪ଟି ଶତକ ସହ ବିରାଟଙ୍କ ଆଉ ଏକ ରେକର୍ଡ: ଗାଙ୍ଗୁଲିଙ୍କୁ ପଛରେ ପକାଇଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଫ୍ରିକା ମାଟିରେ ଅଧିନାୟକ ବିରାଟ କୋହଲିଙ୍କ କମାଲ ଦେଖିବାକୁ ମିଳିଛି। ୬ଟିକିଆ ଦିନିକିଆ ସିରିଜର ପ୍ରଥମ ୩ଟି ମ୍ୟାଚ୍‌ ଖେଳାଯାଇଥିବା ବେଳେ ଏହି ମ୍ୟାଚରେ ଲାଗାତର ଭାରତ ବିଜୟ ହାସଲ କରିଛି। ଏବଂ ଏହି ୩ଟି ମ୍ୟାଚରୁ ବିରାଟ କୋହଲି ୨ଟି ଶତକ ହାସଲ କରିସାରିଛନ୍ତି।  ଅଧିନାୟକ ଭାବେ ଦକ୍ଷିଣ ଆଫ୍ରିକାରେ ବିରାଟ ପ୍ରଥମ ଖେଳାଳି ଭାବେ ସର୍ବାଧିକ ଶତକ ଲଗାଇଛନ୍ତି। ଏହାସହ ବିରାଟ ୪ର୍ଥ ଖେଳାଳି ଭାବେ ଗୋଟିଏ ସିରିଜରେ ଦକ୍ଷିଣ ଆଫ୍ରିକାରେ […]

Virat Kohli

Rakesh Mallick
  • Published: Thursday, 08 February 2018
  • , Updated: 08 February 2018, 01:08 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଫ୍ରିକା ମାଟିରେ ଅଧିନାୟକ ବିରାଟ କୋହଲିଙ୍କ କମାଲ ଦେଖିବାକୁ ମିଳିଛି। ୬ଟିକିଆ ଦିନିକିଆ ସିରିଜର ପ୍ରଥମ ୩ଟି ମ୍ୟାଚ୍‌ ଖେଳାଯାଇଥିବା ବେଳେ ଏହି ମ୍ୟାଚରେ ଲାଗାତର ଭାରତ ବିଜୟ ହାସଲ କରିଛି। ଏବଂ ଏହି ୩ଟି ମ୍ୟାଚରୁ ବିରାଟ କୋହଲି ୨ଟି ଶତକ ହାସଲ କରିସାରିଛନ୍ତି। 

ଅଧିନାୟକ ଭାବେ ଦକ୍ଷିଣ ଆଫ୍ରିକାରେ ବିରାଟ ପ୍ରଥମ ଖେଳାଳି ଭାବେ ସର୍ବାଧିକ ଶତକ ଲଗାଇଛନ୍ତି। ଏହାସହ ବିରାଟ ୪ର୍ଥ ଖେଳାଳି ଭାବେ ଗୋଟିଏ ସିରିଜରେ ଦକ୍ଷିଣ ଆଫ୍ରିକାରେ ଏକାଧିକ ଶତକ ହାସଲ କରିଛନ୍ତି। ଏହା ପୂର୍ବରୁ କେଭିନ ପିଟରସନଙ୍କ ନାଁରେ ଗୋଟିଏ ସିରିଜରେ ଦକ୍ଷିଣ ଆଫ୍ରିକାରେ ୩ଟି ଶତକ ହାସଲ କରିବାର ରେକର୍ଡ ଥିଲା। ତାଙ୍କ ବ୍ୟତୀତ ଗୋଟିଏ ସିରିଜରେ ଦକ୍ଷିଣ ଆଫ୍ରିକା ମାଟିରେ ଜୋ ରୁଟ୍‌ ଓ ୱାର୍ଣ୍ଣର ମଧ୍ୟ ଏକାଧିକ ଶତକ ହାସଲ କରିଛନ୍ତି। ଅଧିନାୟକ ଭାବେ ସର୍ବାଧିକ ଶତକ ହାସଲ କରିବାର ରେକର୍ଡ ବିରାଟ ନିଜ ନାଁରେ କରିଛନ୍ତି। ଏହି ମାମଲାରେ ସେ ସୌରଭ ଗାଙ୍ଗୁଲିଙ୍କୁ ପଛରେ ପକାଇ ଦେଇଛନ୍ତି। ଗାଙ୍ଗୁଲି ଅଧିନାୟକ ଭାବେ ୧୧ଟି ଶତକ ହାସଲ କରିଥିବା ବେଳେ ବିରାଟ ଅଧିନାୟକ ଭାବେ ୧୨ଟି ଶତକ ହାସଲ କରି ଗାଙ୍ଗୁଲିଙ୍କ ଏହି ରେକର୍ଡକୁ ଭାଙ୍ଗିଦେଇଛନ୍ତି।

Related story