ଷ୍ଟାର୍କଙ୍କ ବାଉନ୍ସରରେ ଏହି ଖେଳାଳିଙ୍କ ହାତ ଭାଙ୍ଗିଲା

ମେଲବର୍ଣ୍ଣ: ଅଷ୍ଟ୍ରେଲିଆର ବାମହାତୀ ଦ୍ରୁତ ବୋଲ ମିଚେଲ ଷ୍ଟାର୍କଙ୍କ ଘାତକ ବାଉନ୍ସରରେ ଆହତ ହୋଇଛନ୍ତି ନ୍ୟୁଜିଲ୍ୟାଣ୍ଡର ଟ୍ରେଣ୍ଟ ବୋଲ୍ଟ। ମେଲବର୍ଣ୍ଣରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ବକ୍ସିଂ ଡେ’ ଟେଷ୍ଟ ମ୍ୟାଚ୍‌ ଚାଲିଛି। ଏହି ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ ତା’ର ପ୍ରଥମ ଇନିଂସ୍‌ରେ ମାତ୍ର ୧୪୮ ରନ୍‌ କରିଛି। ତେବେ ନ୍ୟୁଜିଲ୍ୟାଣ୍ଡର ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ ବ୍ୟାଟିଂ କରିବା ବେଳେ ଆହତ ହୋଇଛନ୍ତି। ଆହତ ଯୋଗୁ ସେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ ଖେଳି ନଥିଲେ। […]

qw

Hemant Lenka
  • Published: Saturday, 28 December 2019
  • , Updated: 28 December 2019, 05:43 PM IST

ମେଲବର୍ଣ୍ଣ: ଅଷ୍ଟ୍ରେଲିଆର ବାମହାତୀ ଦ୍ରୁତ ବୋଲ ମିଚେଲ ଷ୍ଟାର୍କଙ୍କ ଘାତକ ବାଉନ୍ସରରେ ଆହତ ହୋଇଛନ୍ତି ନ୍ୟୁଜିଲ୍ୟାଣ୍ଡର ଟ୍ରେଣ୍ଟ ବୋଲ୍ଟ। ମେଲବର୍ଣ୍ଣରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ବକ୍ସିଂ ଡେ’ ଟେଷ୍ଟ ମ୍ୟାଚ୍‌ ଚାଲିଛି।

ଏହି ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ ତା’ର ପ୍ରଥମ ଇନିଂସ୍‌ରେ ମାତ୍ର ୧୪୮ ରନ୍‌ କରିଛି। ତେବେ ନ୍ୟୁଜିଲ୍ୟାଣ୍ଡର ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ ବ୍ୟାଟିଂ କରିବା ବେଳେ ଆହତ ହୋଇଛନ୍ତି। ଆହତ ଯୋଗୁ ସେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ ଖେଳି ନଥିଲେ। ତେବେ ସେ ସୁସ୍ଥ ହେବାରୁ ତାଙ୍କୁ ବକ୍ସିଂ ଡେ’ ଟେଷ୍ଟରେ ସାମିଲ କରାଯାଇଥିଲା। ହେଲେ ଷ୍ଟାର୍କଙ୍କ ବାଉନ୍ସର ମାଡ଼ରେ ତାଙ୍କ ଡାହାଣ ହାତର କିଛି ଅଂଶ ଭାଙ୍ଗି ଯାଇଛି।

ବ୍ୟାଟିଂ କରିବା ବେଳେ ତାଙ୍କ ହାତରେ ବଲ ମାଡ଼ ହୋଇଥିଲା। ତୁରନ୍ତ ତାଙ୍କୁ ମେଡିକାଲ ଟ୍ରିଟମେଣ୍ଟ ଦିଆଯାଇଥିଲା। ତେବେ ଇନିଂସ ଶେଷ ହେବା ପରେ ତାଙ୍କର ଏକ୍ସରେ କରାଯାଇଥିଲା। ଯେଉଁଥିରେ ତାଙ୍କ ରିଷ୍ଟ ପାଖର କିଛି ଅଂଶ ଭାଙ୍ଗି ଯାଇଥିବା ଜଣାପଡ଼ିଛି।

ସେ ଅବଶ୍ୟ ଦ୍ୱିତୀୟ ଇନିଂସ୍‌ରେ ବୋଲିଂ କରିଛନ୍ତି। ହେଲେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ପରେ ତାଙ୍କୁ ସ୍ୱଦେଶ ଫେରିବାକୁ ପଡ଼ିବ। ସେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟରୁ ଆହତ ଯୋଗୁ ବାଦ ପଡ଼ିଥିବା ନ୍ୟୁଜିଲ୍ୟାଣ୍ଡ କ୍ରିକେଟ ବୋର୍ଡ ପକ୍ଷରୁ କୁହାଯାଇଛି।

Related story