ଏଥର ଦୂତୀଙ୍କୁ ମିଳିବନି ଅର୍ଜୁନ ପୁରସ୍କାର

ନୂଆଦିଲ୍ଲୀ: ଭାରତର ଷ୍ଟାର୍ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦଙ୍କୁ ଚଳିତ ବର୍ଷ ଅର୍ଜୁନ ପୁରସ୍କାର ମିଳିବ ନାହିଁ, କାରଣ ଏହି ସମ୍ମାନଜନକ ପୁରସ୍କାର ପାଇଁ ତାଙ୍କ ନାଁ ସୁପାରିସ କରାଯାଇନାହିଁ। ସେହିପରି ସମ୍ମାନଜନକ ରାଜୀବ ଗାନ୍ଧି ‘ଖେଳ ରତ୍ନ’ ପୁରସ୍କାର ପାଇଁ ଭେଟେରାନ୍ ଅଫ୍ ସ୍ପିନର ହରଭଜନ ସିଂହଙ୍କ ଆବେଦନକୁ ମଧ୍ୟ କ୍ରୀଡ଼ା ମନ୍ତ୍ରଣାଳୟ ଖାରଜ କରି ଦେଇଛି। ଏହାଛଡ଼ା ଏସିଆନ୍ ଗେମ୍ସ ଚାମ୍ପିୟନ୍ ଧାବକ ମନଜିତ୍ ସିଂହ ମଧ୍ୟ ଚଳିତ ବର୍ଷ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ […]

DUTEE

DUTEE

Ranjit Kumar Jena
  • Published: Wednesday, 24 July 2019
  • Updated: 24 July 2019, 04:28 PM IST

Sports

Latest News

ନୂଆଦିଲ୍ଲୀ: ଭାରତର ଷ୍ଟାର୍ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦଙ୍କୁ ଚଳିତ ବର୍ଷ ଅର୍ଜୁନ ପୁରସ୍କାର ମିଳିବ ନାହିଁ, କାରଣ ଏହି ସମ୍ମାନଜନକ ପୁରସ୍କାର ପାଇଁ ତାଙ୍କ ନାଁ ସୁପାରିସ କରାଯାଇନାହିଁ। ସେହିପରି ସମ୍ମାନଜନକ ରାଜୀବ ଗାନ୍ଧି 'ଖେଳ ରତ୍ନ' ପୁରସ୍କାର ପାଇଁ ଭେଟେରାନ୍ ଅଫ୍ ସ୍ପିନର ହରଭଜନ ସିଂହଙ୍କ ଆବେଦନକୁ ମଧ୍ୟ କ୍ରୀଡ଼ା ମନ୍ତ୍ରଣାଳୟ ଖାରଜ କରି ଦେଇଛି। ଏହାଛଡ଼ା ଏସିଆନ୍ ଗେମ୍ସ ଚାମ୍ପିୟନ୍ ଧାବକ ମନଜିତ୍ ସିଂହ ମଧ୍ୟ ଚଳିତ ବର୍ଷ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇନାହାନ୍ତି।

କ୍ରୀଡ଼ା ମନ୍ତ୍ରଣାଳୟ ବର୍ତ୍ତମାନ ସେହି ଆଥଲେଟଙ୍କ ତାଲିକା ପ୍ରସ୍ତୁତ କରିବାରେ ବ୍ୟସ୍ତ ଅଛି, ଯାହାଙ୍କ ନାଁ ଖେଳ ରତ୍ନ ଓ ଅର୍ଜୁନ ପୁରସ୍କାର କମିଟିକୁ ପଠାଯିବ। ଏହା ପରେ ଚୟନ ହୋଇଥିବା ନାଁ ଗୁଡ଼ିକର ଶେଷ ନିଷ୍ପତ୍ତି ପାଇଁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରନ୍ ରିଜିଜୁଙ୍କୁ ପଠାଯିବ।

ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ପେସର୍ ଯଶପ୍ରୀତ ବୁମ୍ରା, ମହମ୍ମଦ ଶାମି, ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଓ ମହିଳା କ୍ରିକେଟର୍ ପୁନମ ଯାଦବଙ୍କ ନାଁ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ କରିଛି। ଚଳିତ ବର୍ଷ ଖେଳ ରତ୍ନ ପାଇଁ ବିସିସିଆଇ ପକ୍ଷରୁ କୌଣସି ନାଁ ସୁପାରିସ କରାଯାଇନାହିଁ। ହରଭଜନଙ୍କ ନାମର ସୁପାରିସ୍ ପଞ୍ଜାବ ସରକାର ପକ୍ଷରୁ କରାଯାଇଥିଲା। କିନ୍ତୁ ଏହି ଆବେଦନ ମନ୍ତ୍ରଣାଳୟକୁ ଜୁନ୍ ୨୫ ତାରିଖରେ ପ୍ରାପ୍ତ ହୋଇଥିଲା। ତେବେ ଏହି ପୁରସ୍କାର ଆବେଦନ ପାଇଁ ଡେଡଲାଇନ୍ ଏପ୍ରିଲ୍ ୩୦ ତାରିଖ ଥିଲା।

