କୋହଲିଙ୍କୁ ଆଉଟ୍‌ କରିବା ପରେ ଏମିତି ଗାଳିଦେଲେ ଏହି ଖେଳାଳି

କୋଲକାତା: ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୁରୁ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କ୍ରିକେଟ୍‌କୁ ଲଜ୍ଜିତ କଲା ଭଳି ଆଉ ଏକ ଘଟଣା ଘଟିଛି। ଫଳରେ ଭଦ୍ର ଲୋକଙ୍କ ଖେଳ କୁହାଯାଉଥିବା କ୍ରିକେଟ ବିଶ୍ୱ ଦରବାରରେ ପୁଣି ଥରେ ବଦନାମ ହୋଇଛି। ଗତକାଲି ମ୍ୟାଚ୍‌ରେ ଜଣେ ଯୁବ ଖେଳାଳିଙ୍କର ବିରାଟ କୋହିଲଙ୍କ ପ୍ରତି ବ୍ୟବହାର ଆଇପିଏଲ୍‌ ସହିତ ପୂରା କ୍ରିକେଟ୍‌କୁ ନିନ୍ଦିତି କରିଛି। ଘଟଣାଟି ହେଉଛି, ଗତକାଲି ଆଇପିଏଲ୍‌ରେ ଆରସିବି ବ୍ୟାଟିଂ କରୁଥିବା […]

ipl

Rakesh Mallick
  • Published: Monday, 09 April 2018
  • , Updated: 09 April 2018, 07:39 PM IST

କୋଲକାତା: ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୁରୁ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କ୍ରିକେଟ୍‌କୁ ଲଜ୍ଜିତ କଲା ଭଳି ଆଉ ଏକ ଘଟଣା ଘଟିଛି। ଫଳରେ ଭଦ୍ର ଲୋକଙ୍କ ଖେଳ କୁହାଯାଉଥିବା କ୍ରିକେଟ ବିଶ୍ୱ ଦରବାରରେ ପୁଣି ଥରେ ବଦନାମ ହୋଇଛି। ଗତକାଲି ମ୍ୟାଚ୍‌ରେ ଜଣେ ଯୁବ ଖେଳାଳିଙ୍କର ବିରାଟ କୋହିଲଙ୍କ ପ୍ରତି ବ୍ୟବହାର ଆଇପିଏଲ୍‌ ସହିତ ପୂରା କ୍ରିକେଟ୍‌କୁ ନିନ୍ଦିତି କରିଛି।

ଘଟଣାଟି ହେଉଛି, ଗତକାଲି ଆଇପିଏଲ୍‌ରେ ଆରସିବି ବ୍ୟାଟିଂ କରୁଥିବା ବେଳେ ୧୫ ଓଭର ବେଳକୁ କୋଲକାତାର ପାର୍ଟ ଟାଇମ୍‌ ବୋଲର ନିତିଶ ରାଣା ବୋଲିଂ କରିବାକୁ ଆସିଥିଲେ। ସେ ଗୋଟିଏ ଓଭରର ଦ୍ୱିତୀୟ ଓ ତୃତୀୟ ବଲରେ ବିସ୍ଫୋଟକ ବ୍ୟାଟିଂ କରୁଥିବା ଏବି ଡିଭିଲିୟର୍ସ ଓ ବିରାଟ କୋହଲିଙ୍କୁ ଆଉଟ୍‌ କରିଥିଲେ। ନିତିଶ ବିରାଟଙ୍କୁ ଆଉଟ କରିବା ପରେ ଅକ୍ରମଣାତ୍ମକ ଭାବ ପ୍ରଦର୍ଶନ କରିଥିଲେ। ଏଥିସହିତ କିଛି ଅଭଦ୍ର ଭାଷାରେ ଗାଳିଗୁଲଜ ମଧ୍ୟ କରିଥିଲେ। ବିରାଟ କିନ୍ତୁ ନିତିଶଙ୍କୁ କିଛି ନ କହି ଚୁପ୍‌ଚାପ ପ୍ୟାଭିଲିୟନକୁ ଫେରିଯାଇଥିଲେ।

ରବିବାର ମ୍ୟାଚ୍‌ରେ ନିତିଶ ରାଣା ନେଇଥିବା ଏହି ଦୁଇ ମୂଲ୍ୟାବାନ ୱିକେଟ୍‌ କୋଲକାତାକୁ ମ୍ୟାଚ୍‌ ଜିତାଇବାରେ ସହାଯ୍ୟ କରିଥିଲା। ଗତକାଲି ଆର୍‌ସିବି କୋଲକାତାକୁ ୧୭୭ ରନ୍‌ ଟାର୍ଗେଟ୍‌ ଦେଇଥିଲା। କୋଲକାତା ୧୮.୫ ବଲ୍‌ରେ ୬ ୱିକେଟ୍‌ ହରାଇ ବିଜୟ ହାସଲ କରିନେଇଥିଲା।

Related story