ନିରାଶ କଲେ ଦୂତୀ

ରିଓ ଡି ଜେନେରିଓ: ରିଓ ଅଲିମ୍ପିକ୍‌ରେ ନିରାଶ କଲେ ଓଡ଼ିଆ ଖେଳାଳି ଦୂତୀ ଚାନ୍ଦ। ମହିଳା ୧୦୦ ମିଟର ହିଟ୍ସରେ ସେ ହାରି ଯାଇଛନ୍ତି। ଦୂତୀ ୧୧.୬୯ ସେକେଣ୍ଡରେ ୧୦୦ ମିଟର ଦୌଡ଼ି ସପ୍ତମ ସ୍ଥାନରେ ରହିଛନ୍ତି। ପୂର୍ବରୁ ତାଙ୍କର ବେଷ୍ଟ ଟାଇମିଂ ୧୧.୨୪ ସେକେଣ୍ଡ ଥିଲା। ହାରିବା ପରେ ଦୂତୀଙ୍କ ରିଓ ଅଭିଯାନ ଶେଷ ହୋଇଛି। ଅଲିମ୍ପିକ୍‌ କ୍ୱାଲିଫାଇଂ ବେଳେ ନିଜର ବେଷ୍ଟ ଟାଇମିଂଠାରୁ ଖରାପ ପ୍ରଦର୍ଶନ କରିଛନ୍ତି ଦୂତୀ। ଅଲିମ୍ପିକ୍‌ରେ ନିରାଶ ହେବା ପରେ […]

dutee

Rakesh Mallick
  • Published: Saturday, 13 August 2016
  • , Updated: 13 August 2016, 04:26 PM IST

ରିଓ ଡି ଜେନେରିଓ: ରିଓ ଅଲିମ୍ପିକ୍‌ରେ ନିରାଶ କଲେ ଓଡ଼ିଆ ଖେଳାଳି ଦୂତୀ ଚାନ୍ଦ। ମହିଳା ୧୦୦ ମିଟର ହିଟ୍ସରେ ସେ ହାରି ଯାଇଛନ୍ତି। ଦୂତୀ ୧୧.୬୯ ସେକେଣ୍ଡରେ ୧୦୦ ମିଟର ଦୌଡ଼ି ସପ୍ତମ ସ୍ଥାନରେ ରହିଛନ୍ତି। ପୂର୍ବରୁ ତାଙ୍କର ବେଷ୍ଟ ଟାଇମିଂ ୧୧.୨୪ ସେକେଣ୍ଡ ଥିଲା। ହାରିବା ପରେ ଦୂତୀଙ୍କ ରିଓ ଅଭିଯାନ ଶେଷ ହୋଇଛି।

ଅଲିମ୍ପିକ୍‌ କ୍ୱାଲିଫାଇଂ ବେଳେ ନିଜର ବେଷ୍ଟ ଟାଇମିଂଠାରୁ ଖରାପ ପ୍ରଦର୍ଶନ କରିଛନ୍ତି ଦୂତୀ।

ଅଲିମ୍ପିକ୍‌ରେ ନିରାଶ ହେବା ପରେ ଦୂତୀ କହିଛନ୍ତି,“ପ୍ରଥମ ଥର ପାଇଁ ଅଲିମ୍ପିକ୍‌ରେ ଭାଗ ନେଇଥିବାରୁ ଟାଇମିଂ ଭଲ ରହି ନ ଥିଲା। ଏଠାରେ ସକାଳେ ବର୍ଷା ପାଗ ରହିଥିବାରୁ ଶରୀର ମାନ୍ଦା ହୋଇଯାଇଥିଲା। ୩୬ ଘଣ୍ଟାର ଟ୍ରାଭେଲ୍‌ ମଧ୍ୟ ପ୍ରଦର୍ଶନରେ ପ୍ରଭାବ ପକାଇଛି। ପରବର୍ତ୍ତୀ ଅଲିମ୍ପିକ୍‌ ପାଇଁ ଆହୁରି ଭଲ ଉଦ୍ୟମ କରିବି। ବଡ଼ ଆଥ୍‌ଲେଟ୍‌ଙ୍କ ସହ ଦୌଡ଼ି କିଛି ନୂଆ ଅଭିଜ୍ଞତା ପାଇଛି। ଓଡ଼ିଶାବାସୀଙ୍କ ଶୁଭେଚ୍ଛା ପାଇଁ ମୁଁ’ ଧନ୍ୟବାଦ ଜଣାଉଛି।”

Related story