ବିଶ୍ୱକପ୍‌: ନ୍ୟୁଜିଲ୍ୟାଣ୍ଡକୁ ୨୪୨ ରନ୍‌ର ଟାର୍ଗେଟ ଦେଲା ଦକ୍ଷିଣ ଆଫ୍ରିକା

ଏଜବାଷ୍ଟନ୍‌: ବର୍ଷା ବାଧାପ୍ରାପ୍ତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୬ ୱିକେଟ୍‌ ହରାଇ ମାତ୍ର ୨୪୧ ରନ୍‌ କରିବାକୁ ସକ୍ଷମ ହୋଇଛି। ଫଳରେ ଏହି ମ୍ୟାଚ୍‌ଟିକୁ ଜିତିବା ପାଇଁ ବିଶ୍ୱକପ୍‌ରେ ଏଯାଏ ଅପରାଜେୟ ଥିବା ନ୍ୟୁଜିଲ୍ୟାଣ୍ଡକୁ ୨୪୨ ରନ୍‌ର ଟାର୍ଗେଟ ମିଳିଛି। ବର୍ଷା ଯୋଗୁ ମ୍ୟାଚକୁ ୪୯ ଓଭର ବିଶିଷ୍ଟ କରାଯାଇଥିଲା। ଟସ୍‌ ଜିତି ନ୍ୟୁଜିଲ୍ୟାଣ୍ଡ ଦଳର ଅଧିନାୟକ କେନ୍‌ ୱିଲିମିସନ୍‌ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରୁଥିବା ଦକ୍ଷିଣ ଆଫ୍ରିକା ଦ୍ୱିତୀୟ […]

we

Hemant Lenka
  • Published: Wednesday, 19 June 2019
  • , Updated: 19 June 2019, 08:27 PM IST

ଏଜବାଷ୍ଟନ୍‌: ବର୍ଷା ବାଧାପ୍ରାପ୍ତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୬ ୱିକେଟ୍‌ ହରାଇ ମାତ୍ର ୨୪୧ ରନ୍‌ କରିବାକୁ ସକ୍ଷମ ହୋଇଛି। ଫଳରେ ଏହି ମ୍ୟାଚ୍‌ଟିକୁ ଜିତିବା ପାଇଁ ବିଶ୍ୱକପ୍‌ରେ ଏଯାଏ ଅପରାଜେୟ ଥିବା ନ୍ୟୁଜିଲ୍ୟାଣ୍ଡକୁ ୨୪୨ ରନ୍‌ର ଟାର୍ଗେଟ ମିଳିଛି।

ବର୍ଷା ଯୋଗୁ ମ୍ୟାଚକୁ ୪୯ ଓଭର ବିଶିଷ୍ଟ କରାଯାଇଥିଲା। ଟସ୍‌ ଜିତି ନ୍ୟୁଜିଲ୍ୟାଣ୍ଡ ଦଳର ଅଧିନାୟକ କେନ୍‌ ୱିଲିମିସନ୍‌ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରୁଥିବା ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଓଭର୍‌ରେ ହିଁ ଓପନର କ୍ୱିଣ୍ଟନ୍‌ ଡି’କକ୍‌ଙ୍କୁ ହରାଇଥିଲା। ଡି’କକ୍‌ ମାତ୍ର ୫ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଏହାପରେ ଅଧିନାୟକ ଫାପ୍‌ ଡୁପ୍ଲେସିସ୍‌ଙ୍କ ସହ ମିଶି ଅଭିଜ୍ଞ ହାସିମ ଅମଲା ସ୍ଥତି ସମ୍ଭାଳିଥିଲେ। ଉଭୟ ଦ୍ୱିତୀୟ ୱିକେଟ୍‌ ପାଇଁ ୫୦ ରନ୍‌ର ଭାଗିଦାରୀ କରିଥିଲେ।

ଏହି ସମୟରେ ୨୩ ରନ କରିଥିବା ଡୁପ୍ଲେସିସ୍‌ଙ୍କୁ ଲକି ଫରଗୁସନ୍‌ ଆଉଟ୍‌ କରି ଦକ୍ଷିଣ ଆଫ୍ରିକାକୁ ଦ୍ୱିତୀୟ ଝଟ୍‌କା ଦେଇଥିଲେ। ତୃତୀୟ ୱିକେଟ୍‌ ପାଇଁ ଆଡେନ୍‌ ମକରମ ଓ ଅମଲା ୫୨ ରନ୍‌ ଯୋଡ଼ିଥିଲେ। କିନ୍ତୁ ୫୫ ରନ୍‌ କରିଥିବା ଅମଲାଙ୍କୁ ମିଚେଲ ସାଣ୍ଟନର ଆଉଟ କରି ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ଅମଲାଙ୍କ ପରେ ୩୮ ରନ୍‌ କରିଥିବା ମକରମ ମଧ୍ୟ ବେଶୀ ସମୟ ତିଷ୍ଟ ପାରି ନଥିଲେ। ତାଙ୍କୁ କଲିନ ଡି ଗ୍ରାଣ୍ଡହୋମ ଆଉଟ୍‌ କରିଥିଲେ।

୧୩୬ ରନ୍‌ରେ ୪ଟି ୱିକେଟ୍‌ ହରାଇଥିବା ଦକ୍ଷିଣ ଆଫ୍ରିକାକୁ ଡେଭିଡ୍‌ ମିଲର ଓ ରସେଇ ଭାନ୍‌ ଡେର ଦୁସେନ ସମ୍ଭାଳିଥିଲେ। ଉଭୟ ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିବା ସହ ଦଳୀୟ ସ୍କୋରକୁ ୨୦୦ ପାର କରାଇଥିଲେ। ଦଳୀୟ ସ୍କୋର ୨୦୮ ଥିବା ବେଳେ ବ୍ୟକ୍ତିଗତ ୩୬ ରନ୍‌ କରି ମିଲର ଆଉଟ୍‌ ହୋଇଯାଇଥିଲେ।

ତାଙ୍କ ସ୍ଥାନରେ ଆସିଥିବା ଆନ୍ଦେଲ ଆନ୍ଦିଲେ ଫେଲୁକାଓ ଖାତା ଖୋଲିବାକୁ ସକ୍ଷମ ହୋଇ ନଥିଲେ। ତେବେ ଦୁସେନ ଶେଷ ପର୍ଯ୍ୟନ୍ତ ଅପରାଜିତ ୬୭ ରନ୍‌ କରିବାରୁ ଦଳୀୟ ସ୍କୋର ୨୪୦ ପାର ହୋଇଥିଲା। ତାଙ୍କୁ କ୍ରିସ୍‌ ମୋରିସ୍‌ ୬ ରନ୍‌ କରି ଶେଷ ପର୍ଯ୍ୟନ୍ତ ଭରପୂର ସହଯୋଗ କରିଥିଲେ।

ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଲକି ଫରଗୁସନ ୩ଟି ୱିକେଟ୍‌ ନେଇଥିବା ବେଳେ ଟ୍ରେଣ୍ଟ ବୋଲ୍ଟ, କଲିନ୍‌ ଡି ଗ୍ରାଣ୍ଡହୋମ ଓ ସାଣ୍ଟନର ଗୋଟିଏ ଲେଖାଏ ୱିକେଟ୍‌ ନେଇଛନ୍ତି।

Related story