ଅଷ୍ଟ୍ରେଲିଆ ସହ ସେମି ଟିକେଟ ପାଇଁ ଲଢ଼େଇ କରିବ ନ୍ୟୁଜିଲ୍ୟାଣ୍ଡ

ମେଲବର୍ଣ୍ଣ: ମହିଳା ଟ-୨୦ ବିଶ୍ୱକପ୍‌ର ଏକ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ ମାତ୍ର ୯୧ ରନ୍‌ କରିଥିଲେ ହେଁ ବାଂଲାଦେଶକୁ ୧୭ ରନ୍‌ରେ ପରାସ୍ତ କରିବାକୁ ସକ୍ଷମ ହୋଇଛି। ଏବେ ନ୍ୟୁଜିଲ୍ୟାଣ୍ଡ ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆ ସହ ସେମି ଫାଇନାଲ ଟିକେଟ ପାଇଁ ଲଢ଼େଇ କରିବ। ଏହି ମ୍ୟାଚ୍‌ ସୋମବାର ଖେଳାଯିବ। ଗତ ମ୍ୟାଚରେ ଭାରତ ଠାରୁ ପରାସ୍ତ ହୋଇଥିବା ନ୍ୟୁଜିଲ୍ୟାଣ୍ଡ ଅଧିନାୟକ ହ୍ୱାଇଟ ଫ୍ରେନ୍ସ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଏକ ସମୟରେ ନ୍ୟୁଜିଲ୍ୟାଣ୍ଡ ୬୬ ରନ୍‌ରେ […]

q

Hemant Lenka
  • Published: Saturday, 29 February 2020
  • , Updated: 29 February 2020, 04:57 PM IST

ମେଲବର୍ଣ୍ଣ: ମହିଳା ଟ-୨୦ ବିଶ୍ୱକପ୍‌ର ଏକ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ ମାତ୍ର ୯୧ ରନ୍‌ କରିଥିଲେ ହେଁ ବାଂଲାଦେଶକୁ ୧୭ ରନ୍‌ରେ ପରାସ୍ତ କରିବାକୁ ସକ୍ଷମ ହୋଇଛି। ଏବେ ନ୍ୟୁଜିଲ୍ୟାଣ୍ଡ ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆ ସହ ସେମି ଫାଇନାଲ ଟିକେଟ ପାଇଁ ଲଢ଼େଇ କରିବ। ଏହି ମ୍ୟାଚ୍‌ ସୋମବାର ଖେଳାଯିବ।

ଗତ ମ୍ୟାଚରେ ଭାରତ ଠାରୁ ପରାସ୍ତ ହୋଇଥିବା ନ୍ୟୁଜିଲ୍ୟାଣ୍ଡ ଅଧିନାୟକ ହ୍ୱାଇଟ ଫ୍ରେନ୍ସ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଏକ ସମୟରେ ନ୍ୟୁଜିଲ୍ୟାଣ୍ଡ ୬୬ ରନ୍‌ରେ ୨ଟି ୱିକେଟ ହରାଇଥିଲା। ହେଲେ ଦଳ ୯୧ ରନ୍‌ କରି ଅଲଆଉଟ ହୋଇଯାଇଥିଲା।

ବାଂଲାଦେଶ ପକ୍ଷରୁ ରିତୁ ମୋନି ଚଳିତ ବିଶ୍ୱକପରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ସେ ୪ ଜଣ ନ୍ୟୁଜିଲ୍ୟାଣ୍ଡ ବ୍ୟାଟସମ୍ୟାନଙ୍କୁ ଆଉଟ କରିବା ସହ ୧୮ ରନ୍‌ ଦେଇଛନ୍ତି।

୨୦ ଓଭରରେ ୯୨ ରନର ଟାର୍ଗେଟ ଅତ୍ୟନ୍ତ ସହଜ ଥିଲା। ୨୦୧୪ ପରଠାରୁ ବିଶ୍ୱକପରେ ଗୋଟିଏ ହେଲେ ମ୍ୟାଚ୍ ଜିତି ନଥିବା ବାଂଲାଦେଶ ପାଖରେ ଏହାକୁ ଭାଙ୍ଗିବାର ସୁଯୋଗ ରହିଥିଲା। ହେଲେ ବ୍ୟାଟିଂ ବିପର୍ଯ୍ୟୟ ଯୋଗୁ ଦଳ ୭୪ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

ବାଂଲାଦେଶ ପକ୍ଷରୁ ଜେନସେନ ସାନରିଙ୍ଗ ୧୧ ରନ୍‌ ଦେଇ ୩ଟି ୱିକେଟ ନେଇଛନ୍ତି। ବାଂଲାଦେଶର ବ୍ୟାଟସମ୍ୟାନମାନେ ଖରାପ ଶଟ ଖେଳିବା ସହ ୱିକେଟ ମଧ୍ୟରେ ଠିକ୍‌ ଭାବେ ନ ଦୌଡ଼ିବାରୁ ୭୪ ରନ୍‌ କରି ଅଲଆଉଟ ହୋଇଯାଇଥିଲେ।

ଗ୍ରୁପ୍‌ ଏ’ରେ ଉଭୟ ବାଂଲାଦେଶ ଓ ନ୍ୟୁଜିଲ୍ୟାଣ୍ଡ ରହିଛନ୍ତି। ଏହି ଗ୍ରୁପରୁ ଭାରତ ୪ଟି ଯାକ ମ୍ୟାଚ୍‌ ଜିତି ସେମି ଫାଇନାଲରେ ସ୍ଥାନ ସୁରକ୍ଷିତ କରି ନେଇଛି। ଏହି ଗ୍ରୁପ୍‌ରେ ଅଷ୍ଟ୍ରେଲିଆ ମଧ୍ୟ ରହିଛି।

ଉଭୟ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ ସେମାନଙ୍କ ୩ଟି ଯାକ ମ୍ୟାଚ୍‌ରୁ ୨ଟି ଲେଖାଏ ଜିତିଛନ୍ତି ଓ ଗୋଟିଏରେ ହାରିଛନ୍ତି। ତେଣୁ ସୋମବାର ଉଭୟଙ୍କ ମଧ୍ୟରେ ହେବାକୁ ଥିବା ମ୍ୟାଚ୍‌ କ୍ୱାର୍ଟର ଫାଇନାଲ ସଦୃଶ ହେବ। ଉଭୟ ବାଂଲାଦେଶ ଓ ଶ୍ରୀଲଙ୍କା ସେମାନଙ୍କର ୩ଟି ଯାକ ମ୍ୟାଚ୍ ହାରି ସେମି ଦୌଡ଼ରୁ ବାଦ ପଡ଼ିଛନ୍ତି।

Related story