ବିରାଟଙ୍କ ଶତକ ବେକାର: ମୁମ୍ବାଇ ଦିନିକିଆକୁ ୬ ୱିକେଟ୍‌ରେ କବ୍‌ଜା କଲା ନ୍ୟୁଜିଲାଣ୍ଡ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରଥମ ଦିନିକିଆରେ ନ୍ୟୁଜିଲାଣ୍ଡର ବାଜିମାତ। ୬ ୱିକେଟରେ ଘରୋଇ ଦଳ ଭାରତକୁ ନ୍ୟୁଜିଲାଣ୍ଡ ପରାସ୍ତ କରିଛି। ମୁମ୍ବାଇର ଓ୍ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ଏହି ଦିନିକିଆ ମ୍ୟାଚ୍‌ରେ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିଥିଲା ଭାରତ। ବିରାଟଙ୍କ ଶତକ ବଳରେ ଭାରତ ୮ ଓ୍ୱିକେଟ ହରାଇ ୨୮୦ ରନ କରିଥିଲା। ତେବେ ନ୍ୟୁଜିଲାଣ୍ଡ ଦଳ ମାତ୍ର ୪ ଓ୍ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ସେପଟେ ଆଜିର ମ୍ୟାଚରେ ଦିନିକିଆ କ୍ରିକେଟ୍‌ରେ […]

Rakesh Mallick
  • Published: Sunday, 22 October 2017
  • Updated: 22 October 2017, 11:37 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରଥମ ଦିନିକିଆରେ ନ୍ୟୁଜିଲାଣ୍ଡର ବାଜିମାତ। ୬ ୱିକେଟରେ ଘରୋଇ ଦଳ ଭାରତକୁ ନ୍ୟୁଜିଲାଣ୍ଡ ପରାସ୍ତ କରିଛି। ମୁମ୍ବାଇର ଓ୍ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ଏହି ଦିନିକିଆ ମ୍ୟାଚ୍‌ରେ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିଥିଲା ଭାରତ। ବିରାଟଙ୍କ ଶତକ ବଳରେ ଭାରତ ୮ ଓ୍ୱିକେଟ ହରାଇ ୨୮୦ ରନ କରିଥିଲା। ତେବେ ନ୍ୟୁଜିଲାଣ୍ଡ ଦଳ ମାତ୍ର ୪ ଓ୍ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ସେପଟେ ଆଜିର ମ୍ୟାଚରେ ଦିନିକିଆ କ୍ରିକେଟ୍‌ରେ ରେକର୍ଡ କରିଛନ୍ତି ବିରାଟ କୋହଲି। ସେ ନିଜର ୨୦୦ତମ ଦିନିକିଆ ମ୍ୟାଚରେ ଶତକ ହାସଲ କ୍ଷେତ୍ରରେ ରିକି ପଣ୍ଟିଂଙ୍କ ରେକର୍ଡ ଭାଙ୍ଗିଛନ୍ତି। ବିରାଟ ତାଙ୍କ କ୍ୟାରିୟରର ୩୧ତମ ଶତକ ହାସଲ କରିଛନ୍ତି। ଫଳରେ ସଚିନ ତେନ୍ଦୁଲକରଙ୍କ ପରେ ସେ ହୋଇଛନ୍ତି ବିଶ୍ୱର ଦ୍ୱିତୀୟ ସର୍ବାଧିକ ଦିନିକିଆ ଶତକ ହାସଲକାରୀ କ୍ରିକେଟର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos