ପ୍ରଥମ ନୁହେଁ ଦ୍ୱିତୀୟ ଭାରତୀୟ ଭାବେ ଚହର ନେଇଛନ୍ତି ଟି-୨୦ରେ ହ୍ୟାଟ୍ରିକ

ନାଗପୁର: ଦୀପକ ଚହରଙ୍କ ହ୍ୟାଟ୍ରିକ ୱିକେଟ ଦଖଲ ବଳରେ ଟିମ୍‌ ଇଣ୍ଡିଆ ସିରିଜ୍‌ ନିର୍ଣ୍ଣାୟକ ଟି-୨୦ରେ ବାଂଲାଦେଶକୁ ୩୦ରେ ପରାସ୍ତ କରିଛି। ଦୀପକ ଚହର କେବଳ ହ୍ୟାଟ୍ରିକ ୱିକେଟ ନେଇ ନାହାନ୍ତି ବରଂ ଗତକାଲିର ମ୍ୟାଚ୍‌ରେ ସେ ୩.୨ ଓଭରରେ ୭ ରନ୍‌ ଦେଇ ୬ଟି ୱିକେଟ ନେଇଛନ୍ତି। ଏହା ତାଙ୍କ ଟି-୨୦ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ। ସେହିପରି ଏହା ବିଶ୍ୱରେ ମଧ୍ୟ ଏକ ରେକର୍ଡ। କାରଣ ପୂର୍ବରୁ କୌଣସି ବୋଲର ୭ ରନ୍‌ ଦେଇ ୬ଟି […]

s

Hemant Lenka
  • Published: Monday, 11 November 2019
  • , Updated: 11 November 2019, 04:29 PM IST

ନାଗପୁର: ଦୀପକ ଚହରଙ୍କ ହ୍ୟାଟ୍ରିକ ୱିକେଟ ଦଖଲ ବଳରେ ଟିମ୍‌ ଇଣ୍ଡିଆ ସିରିଜ୍‌ ନିର୍ଣ୍ଣାୟକ ଟି-୨୦ରେ ବାଂଲାଦେଶକୁ ୩୦ରେ ପରାସ୍ତ କରିଛି। ଦୀପକ ଚହର କେବଳ ହ୍ୟାଟ୍ରିକ ୱିକେଟ ନେଇ ନାହାନ୍ତି ବରଂ ଗତକାଲିର ମ୍ୟାଚ୍‌ରେ ସେ ୩.୨ ଓଭରରେ ୭ ରନ୍‌ ଦେଇ ୬ଟି ୱିକେଟ ନେଇଛନ୍ତି। ଏହା ତାଙ୍କ ଟି-୨୦ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ। ସେହିପରି ଏହା ବିଶ୍ୱରେ ମଧ୍ୟ ଏକ ରେକର୍ଡ। କାରଣ ପୂର୍ବରୁ କୌଣସି ବୋଲର ୭ ରନ୍‌ ଦେଇ ୬ଟି ୱିକେଟ ନେଇ ନଥିଲେ।

ଏହି ସଫଳତା ପରେ ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ସେ ପ୍ରଥମ ଭାରତୀୟ କ୍ରିକେଟର ଭାବେ ଟି-୨୦ରେ ହ୍ୟାଟ୍ରିକ ନେଇଥିବା ଖବର ମଧ୍ୟ ପ୍ରକାଶ ପାଇଥିଲା। ହେଲେ ଏହି ଖବର ଭୁଲ। କାରଣ ପ୍ରଥମ ଭାରତୀୟ କ୍ରିକେଟର ଭାବେ ଏକତା ବିଷ୍ଟ ଭାରତ ପାଇଁ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ହ୍ୟାଟ୍ରିକ ୱିକେଟ ଦଖଲ କରିଥିଲେ।

ଚହରଙ୍କ ଗତକାଲିର ସଫଳତା ପରେ ବିସିସିଆଇ ଟ୍ୱିଟ ଯୋଗେ କହିଥିଲା ଯେ “ଚହର ହେଉଛନ୍ତି ପ୍ରଥମ ଭାରତୀୟ କ୍ରିକେଟର ଯିଏ, ଟି-୨୦ରେ ହ୍ୟାଟ୍ରିକ୍‌ ୱିକେଟ ଦଖଲ କରିଛନ୍ତି।”

ହେଲେ ଏହାକୁ ନେଇ ସୋଶାଲ ମିଡିଆରେ ଅନେକ ଲୋକ ଆପତ୍ତି ଉଠାଇଥିଲେ। ତେବେ ଚହରଙ୍କ ପୂର୍ବରୁ ଭାରତ ପାଇଁ କିଏ ଟି-୨୦ରେ ହ୍ୟାଟ୍ରିକ ୱିକେଟ ଦଖଲ କରିଥିଲେ? ଏହାର ଉତ୍ତର ହେଉଛି ଏକତା ବିଷ୍ଟ। ଭାରତୀୟ ମହିଳା ଦଳର ଏହି ବାମହାତୀ ସ୍ପିନ ବୋଲର ୨୦୧୨ ମସିହା ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ କ୍ରମାଗତ ୩ଟି ୱିକେଟ ଦଖଲ କରିଥିଲେ।

Related story