କରୋନା ଲଢ଼େଇ ପାଇଁ ନେମାର ଦେଲେ ୧ ମିଲିୟନ ଡଲାର

ରାଓ ଡେ ଜେନେରିଓ: ଷ୍ଟାର ଫୁଟବଲର ନେମାର ମହାମାରୀ କରୋନା ବିରୋଧରେ ବିଶ୍ୱ କରୁଥିବା ଯୁଦ୍ଧରେ ସାମିଲ ହୋଇଛନ୍ତି। ଏଥିପାଇଁ ସେ ୧ ମିଲିୟନ ଡଲାରର ଅର୍ଥ ସହାୟତା କରିଛନ୍ତି। ବ୍ରାଜିଲର ଏହି ଷ୍ଟାର ଫୁଟବଲର ଜଣଙ୍କ କରୋନା ପାଇଁ ସମସ୍ତଙ୍କୁ ଏକାଠି ହେବାକୁ କହିଛନ୍ତି। ବିଶ୍ୱର ତୃତୀୟ ସର୍ବାଧିକ ଆୟକାରୀ ଫୁଟବଲର ନେମାର ଏହି ଅର୍ଥର କିଛି ଭାଗ ୟୁନିସେଫକୁ ଦେଇଛନ୍ତି। ସେହିପରି ବଳକା ଅର୍ଥକୁ ବ୍ରାଜିଲର ଟିଭ ଚ୍ୟାନେଲର ହୋଷ୍ଟ ଲୁସିଆନୋ ହକ ଆରମ୍ଭ […]

ew

ew

Hemant Lenka
  • Published: Saturday, 04 April 2020
  • Updated: 04 April 2020, 03:26 PM IST

Sports

Latest News

ରାଓ ଡେ ଜେନେରିଓ: ଷ୍ଟାର ଫୁଟବଲର ନେମାର ମହାମାରୀ କରୋନା ବିରୋଧରେ ବିଶ୍ୱ କରୁଥିବା ଯୁଦ୍ଧରେ ସାମିଲ ହୋଇଛନ୍ତି। ଏଥିପାଇଁ ସେ ୧ ମିଲିୟନ ଡଲାରର ଅର୍ଥ ସହାୟତା କରିଛନ୍ତି। ବ୍ରାଜିଲର ଏହି ଷ୍ଟାର ଫୁଟବଲର ଜଣଙ୍କ କରୋନା ପାଇଁ ସମସ୍ତଙ୍କୁ ଏକାଠି ହେବାକୁ କହିଛନ୍ତି।

ବିଶ୍ୱର ତୃତୀୟ ସର୍ବାଧିକ ଆୟକାରୀ ଫୁଟବଲର ନେମାର ଏହି ଅର୍ଥର କିଛି ଭାଗ ୟୁନିସେଫକୁ ଦେଇଛନ୍ତି। ସେହିପରି ବଳକା ଅର୍ଥକୁ ବ୍ରାଜିଲର ଟିଭ ଚ୍ୟାନେଲର ହୋଷ୍ଟ ଲୁସିଆନୋ ହକ ଆରମ୍ଭ କରିଥିବା ଚ୍ୟାରିଟେବୁଲ ଟ୍ରଷ୍ଟକୁ ଦେଇଛନ୍ତି। ତେବେ ୟୁନିସେଫକୁ କେତେ ଓ ଚ୍ୟାରିଟେବୁଲ ଟ୍ରଷ୍ଟକୁ ସେ କେତେ ଟଙ୍କା ଦହେଇଛନ୍ତି, ସେକଥା କୁହାଯାଇନାହିଁ। ୨୮ ବର୍ଷୀୟ ନେମାରଙ୍କ ପୂର୍ବରୁ ଫ୍ରାନ୍ସର ଏମବାପ୍ପେ ମଧ୍ୟ କରୋନା ପାଇଁ ସରକାରଙ୍କୁ ଆର୍ଥିକ ସହାୟତା ଦେଇଥିଲେ।

କିଛି ଦିନ ତଳେ ସାରା ବିଶ୍ୱ କରୋନା ବିରୋଧରେ ଲଢ଼େଇ କରୁଥିବା ବେଳେ ନେମାର କିଛି ସାଙ୍ଗଙ୍କ ସହ ଭଲିବଲ ଖେଳୁଥିବାର ଫଟୋ ଭାଇରାଲ ହୋଇଥିଲା। ଏହାକୁ ନେଇ ନେମାରଙ୍କୁ ସୋଶାଲ ମିଡିଆରେ ଅନେକ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos