ପାଣ୍ଡ୍ୟାଙ୍କୁ ଭେଟିଲେ ନୀତା ଅମ୍ବାନୀ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ପିଠିରେ ସର୍ଜରୀ ହୋଇଛି। ଏହି ସର୍ଜରୀ ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଅନେକ ଅପଡେଟ୍ ଆସୁଛି। ଏହା ମଧ୍ୟରେ ରିଲାଏନ୍ସ ଫାଉଣ୍ଡେସନର ଚେୟାରମ୍ୟାନ୍ ନୀତା ଅମ୍ବାନୀ ହାର୍ଦ୍ଦିକଙ୍କୁ ସାକ୍ଷାତ କରିଛନ୍ତି ଏବଂ ତାଙ୍କ ସ୍ୱାସ୍ଥ୍ୟବସ୍ଥା କଥା ବୁଝିଛନ୍ତି। Thank you Bhabhi for coming to meet me here in London. Humbled by your gesture. Your wishes and encouraging words mean […]

hardik

hardik

Ranjit Kumar Jena
  • Published: Thursday, 10 October 2019
  • Updated: 10 October 2019, 09:04 PM IST

Sports

Latest News

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ପିଠିରେ ସର୍ଜରୀ ହୋଇଛି। ଏହି ସର୍ଜରୀ ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଅନେକ ଅପଡେଟ୍ ଆସୁଛି। ଏହା ମଧ୍ୟରେ ରିଲାଏନ୍ସ ଫାଉଣ୍ଡେସନର ଚେୟାରମ୍ୟାନ୍ ନୀତା ଅମ୍ବାନୀ ହାର୍ଦ୍ଦିକଙ୍କୁ ସାକ୍ଷାତ କରିଛନ୍ତି ଏବଂ ତାଙ୍କ ସ୍ୱାସ୍ଥ୍ୟବସ୍ଥା କଥା ବୁଝିଛନ୍ତି।

ହାର୍ଦ୍ଦିକ ଗୁରୁବାର ସୋଶାଲ ମିଡିଆରେ ଏହି ସୂଚନା ଦେଇଛନ୍ତି। ଏହାସହ ସେ ଏହି ମୁହୂର୍ତ୍ତର ଫଟୋ ମଧ୍ୟ ଶେଆର କରିଛନ୍ତି। ସେ ନୀତୀ ଅମ୍ବାନୀଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି, "ଲଣ୍ଡନରେ ମୋତେ ସାକ୍ଷାତ କରିଥିବାରୁ ଆପଣଙ୍କୁ ଧନ୍ୟବାଦ। ଆପଣଙ୍କ ଶୁଭକାମନା ଏବଂ ପ୍ରୋତ୍ସାହନ ମୋ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଆପଣ ସର୍ବଦା ପ୍ରେରଣାଦାୟୀ।"

ସୂଚନାଯୋଗ୍ୟ, ହାର୍ଦ୍ଦିକ ମୁମ୍ବାଇ ପକ୍ଷରୁ ଖେଳନ୍ତି ଏବଂ ଟିମର ମାଲିକାଣୀ ନୀତା ଅମ୍ବାନୀ ବର୍ତ୍ତମାନ ଲଣ୍ଡନରେ ଅଛନ୍ତି। ସେ ନିକଟରେ ଲଣ୍ଡନରେ ଏକ ସ୍ପୋର୍ଟ୍ସ ବିଜନେସ୍ ସମିଟରେ ଯୋଗ ଦେବା ଅବସରରେ କହିଥିଲେ, "ଗତ ୧୦ ବର୍ଷରେ ମୁମ୍ବାଇ ଇଣ୍ଡିଆନ୍ସ ଅନେକ ଯୁବ ଖେଳାଳିଙ୍କୁ ଖୋଜି ବାହାର କରିଛି, ଯେଉଁଥିରେ ପାଣ୍ଡ୍ୟା, କୃନାଲ୍ ପାଣ୍ଡ୍ୟାଙ୍କ ଭଳି ଅନେକ ଖେଳାଳି ସାମିଲ୍ ଅଛନ୍ତି। ଏହାସହ ସେ କହିଥିଲେ, ଆଜି ଯଶପ୍ରୀତ ବୁମ୍ରା ଯୁବ ଖେଳାଳିଙ୍କ ପାଇଁ ପ୍ରେରଣାତ୍ସୋତ"।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos