ଆଇପିଏଲ୍‌: ଏହି କାରଣରୁ ବାତିଲ୍ ହେବ ବିଦେଶୀ ଖେଳାଳିଙ୍କ ଭିସା!

ନୂଆଦିଲ୍ଲୀ: କରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। କରୋନା କାରଣରୁ ସରକାର ଏପ୍ରିଲ୍ ୧୫ ତାରିଖ ପର୍ଯ୍ୟନ୍ତ ବିଦେଶୀ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ ରୋକ୍ ଲଗାଇଛନ୍ତି। ଏପରିକି ବିସିସିଆଇର ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଚଳିତ ଆଇପିଏଲରେ ଭାଗ ନେବାକୁ ଥିବା ବିଦେଶୀ ଖେଳାଳିମାନେ ମଧ୍ୟ ଏପ୍ରିଲକ୍ ୧୫ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ରହିବେ ନାହିଁ। ତେବେ ବିଦେଶୀ ଖେଳାଳିଙ୍କ ନଆସିବା ଦ୍ୱାରା ଆଇପିଏଲର ଆୟୋଜନ ନେଇ ଆଶଙ୍କା […]

corona-and-ipl

corona-and-ipl

Ranjit Kumar Jena
  • Published: Thursday, 12 March 2020
  • Updated: 12 March 2020, 06:46 PM IST

Sports

Latest News

ନୂଆଦିଲ୍ଲୀ: କରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। କରୋନା କାରଣରୁ ସରକାର ଏପ୍ରିଲ୍ ୧୫ ତାରିଖ ପର୍ଯ୍ୟନ୍ତ ବିଦେଶୀ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ ରୋକ୍ ଲଗାଇଛନ୍ତି। ଏପରିକି ବିସିସିଆଇର ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଚଳିତ ଆଇପିଏଲରେ ଭାଗ ନେବାକୁ ଥିବା ବିଦେଶୀ ଖେଳାଳିମାନେ ମଧ୍ୟ ଏପ୍ରିଲକ୍ ୧୫ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ରହିବେ ନାହିଁ।

ତେବେ ବିଦେଶୀ ଖେଳାଳିଙ୍କ ନଆସିବା ଦ୍ୱାରା ଆଇପିଏଲର ଆୟୋଜନ ନେଇ ଆଶଙ୍କା ଦେଖା ଦେଇଛି। ବିସିସିଆଇର ଜଣେ ଅଧିକାରୀ ନିଜ ନାଁ ଗୁପ୍ତ ରଖି କହିଛନ୍ତି, ଆଇପିଏଲରେ ଭାଗ ନେଉଥିବା ବିଦେଶୀ ଖେଳାଳି ବିଜନେସ୍ ଭିସା ଶ୍ରେଣୀରେ ଆସନ୍ତି। ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସେମାନେ ଏପ୍ରିଲ୍ ୧୫ ତାରିଖ ପର୍ଯ୍ୟନ୍ତ ଭାରତ ଆସିପାରିବେ ନାହିଁ। ଦେଶରେ କରୋନା ଭାଇରସର ନୂଆ ମାମଲାକୁ ଦୃଷ୍ଟିରେ ରଖି ସରକାର ଆଡଭାଇଜରୀ ଜାରି ରଖି ବର୍ତ୍ତମାନ ବିଦେଶୀ ଭିସାକୁ ଏପ୍ରିଲ୍ ୧୫ ତାରିଖ ପର୍ଯ୍ୟନ୍ତ ନିଲମ୍ବନ କରିଛନ୍ତି।

କୁଟନୈତିକ ଓ କର୍ମଚାରୀ ଭିସା ଭଳି କିଛି ଶ୍ରେଣୀକୁ ରିହାତି ମିଳିଛି। ସୂଚନାଯୋଗ୍ୟ, ଭାରତରେ ଏପର୍ଯ୍ୟନ୍ତ ୬୦ରୁ ଅଧିକ କରୋନା ପଜିଟିଭ୍ ମାମଲା ସାମ୍ନାକୁ ଆସିଛି। ଏହି ବିଷାକ୍ତ ମହାମାରୀ କାରଣରୁ ସମଗ୍ର ବିଶ୍ୱରେ ୪ହଜାରରୁ ଊର୍ଦ୍ଧ୍ୱ ଲୋକ ପ୍ରାଣ ହରାଇ ସାରିଛନ୍ତି। ତେବେ ଭାରତରେ ଏପର୍ଯ୍ୟନ୍ତ କୌଣସି ଲୋକଙ୍କର ମୃତ୍ୟୁ ହୋଇନାହିଁ। ମାର୍ଚ୍ଚ ୧୪ ତାରିଖରେ ମୁମ୍ବାଇରେ ହେବାକୁଥିବା ପରିଚାଳନା ପରିଷଦ ବୈଠକରେ ଆଇପିଏଲର ଭବିଷ୍ୟତ ଉପରେ କୌଣସି ନିଷ୍ପତ୍ତି ନିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos