ହେଡଙ୍କ ଶତକ, ଦୃଢ଼ ସ୍ଥିତିରେ ଅଷ୍ଟ୍ରେଲିଆ

ମେଲବର୍ଣ୍ଣ: ଟ୍ରାଭିସ୍ ହେଡଙ୍କ ଶତକ ଏବଂ କ୍ୟାପଟେନ୍ ଟିମ୍ ପେନଙ୍କ ବହୁପ୍ରତୀକ୍ଷିତ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ୪୬୭ ରନ୍ କରି ଅଲଆଉଟ୍ ହୋଇଛି। ହେଡ୍ ୧୧୪ (୨୩୪ ବଲ୍‌, ୧୨ ଚୌକା) ରନ୍ କରିଥିବା ବେଳେ ପେନ୍ ୭୯ (୧୩୮ ବଲ୍‌, ୯ ଚୌକା) ରନର ଦମଦାର ଇନିଂସ୍ ଖେଳି ଅଷ୍ଟ୍ରେଲିଆକୁ ବଡ଼ ସ୍କୋରରେ ପହଞ୍ଚାଇଛନ୍ତି । ତେବେ ସ୍ମିଥ୍ (୮୫) ଶତକରୁ ବଞ୍ଚିତ ହୋଇଛନ୍ତି। ଜବାବରେ ନ୍ୟୁଜିଲ୍ୟାଣ୍ଡ୍ […]

head

head

Ranjit Kumar Jena
  • Published: Friday, 27 December 2019
  • Updated: 27 December 2019, 03:49 PM IST

Sports

Latest News

ମେଲବର୍ଣ୍ଣ: ଟ୍ରାଭିସ୍ ହେଡଙ୍କ ଶତକ ଏବଂ କ୍ୟାପଟେନ୍ ଟିମ୍ ପେନଙ୍କ ବହୁପ୍ରତୀକ୍ଷିତ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ୪୬୭ ରନ୍ କରି ଅଲଆଉଟ୍ ହୋଇଛି। ହେଡ୍ ୧୧୪ (୨୩୪ ବଲ୍‌, ୧୨ ଚୌକା) ରନ୍ କରିଥିବା ବେଳେ ପେନ୍ ୭୯ (୧୩୮ ବଲ୍‌, ୯ ଚୌକା) ରନର ଦମଦାର ଇନିଂସ୍ ଖେଳି ଅଷ୍ଟ୍ରେଲିଆକୁ ବଡ଼ ସ୍କୋରରେ ପହଞ୍ଚାଇଛନ୍ତି । ତେବେ ସ୍ମିଥ୍ (୮୫) ଶତକରୁ ବଞ୍ଚିତ ହୋଇଛନ୍ତି।

ଜବାବରେ ନ୍ୟୁଜିଲ୍ୟାଣ୍ଡ୍ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଏବଂ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ୨ ୱିକେଟ୍ ହରାଇ ୪୪ ରନ୍ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ଟମ୍ ଲାଥମ ୯ ଓ ରସ୍ ଟେଲର ୨ ରନରେ ବ୍ୟାଟିଂ କରୁଥିଲେ। ନ୍ୟୁଜିଲ୍ୟାଣ୍ଡ୍ ଓପ୍ନର ଟମ୍ ବ୍ଲଣ୍ଡେଲ୍ (୧୫)ଙ୍କୁ ପ୍ୟାଟ୍ କମିନ୍ସ ପ୍ୟାଭିଲିୟନ୍ ପଠାଇଥିବା ବେଳେ କ୍ୟାପଟେନ୍ କେନ୍ ୱିଲିୟମସନ୍ (୯)ଙ୍କ ମୂଲ୍ୟବାନ୍ ୱିକେଟ୍ ନେଇଛନ୍ତି ଜେମ୍ସ ପ୍ୟାଟିନସନ୍। ନ୍ୟୁଜିଲ୍ୟାଣ୍ଡ୍ ଆହୁରି ୪୨୩ ରନରେ ପଛୁଆ ଥିବା ବେଳେ ହାତରେ ୮ ୱିକେଟ୍ ବାକି ରହିଛି।

ଶୁକ୍ରବାର ସକାଳେ ଅଷ୍ଟ୍ରେଲିଆ ତା'ର ପୂର୍ବଦିନର ସ୍କୋର ୨୫୭/୪ରୁ ଖେଳ ଆରମ୍ଭ କରିଥିଲା। ଗୁରୁବାର ୭୭ ରନରେ ବ୍ୟାଟିଂ କରୁଥିବା ସ୍ମିଥ୍ ଆଜି ଆଉ ୮ ରନ୍ ଯୋଡ଼ି ନିଲ୍ ୱାଗନରଙ୍କ ବଲରେ ଆଉଟ୍ ହୋଇଥିଲେ। ଏହା ପରେ ହେଡ୍ ଓ ପେନ୍ ସ୍କୋରକୁ ଆଗକୁ ବଢ଼ାଇଥିଲେ ଏବଂ ଦୁହେଁ ଷଷ୍ଠ ୱିକେଟ୍ ପାଇଁ ୧୫୦ ରନର ଭାଗୀଦାରୀ କରି ଅଷ୍ଟ୍ରେଲିଆକୁ ବଡ଼ ସ୍କୋରରେ ପହଞ୍ଚାଇଥିଲେ।

ହେଡ୍ ୨୨୨ ବଲରେ ନିଜର ଦ୍ୱିତୀୟ ଟେଷ୍ଟ ଶତକ ପୂରଣ କରିଥିବା ବେଳେ ପେନ୍ ୭୨ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ। ତେବେ ଉଭୟ ପେନ୍ ଓ ୱେଡଙ୍କୁ ୱାଗନର ଏଲବିଡବ୍ଲ୍ୟୁ ଆଉଟ୍ କରିଥିଲେ। ଏହା ପରେ ଟିମ୍ ସାଉଦୀ ଘରୋଇ ଦଳର ଶେଷ ତିନି ୱିକେଟ୍ ନେଇ ଅଷ୍ଟ୍ରେଲିଆକୁ ୪୬୭ ରନରେ ଅଲଆଉଟ୍ କରିଥିଲେ। ଶେଷକ୍ରମରେ ଜେମ୍ସ ପ୍ୟାଟିନସନ୍ ୧୪ ରନ୍ କରି ଅପରାଜିତ ଥିବା ବେଳେ ମିଚେଲ୍ ଷ୍ଟାର୍କ (୧), କମିନ୍ସ (୦) ଓ ଲାୟନ୍ (୧) ନିରାଶ କରିଥିଲେ। ନ୍ୟୁଜିଲ୍ୟାଣ୍ଡ୍ ପକ୍ଷରୁ ନିଲ୍ ୱାଗନର୍ ୮୩ ରନ୍ ଦେଇ ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ସାଉଦୀ ୩ଟି ଓ କଲିନ୍ ଡି'ଗ୍ରାଣ୍ଡହୋମ୍ ୨ଟି ୱିକେଟ୍ ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story