ନୀତୀଶ ରାଣାଙ୍କ ବିସ୍ଫୋରକ ବ୍ୟାଟିଂ, ୧୯୪ ରନ୍‌ରେ ଅଟକିଲା କୋଲକାତା

ଅବୁଧାବି: ନୀତୀଶ ରାଣାଙ୍କ ବିସ୍ଫୋରକ ୮୧ ଓ ସୁନୀଲ ନାରିନଙ୍କ ୬୪ ରନ୍‌ ବଳରେ କୋଲକାତା ନାଇଟ ରାଇଡର୍ସ ନିର୍ଦ୍ଧାରିତ ୨୦ ଓଭର୍‌ରେ ୬ ୱିକେଟ ହରାଇ ୧୯୪ ରନ୍‌ କରିଛି। ଫଳରେ ଏହି ମ୍ୟାଚ୍‌ଟିକୁ ଜିତିବା ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ୧୯୫ ରନ୍‌ର ଟାର୍ଗେଟ ରହିଛି। ଟସ୍‌ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ଦଳୀୟ ସ୍କୋର ୧୧ ରନ୍‌ ଥିବା ବେଳେ ଶୁବମାନ ଗିଲ୍‌(୯)ଙ୍କୁ ଆନରିଚ ନୋର୍ଜେ […]

frs

Hemant Lenka
  • Published: Saturday, 24 October 2020
  • , Updated: 24 October 2020, 05:22 PM IST

ଅବୁଧାବି: ନୀତୀଶ ରାଣାଙ୍କ ବିସ୍ଫୋରକ ୮୧ ଓ ସୁନୀଲ ନାରିନଙ୍କ ୬୪ ରନ୍‌ ବଳରେ କୋଲକାତା ନାଇଟ ରାଇଡର୍ସ ନିର୍ଦ୍ଧାରିତ ୨୦ ଓଭର୍‌ରେ ୬ ୱିକେଟ ହରାଇ ୧୯୪ ରନ୍‌ କରିଛି। ଫଳରେ ଏହି ମ୍ୟାଚ୍‌ଟିକୁ ଜିତିବା ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ୧୯୫ ରନ୍‌ର ଟାର୍ଗେଟ ରହିଛି।

ଟସ୍‌ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ଦଳୀୟ ସ୍କୋର ୧୧ ରନ୍‌ ଥିବା ବେଳେ ଶୁବମାନ ଗିଲ୍‌(୯)ଙ୍କୁ ଆନରିଚ ନୋର୍ଜେ ଆଉଟ କରି କୋଲକାତାକୁ ପ୍ରଥମ ଝଟକା ଦେଇଥିଲେ। ରାହୁଲ ତ୍ରିପାଠୀ(୧୩) ଓ ଦୀନେଶ କାର୍ତ୍ତିକ(୩) ମଧ୍ୟ ନିରାଶ କରିଥିଲେ।

କିନ୍ତୁ ନୀତୀଶ ରାଣା ଓ ସୁନୀଲ ନାରିନ କାଉଣ୍ଟର ଆଟାକ କରିଥିଲେ। ଉଭୟ ବଡ଼ବଡ଼ ଶଟ୍‌ ଖେଳି ଦଳୀୟ ସ୍କୋରକୁ ୧୫୦ ପାର କରାଇଥିଲେ। ଏଥିସହ ନିଜ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ରାଣା ଓ ନାରିନ ୪ର୍ଥ ୱିକେଟ ପାଇଁ ଗୁରୁତ୍ୱପୂର୍ଣ୍ଣ ୧୧୫ ରନ୍‌ର ଭାଗିଦାରୀ କରିଥିଲେ।

ଏହି ସମୟରେ ୩୨ଟି ବଲରେ ୬୪ ରନ୍‌ କରିଥିବା ନାରିନଙ୍କୁ ରାବଡା ପ୍ୟାଭିଲିୟନ ପଠାଇଥିଲେ। ତେବେ ରାଣା ତାଙ୍କର ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖିଥିଲେ। ଶେଷ ଓଭର୍‌ରେ ହିଁ ତାଙ୍କ ଷ୍ଟୋଇନିସ୍‌ ଆଉଟ କରିଥିଲେ। ୫୩ ବଲରେ ୮୧ ରନ୍‌ର ଇନିଂସ୍‌ ଖେଳିଥିବା ନୀତୀଶ ରାଣା ୧୩ଟି ଚୌକା ଓ ଗୋଟିଏ ଛକା ମାରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ମୋର୍ଗାନ ୯ ବଲରେ ୧୭ ରନ୍‌ କରି ଶେଷ ବଲରଆ ଆଉଟ ହୋଇଥିଲେ।

ଦିଲ୍ଲୀ ପକ୍ଷରୁ ନୋର୍ଜେ, ରାବଡା ଓ ମାର୍କ ଷ୍ଟୋଇନିସ ୨ଟି ଲେଖାଏ ୱିକେଟ ନେଇଛନ୍ତି।

Related story