ସେହିପରି ଦୂତୀଙ୍କ ମାମଲା ସାମାନ୍ୟ ଅଲଗା। ନିୟମ ଅନୁଯାୟୀ, କ୍ରୀଡ଼ା ମହାସଂଘ କେବଳ ୩ଜଣ ନାମକୁ ଅର୍ଜୁନ ପୁରସ୍କାର ପାଇଁ ପଠାଇପାରିବ। ଆଥଲେଟିକ୍ ଫେଡେରେସନ୍ ଅଫ୍ ଇଣ୍ଡିଆ (ଏଏଫଆଇ) ଦୂତୀ ଓ ମନଜିତଙ୍କ ବ୍ୟତୀତ ଶଟପୁଟ୍ ଥ୍ରୋୟର୍ ତେଜିନ୍ଦର ପାଲ୍ ସିଂହ ତୁର୍, ହେପ୍ଟାଥଲନ୍ ଆଥଲେଟ୍ ସ୍ୱପ୍ନା ବର୍ମନ୍ ଓ ଟ୍ରିପଲ୍ ଜମ୍ପର୍ ଅର୍ପିନ୍ଦର ସିଂହଙ୍କ ନାଁ ପଠାଇଛି। ନାଁ ପଠାଇବା ସମୟରେ ଏଏଫଆଇ ରାଙ୍କିଙ୍ଗ୍ ଅର୍ଡର ନିର୍ଦ୍ଧାରିତ କରିଥିଲା, ଯେଉଁଥିରେ ମନଜିତ୍ ଚତୁର୍ଥ ଓ ଦୂତୀ ପଞ୍ଚମ ସ୍ଥାନରେ ଥିଲେ। ଏହି ମାମଲାରେ ଜାକର୍ତ୍ତା ଏସିଆନ୍ ଗେମ୍ସ ଓ ଅନ୍ୟ ଅନ୍ତର୍ଜାତୀୟ ଇଭେଣ୍ଟରେ ସ୍ୱର୍ଣ୍ଣଙ୍କ ପଦକ ଜିତିବା ଆଧାରରେ ତୁର୍, ସ୍ୱପ୍ନା ଓ ଅର୍ପିନ୍ଦରଙ୍କୁ ମନୋନୀତ କରାଯାଇଛି।

ଦୂତୀ ଏସିଆନ୍ ଗେମ୍ସର ୧୦୦ ମିଟର୍ ଓ ୨୦୦ ମିଟରରେ ରୌପ୍ୟ ପଦକ ଜିତିଥିଲେ, କିନ୍ତୁ ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେଇଥିଲେ, ଯେଉଁକାରଣରୁ ସେ ଏହି ବଡ଼ ସମ୍ମାନ ପାଇବାରୁ ବଞ୍ଚିତ ହୋଇଛନ୍ତି । ଓଡ଼ିଶା ସରକାରଙ୍କ ପକ୍ଷରୁ ଦୂତୀଙ୍କ ନାଁ ଅର୍ଜୁନ ପୁରସ୍କାର ପାଇଁ ପଠାଯାଇଥିଲା, କିନ୍ତୁ ରାଜ୍ୟ ପ୍ରଶାସନ ଡେଡଲାଇନର ମାସକ ପରେ ଏହି ଆବେଦନ କରିଥିଲେ।

ଦୂତୀ ନିକଟରେ ନାପୋଲିରେ ଅନୁଷ୍ଠିତ ୱାର୍ଲ୍ଡ ୟୁନିଭର୍ସିଟି ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲେ। ଏଥିସହ ସେ ପ୍ରଥମ ଭାରତୀୟ ମହିଳା ଟ୍ରାକ୍ ଆଥଲେଟ୍ ଭାବେ ଗ୍ଲୋବାଲ୍ ମିଟରେ ୧୦୦ ମିଟର୍ ରେସ୍ ଜିତିବାର ଗୌରବ ଅର୍ଜନ କରିଥିଲେ। କିନ୍ତୁ ତାଙ୍କର ଏହି ସଫଳତାକୁ ଅର୍ଜୁନ ପୁରସ୍କାର ପାଇଁ ବିଚାରକୁ ନିଆଯାଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story